ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ବଦଳିବ ଅପଭ୍ରଂଶ ଇଂରାଜୀ ନାମ: ଅରବିନ୍ଦ ପାଢୀ

0

ମୂଳ ଓଡ଼ିଆ ନାମର ହେବ ପୁନରୁଦ୍ଧାର

ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ସ୍ଥାନର ଅପଭ୍ରଂଶ ଇଂରାଜୀ ନାମ ବଦଳିବ। ବ୍ରିଟିଶ୍ ଶାସନ ସମୟରୁ ପ୍ରଚଳିତ ଭୁଲ୍ ବନାନ୍ ସଂଶୋଧନ ହେବ । ମୂଳ ଓଡ଼ିଆ ନାମର ପୁନଃସ୍ଥାପନ ସମ୍ପର୍କରେ ପ୍ରସ୍ତାବ ପଠାଇବା ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନ ଯଥା ଜିଲ୍ଲା, ଜିଲ୍ଲା ମୁଖ୍ୟାଳୟ, ଉପଖଣ୍ଡ, ବ୍ଲକ୍ ଏବଂ ତହସିଲ, ଯେଉଁଠି ବର୍ତ୍ତମାନ ସରକାରୀ ବ୍ୟବହାରରେ ଥିବା ଇଂରାଜୀ ନାମଗୁଡ଼ିକ ସେମାନଙ୍କର ପ୍ରାମାଣିକ ଓଡ଼ିଆ ନାମକରଣର ଅପଭ୍ରଂଶ ରୂପ ଅଟେ, ସେ ସବୁ ସ୍ଥାନର ମୂଳ ଓଡ଼ିଆ ନାମଗୁଡ଼ିକୁ ଓଡ଼ିଶା ସରକାର ପୁନରୁଦ୍ଧାର କରିବାକୁ ଚାହୁଁଛନ୍ତି।

ଏହିପରି ବିକୃତି, ଆମ ରାଜ୍ୟର ପ୍ରକୃତ ଭାଷାଗତ ଏବଂ ସାଂସ୍କୃତିକ ପରିଚୟକୁ ଭୁଲ୍ ଭାବରେ ପ୍ରତିପାଦନ କରୁଛି ଏବଂ ଓଡ଼ିଆ ଅସ୍ମିତାର ସାରକୁ ମଧ୍ୟ କ୍ଷୁର୍ଣ୍ଣ କରୁଛି। ଯେପରି “ଆଳି’” ତହସିଲର ସରକାରୀ ଇଂରାଜୀ ନାମ “AUL” ଅଛି, ଯାହା ବ୍ରିଟିଶ ଶାସନ ସମୟରେ ଉଚ୍ଚାରଣ ଅସୁବିଧା ଯୋଗୁଁ ପ୍ରଚଳିତ ଏକ ଭୁଲ୍ ବନାନ ଏବଂ ଏହାକୁ ସଂଶୋଧନ କରାଯିବାର ଆବଶ୍ୟକ‌ତା ରହିଛି ବୋଲି ରାଜସ୍ୱ ସଚିବ ଡ. ଅରବିନ୍ଦ ପାଢୀ ଚିଠିରେ ଉଲ୍ଲେଖ କରିଛନ୍ତି l

ଏହି ପ୍ରସଙ୍ଗରେ ପୂର୍ବରୁ ସମସ୍ତ ଜିଲ୍ଲାପାଳଙ୍କ ଠାରୁ ଏକ ବିସ୍ତୃତ ରିପୋର୍ଟ ମଗାଯାଇଥିଲା I ଏପର୍ଯ୍ୟନ୍ତ ୧୩ଟି ଜିଲ୍ଲାରୁ ଏହି ସମ୍ପର୍କିତ ସୂଚନା ପ୍ରାପ୍ତ ହୋଇଛି। ପ୍ରାପ୍ତ ରିପୋର୍ଟଗୁଡିକର ତାଲିକା ଉପରେ, ମାନ୍ୟବର ବିଧାୟକ ଓ ମାନ୍ୟବର ସାଂସଦମାନଙ୍କର ଏବଂ ସାଧାରଣ ଜନତାଙ୍କର ମତ ନିଆଯାଇଥିଲା। ତଦନୁସାରେ, ଏହି ବିଷୟରେ ବିଭିନ୍ନ ନୂତନ ପ୍ରସ୍ତାବଗୁଡ଼ିକ ମଧ୍ୟ ପ୍ରାପ୍ତ ହୋଇଛି।

ତେବେ ପୂର୍ବରୁ ପ୍ରଦାନ କରାଯାଇଥିବା ରିପୋର୍ଟକୁ ପୁନଃ ପରୀକ୍ଷଣ କରି, ନୂତନ ପ୍ରସ୍ତାବ ସହ ୭ ଦିନ ଭିତରେ ବିଭାଗକୁ ପ୍ରେରଣ କରିବାକୁ ଏହି ପତ୍ରରେ ଜିଲ୍ଲାପାଳଙ୍କୁ ଜଣାଯାଇଛି l ଖୁବ୍ ଶୀଘ୍ର ଏ ସମ୍ପର୍କିତ ରିପୋର୍ଟ୍ ପ୍ରସ୍ତୁତ କରାଯାଇ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ରାଜସ୍ୱ ସଚିବ ଡ. ପାଢୀ ସୂଚନା ଦେଇଛନ୍ତି l

Leave A Reply

Your email address will not be published.