ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଏସ୍‌ଆଇଆର୍ ଟିମ ବନ୍ଧକ ଘଟଣା: ପଶ୍ଚିମବଙ୍ଗ ସରକାରକୁ ସୁପ୍ରିମକୋର୍ଟର କଡା ଭର୍ତ୍ସନା

0

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଏସ୍‌ଆଇଆର୍ (SIR) କାର୍ଯ୍ୟରେ ଯାଇଥିବା ଅଧିକାରୀମାନଙ୍କୁ ବନ୍ଧକ ରଖିବା ଘଟଣାରେ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ ଆଦାଲତ ମମତା ବାନାର୍ଜୀଙ୍କ ସରକାରକୁ ଭର୍ତ୍ସନା କରିଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟର ମୁଖ୍ୟ ସଚିବ, ଗୃହ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ ସହିତ ବରିଷ୍ଠ ଅଧିକାରୀମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଘଟଣାକୁ ଗୁରୁତର ଭାବରେ ନେଇଛନ୍ତି। ଏସ୍‌ଆଇଆର୍ କାର୍ଯ୍ୟ ପାଇଁ ଯାଇଥିବା ସାତ ଜଣ ନ୍ୟାୟିକ ଅଧିକାରୀଙ୍କୁ ହିଂସା, ବନ୍ଦୀତ୍ୱ ଓ ଧମକ ଦିଆଯାଇଥିବାକୁ ଆଦାଲତ ଗଭୀର ଚିନ୍ତାର ବିଷୟ ବୋଲି କହିଛନ୍ତି। ଏହାମଧ୍ୟରେ ତିନି ଜଣ ମହିଳା ଅଧିକାରୀ ଥିଲେ।

ଆଦାଲତ ଏହି ଘଟଣାକୁ ନ୍ୟାୟିକ ବ୍ୟବସ୍ଥା ଓ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବାର ଏକ ସୁଚିନ୍ତିତ ଓ ଦୁଃସାହସିକ ପ୍ରୟାସ ବୋଲି ବର୍ଣ୍ଣନା କରିଛନ୍ତି। ଘଟଣାଟି ମାଲଦା ଜିଲ୍ଲାରେ ଘଟିଥିବା ବେଳେ, ସୁପ୍ରିମକୋର୍ଟ ସ୍ୱତଃପ୍ରେରିତ ଭାବେ ଏହାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.