ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଇସ୍ରାଏଲ୍‌ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

0

ନ୍ୟୁଜ୍ ବ୍ୟୁରୋ: ଆଜିଠୁ ଦୁଇଦିନିଆ ଇସ୍ରାଏଲ୍‌ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦୀଙ୍କ ଏହି ଗସ୍ତ ଅନେକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ବୋଲି ମନେ କରାଯାଉଛି। ଯେଉଁ ସମୟରେ ଇସ୍ରାଏଲ୍ ଓ ଇରାନ୍ ମଧ୍ୟରେ ତିକ୍ତତା ବଢ଼ିଚାଲିଛି, ସେହି ସମୟରେ ମୋଦୀ ଇସ୍ରାଏଲ୍ ଗସ୍ତ କରୁଛନ୍ତି। ଏହି ଗସ୍ତ ବେଳେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ବାଣିଜ୍ୟ ଓ ବୈଷୟିକ ଜ୍ଞାନ କୌଶଳ ଭଳି ଅନେକ ଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ।

ଇସ୍ରାଏଲୀ ସଂସଦର ବାଚସ୍ପତି ଆମିର ଓହାନା ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭାରତୀୟ ତ୍ରିରଙ୍ଗାରେ ସ୍ନାନ ହୋଇଥିବା ସଂସଦ ଭବନର ଏକ ଫଟୋ ସେୟାର କରିଛନ୍ତି।ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଇସ୍ରାଏଲକୁ ଦ୍ୱିତୀୟ ଗସ୍ତ, ଯାହା ୯ ବର୍ଷ ପରେ ହେଉଛି। ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ପ୍ରତିରକ୍ଷା ଏବଂ ବାଣିଜ୍ୟ ସମ୍ପର୍କକୁ ଆହୁରି ଗଭୀର କରିବା। ସବୁଠୁ ବଡ଼ କଥା ହେଲା ମୋଦୀଙ୍କ ଇସ୍ରାଏଲ୍ ଗସ୍ତ ପୂର୍ବରୁ ଇସ୍ରାଏଲରେ ଏକ ନୂଆ ମେଣ୍ଟ ଗଠନ ହୋଇଛି।

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏହାର ନାଁ ରଖିଛନ୍ତି ‘ହେକ୍ସାଗନ୍ ଗଠବନ୍ଧନ’। ନେତାନ୍ୟାହୁଙ୍କର କହିବା କଥା, ମଧ୍ୟପ୍ରାଚ୍ୟ କଟ୍ଟରପନ୍ଥୀଙ୍କୁ ମୁକାବିଲା କରିବା ପାଇଁ ହେକ୍ସାଗନ୍ ଗଠବନ୍ଧନର ଆବଶ୍ୟକତା ରହିଛି। ନେତାନ୍ୟାହୁ ଏହି ଗଠବନ୍ଧନରେ ଭାରତ ସମେତ ଇସ୍ରାଏଲ୍, ଗ୍ରୀସ୍ ଓ ସାଇପ୍ରସକୁ ରଖିଛନ୍ତି। କିଛି ଆରବୀ, ଆଫ୍ରିକୀୟ ଓ ଏସିଆନ୍ ଦେଶ ମଧ୍ୟ ସାମିଲ୍ ହୋଇପାରନ୍ତି ବୋଲି ସୂଚନା ମିଳିଛି।

Leave A Reply

Your email address will not be published.