ଭୁବନେଶ୍ବର: ରାଉରକେଲା ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସୁଶାନ୍ତ କୁମାର ବିଶ୍ୱାଳଙ୍କ ପରିବାରର ଜଣଙ୍କୁ ମିଳିବ ନିଯୁକ୍ତି। ଇଣ୍ଡିଆ ଏୟାର ୱାନ୍ ସିଇଓ ପ୍ରେମ କୁମାର ଗର୍ଗ ଘୋଷଣା କରିଛନ୍ତି। ସେ କହିଛନ୍ତି, ସୁଶାନ୍ତଙ୍କ ପରିବାରର ଜଣଙ୍କୁ ଇଣ୍ଡିଆ ଓ୍ବାନ୍ ଏୟାର ସଂସ୍ଥାରେ ଚାକିରି ମିଳିବା ସହ ୫ ମାସ ପର୍ଯ୍ୟନ୍ତ ପରିବାରର ସମସ୍ତ ଖର୍ଚ୍ଚ ମଧ୍ୟ ସଂସ୍ଥା ଉଠାଇବ। ବିମାନ ଭଗ୍ନାବଶେଷ ୨/୩ ଦିନ ମଧ୍ୟରେ ଭୁବନେଶ୍ବର ଉଠାଇ ନିଆଯିବ।
ସୂଚନାଥାଉକି,୧୦ ତାରିଖ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଏକ ୯ ସିଟ୍ ବିଶିଷ୍ଟ ଇଣ୍ଡିଆ ଓ୍ବାନ୍ ଏୟାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଜଲଦା କାଏଁସର ଗ୍ରାମର ଏକ ପଡ଼ିଆ ନିକଟରେ ଏହି ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ପାଇଲଟଙ୍କ ସହ ୬ ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରୁ ଅଧିକାଂଶ ସୁସ୍ଥ ହେଉଥିବା ବେଳେ ଗୁରୁତର ସୁଶାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ମୃତ୍ୟୁ ଘଟିଥିଲା।
ପ୍ରମୁଖ ଖବର
MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍ ଲିକ୍ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍ ଦୁର୍ଘଟଣା: ଗଛରେ ପିଟିହେଲା ବସ୍, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ