ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ବରିଷ୍ଠ ଆଇଏଏସ ଅଧିକାରୀ ଅରିନ୍ଦମ ଡାକୁଆଙ୍କ ନାଁରେ ସାଇବର ଲୁଟ୍‌

0

ଭୁବନେଶ୍ବର: ବରିଷ୍ଠ ଆଇଏଏସ ଅଧିକାରୀ ଅରିନ୍ଦମ ଡାକୁଆଙ୍କ ନାଁରେ ସାଇବର ଲୁଟ୍‌। ଡିଜିଟାଲ୍ ଠକେଇରେ ତାଙ୍କ ନାମ ଓ ପରିଚୟର ଅପବ୍ୟବହାର କରିଥିବା ନେଇ ଭୁବନେଶ୍ୱରର ସାଇବର ପୋଲିସ ଷ୍ଟେସନରେ ଏକ ଅଭିଯୋଗ ଦାଖଲ କରିଛନ୍ତି।

ଅଭିଯୋଗ ଅନୁଯାୟୀ ସାଇବର ଅପରାଧୀମାନେ ମୋବାଇଲ୍ ନମ୍ବର ସଂଗ୍ରହ କରି ତାଙ୍କ ନାମରେ ଏକ ନକଲି ଇମେଲ୍ ଆଇଡି ତିଆରି କରିବା ସହ ଟଙ୍କା ଦାବି କରି ଅନେକ ଲୋକଙ୍କୁ ଠକିଛନ୍ତି। ତେବେ ଠକମାନେ ଏକ ନିର୍ଦ୍ଦିଷ୍ଟ ମୋବାଇଲ୍ ନମ୍ବର ବ୍ୟବହାର କରୁଛନ୍ତି ଯାହାକୁ ସେ ବ୍ୟବହାର କରନ୍ତି ନାହିଁ କିମ୍ବା ତାଙ୍କୁ ଜାରି କରାଯାଇ ନାହିଁ ବୋଲି ମଧ୍ୟ ସେ କହିଛନ୍ତି।

ତେବେ ଅରିନ୍ଦମ ଡାକୁଆ ୨୦୧୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ, ଯିଏକି ବର୍ତ୍ତମାନ ପୌର ପ୍ରଶାସନ ନିର୍ଦ୍ଦେଶକ ଏବଂ ଗୃହ ଏବଂ ନଗର ଉନ୍ନୟନ (H&UD) ବିଭାଗରେ ଅତିରିକ୍ତ ସଚିବ ଭାବରେ କାର୍ଯ୍ୟ କରୁଛନ୍ତି। ସେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଅପରପକ୍ଷରେ ବର୍ତ୍ତମାନ ଦୋଷୀମାନଙ୍କୁ ଖୋଜିବା ସହ ଠକେଇର ପରିମାଣ ଆକଳନ କରିବା ପାଇଁ ତଦନ୍ତ ଚାଲିଥିବା ନେଇ ସୂଚନା ମିଳିଛି।

Leave A Reply

Your email address will not be published.