ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି: ହରିଶ ରାଣାଙ୍କ ଦେହାନ୍ତ

0

ନୂଆଦିଲ୍ଲୀ; ଭାରତର ଆଇନଗତ ଏବଂ ଚିକିତ୍ସା ବିଜ୍ଞାନ ଇତିହାସରେ ମଙ୍ଗଳବାର ଏକ ଯୁଗାନ୍ତକାରୀ ଅଧ୍ୟାୟର ଅନ୍ତ ଘଟିଛି। ଦେଶରେ ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟଙ୍କ ଠାରୁ ‘ପାସିଭ୍ ଇଉଥାନାସିଆ’ (ଇଚ୍ଛାମୃତ୍ୟୁ) ପାଇଁ ଅନୁମତି ପାଇଥିବା ୩୨ ବର୍ଷୀୟ ହରିଶ ରାଣାଙ୍କର ଦିଲ୍ଲୀ ଏମ୍‌ସରେ ଦେହାନ୍ତ ହୋଇଛି।
୨୦୧୩ ମସିହାରେ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ବି-ଟେକ୍ ପଢ଼ୁଥିବା ସମୟରେ ଏକ ଦୁର୍ଘଟଣାରେ ଚତୁର୍ଥ ମହଲାରୁ ପଡ଼ି ହରିଶ ଗୁରୁତର ଆହତ ହୋଇଥିଲେ। ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ସେ ପିଛଲା ୧୩ ବର୍ଷ ଧରି କୋମାରେ ରହିଥିଲେ। କୃତ୍ରିମ ଖାଦ୍ୟ ଓ ଅକ୍ସିଜେନ୍ ସହାୟତାରେ ସେ ବଞ୍ଚି ରହିଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ସୁଧାର ଦେଖାଯାଇନଥିଲା।
ହରିଶଙ୍କ ଦୀର୍ଘକାଳୀନ ଗୁରୁତର ଅବସ୍ଥା ଦେଖି ପରିବାର ପକ୍ଷରୁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରାଯାଇଥିଲା। ମାର୍ଚ୍ଚ ୧୧ ତାରିଖରେ ସୁପ୍ରିମକୋର୍ଟ ଏହାକୁ ବିଚାର କରି ଏକ ଐତିହାସିକ ନିଷ୍ପତ୍ତି ଦେଇଥିଲେ। ପରେ ଏମ୍‌ସର ଏକ ବିଶେଷଜ୍ଞ ଡାକ୍ତରୀ ଦଳ ନିୟମ ଅନୁସାରେ ତାଙ୍କ ‘ଲାଇଫ୍ ସପୋର୍ଟ’ ବ୍ୟବସ୍ଥାକୁ ଧୀରେ ଧୀରେ ବନ୍ଦ କରିଥିଲେ। ଶେଷରେ, ସମ୍ମାନର ସହ ହରିଶ ରାଣା ଏହି ଦୁନିଆକୁ ବିଦାୟ ଦେଇଛନ୍ତି।

ଏହି ଘଟଣାକୁ ଭାରତୀୟ ଆଇନ ବ୍ୟବସ୍ଥାରେ ଏକ ମାଇଲଖୁଣ୍ଟ ଭାବେ ଦେଖାଯାଉଛି, କାରଣ ଏହା ରୋଗୀଙ୍କୁ ସମ୍ମାନର ସହ ମୃତ୍ୟୁ ବରଣ କରିବାର ଅଧିକାରକୁ ଆଲୋକିତ କରିଛି।

Leave A Reply

Your email address will not be published.