ୟୁଏଇରେ ଡ୍ରୋନ ଆକ୍ରମଣ ଆଶଙ୍କାକୁ ନେଇ ଦୁବାଇରେ ଏମରଜେନ୍ସି ଆଲର୍ଟ ଜାରି କରାଯାଇଛି। ଡ୍ରୋନ ଷ୍ଟ୍ରାଇକ ସମ୍ଭାବନା ଥିବାରୁ ଦୁବାଇ ବାସିନ୍ଦାଙ୍କ ମୋବାଇଲକୁ ଜରୁରୀକାଳୀନ ସତର୍କତା ବାର୍ତ୍ତା ପଠାଯାଇଛି। ସମସ୍ତଙ୍କୁ ସୁରକ୍ଷା ଦୃଷ୍ଟିରୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି ଏବଂ ଅତି ଜରୁରୀ କାମ ନଥିଲେ ବାହାରକୁ ନଯିବାକୁ କୁହାଯାଇଛି।
ଖୋଲା ସ୍ଥାନରେ ରହିବା ଆଶଙ୍କାଜନକ ହୋଇପାରିଥିବାରୁ ଲୋକଙ୍କୁ ଖୋଲାସ୍ଥାନରୁ ଦୂରେଇ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି ବାହାରେ ରହିଥାନ୍ତି, ତେବେ ତୁରନ୍ତ ନିକଟସ୍ଥ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି।
ସେପଟେ ପଶ୍ଚିମ ଏସିଆରେ ମଧ୍ୟ ଉତ୍ତେଜନା ବଢ଼ିଛି। ଇରାନ ପକ୍ଷରୁ କ୍ଷେପଣାସ୍ତ୍ର ଆକ୍ରମଣ ଆଶଙ୍କା ଜାରି ହେବା ପରେ ଇସ୍ରାଏଲର ରାଜଧାନୀ ତେଲ ଅଭିଭରେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି। ଇସ୍ରାଏଲର ଏୟାର ଡିଫେନ୍ସ ସିଷ୍ଟମ ସକ୍ରିୟ ହୋଇ କ୍ଷେପଣାସ୍ତ୍ର ଆକ୍ରମଣକୁ ପ୍ରତିହତ କରୁଥିବା ବେଳେ ଏହି ବିସ୍ଫୋରଣ ଶବ୍ଦ ଶୁଣାଯାଇଥିବା ସୂଚନା ମିଳିଛି।
ଏହାକୁ ନେଇ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ପକ୍ଷରୁ ମଧ୍ୟ ନାଗରିକମାନଙ୍କୁ ଆଗୁଆ ସତର୍କ କରାଯାଇଛି। ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ସହ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରାଯାଇଛି।
ପ୍ରମୁଖ ଖବର
ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତରେ ପୁଣି ଆତଙ୍କବାଦୀ ଆକ୍ରମଣ
ଆୟୁଷ୍ମାନ ଭାରତ ଯୋଜନାରେ ୧୧୨ ଚିକିତ୍ସା ପ୍ୟାକେଜ୍ରୁ ବାଦ୍ ପଡ଼ିବେ ଘରୋଇ ହସ୍ପିଟାଲ
ପୁରୀ ବଡ଼ଦାଣ୍ଡରେ ଟିପି ହୋଟେଲରେ ଗ୍ୟାସ୍ ବିସ୍ଫୋରଣ, ୪ ଆହତ
ଆସାମରେ ଭୟଙ୍କର ସଡ଼କ ଦୁର୍ଘଟଣା, ବସ୍-କଣ୍ଟେନର ଧକ୍କାରେ ୨୦ ମୃତ
ମାଇକ୍ରୋସଫ୍ଟ ତ୍ରୁଟିର ପ୍ରଭାବ: ସ୍ପାଇସଜେଟ୍ର ୩ ଉଡ଼ାଣ ବାତିଲ