ପ୍ରମୁଖ ଖବର

କୋଲାବ ଜଳଭଣ୍ଡାରରେ ବୁଡ଼ି ୩ ନବୋଦୟ ଛାତ୍ରଙ୍କ ମୃତ୍ୟୁ
ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ
ପୋଖରୀରେ ବୁଡ଼ି ୨ ନାବାଳିକା ମୃତ
ଭିଜିଲାନ୍ସ ଜାଲରେ ଡେରାବିଶ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ହିନ୍ଦୀ ଶିକ୍ଷକ ଅଟକ

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ହିନ୍ଦୀ ଶିକ୍ଷକ ଅଟକ

0

ଭଦ୍ରକ: ଭଦ୍ରକ ବାସୁଦେବପୁର ବ୍ଲକ ନଟିଆ ପାଳରେ ଥିବା ଜବାହାର ନବୋଦୟ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ହିନ୍ଦି ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏପରିକି ଜୀବନରୁ ମାରିଦେବାକୁ ଧମକାଇଥିବା ଅଭିଯୋଗ ହୋଇଛି। ଅସଦାଚରଣ ଅଭିଯୋଗ ପରେ ହିନ୍ଦୀ ଶିକ୍ଷକଙ୍କୁ ଉଠାଇନେଲା ପୋଲିସ।

ଶୁକ୍ରବାର ରାତିରେ ଛାତ୍ରୀ ଜଣକ ଭୟଭୀତ ଅବସ୍ଥାରେ ବିଦ୍ୟାଳୟରୁ ପଳାଇ ଆସି ନିକଟସ୍ଥ ଗାଁରେ ଆଶ୍ରୟ ନେଇଥିଲେ। ପରେ ଛାତ୍ରୀ ଜଣକ ଗାଁ ଲୋକଙ୍କୁ ଜଣାଇବା ପରେ ଗାଁ ଲୋକେ ନିକଟସ୍ଥ ପୋଲିସକୁ ଖବର ଦେଇଥିଲେ। ପୋଲିସ ଗାଁରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରିଥିଲା। ଛାତ୍ରୀ ଜଣକ ଭଦ୍ରକ ଆଗରପଡା ଅଞ୍ଚଳର ବୋଲି ଜଣାପଡିଛି।

ବାସୁଦେବପୁର ବ୍ଲକ ଚାନ୍ଦିମାଳ ନବୋଦୟ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକଙ୍କ ନାଁରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ସପ୍ତମ ଶ୍ରେଣୀର ଛାତ୍ରୀ। ଏମିତିକି ଛାତ୍ରୀଙ୍କୁ ଜୀବନରୁ ମାରି ଦେବାକୁ ଶିକ୍ଷକ ଜଣକ ଧମକ ଦେଇଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀ ଜଣକ। ଏହାସହ ବିଦ୍ୟାଳୟରୁ ସଂପୃକ୍ତ ହିନ୍ଦୀ ଶିକ୍ଷକଙ୍କୁ ଥାନାକୁ ଉଠାଇ ନେଇଥିଲା। ଏ ଘଟଣା ନେଇ ପୋଲିସ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.