ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଏପ୍ରିଲ୍‌ରୁ ମହଙ୍ଗା ହେବ ବିମାନ ଯାତ୍ରା

0

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲୁଥିବା ସଙ୍କଟ ପ୍ରଭାବରେ ତେଲ ଆମଦାନି କମିବାରୁ ଆସନ୍ତା ଏପ୍ରିଲ୍‌ ପହିଲାରେ ବିମାନ ଇନ୍ଧନ (ଏଟିଏଫ୍‌) ଦର ବୃଦ୍ଧି ପାଇପାରେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କହିଛନ୍ତି, ଏହାର ସିଧାସଳଖ ପ୍ରଭାବ ବିମାନ ଭଡା ଉପରେ ପଡ଼ିବ।
ପ୍ରତି ମାସର ପ୍ରଥମ ଦିନରେ ତୈଳ କମ୍ପାନିମାନେ ଗ୍ୟାସ୍ ଓ ଏଟିଏଫ୍‌ ଦର ସଂଶୋଧନ କରୁଥିବାବେଳେ, ବର୍ତ୍ତମାନ ଅଶୋଧିତ ତେଲ ଦର ବୃଦ୍ଧି ଏହାକୁ ଆଉ ବଢ଼ାଇବାର ସମ୍ଭାବନା ରହିଛି। ବିମାନ କମ୍ପାନିମାନଙ୍କ ସମୁଦାୟ ଖର୍ଚ୍ଚର ପ୍ରାୟ ୪୦ ପ୍ରତିଶତ ଇନ୍ଧନ ଉପରେ ଖର୍ଚ୍ଚ ହୁଏ, ଯାହା ଦର ବଢ଼ିଲେ ସିଧାସଳଖ ଟିକଟ ମୂଲ୍ୟକୁ ପ୍ରଭାବିତ କରେ।

ମନ୍ତ୍ରୀ କହିଛନ୍ତି ଯେ ମଧ୍ୟପ୍ରାଚ୍ୟ ସଙ୍କଟ ଜାରି ରହିଲେ ବିମାନ ଚଳାଚଳ ଶିଳ୍ପ ଉପରେ ଚାପ ବଢ଼ିବ। ଏହି ପରିସ୍ଥିତିକୁ ମୁକାବିଲା ପାଇଁ ବେସାମରିକ ବିମାନ ଚଳାଚଳ, ବିଦେଶ ଓ ପେଟ୍ରୋଲିୟମ ମନ୍ତ୍ରଣାଳୟ ଏକତ୍ର କାମ କରୁଛନ୍ତି ଏବଂ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।
ଏହି ମଧ୍ୟରେଏୟାର ଇଣ୍ଡିଆ, ଇଣ୍ଡିଗୋ ଓ ଆକାଶ ଏୟାର ପକ୍ଷରୁ ଫୁଏଲ୍ ସରଚାର୍ଜ ଲାଗୁ କରାଯାଇଛି। ସେପଟେ କେନ୍ଦ୍ର ସରକାର ଘରୋଇ ବିମାନ ଭଡାର ଉଚ୍ଚ ସୀମାକୁ ପ୍ରତ୍ୟାହାର କରିଥିବାରୁ ଏପ୍ରିଲ୍‌ରୁ ବିମାନ ଯାତ୍ରା ଆହୁରି ମହଙ୍ଗା ହେବାର ଆଶଙ୍କା ବଢ଼ିଛି।

Leave A Reply

Your email address will not be published.