ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ମହିଳା ସଂରକ୍ଷଣ ବିଲ୍ ପାଇଁ ସଂସଦର ସ୍ୱତନ୍ତ୍ର ଅଧିବେଶନ

0

ନ୍ୟୁଜ୍ ବ୍ୟୁରୋ: ଦେଶରେ ମହିଳା ସଂରକ୍ଷଣ ବିଲ୍‌କୁ କେନ୍ଦ୍ର କରି ସଂସଦରେ ଏକ ସ୍ୱତନ୍ତ୍ର ଅଧିବେଶନ ବସିବାକୁ ଯାଉଛି। ଏହି ଅଧିବେଶନ ପାଇଁ ୩ ଦିନ ସମୟ ଧାର୍ଯ୍ୟ କରାଯାଇଛି। ଆସନ୍ତା ୧୬ ତାରିଖରୁ ଏହି ଅଧିବେଶନ ଆରମ୍ଭ ହେବ ଏବଂ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ମହିଳା ସଂରକ୍ଷଣ ସଂଶୋଧନ ବିଲ୍‌ ଉପରେ ବିସ୍ତୃତ ଆଲୋଚନା ହେବ। ସରକାର ମହିଳାଙ୍କ ପାଇଁ ଆଇନ ମାଧ୍ୟମରେ ଅଧିକ ରାଜନୈତିକ ପ୍ରତିନିଧିତ୍ୱ ନିଶ୍ଚିତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନେଇଛି। ବିଶେଷତଃ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ଆସନ ସଂରକ୍ଷଣକୁ ନଜରରେ ରଖି ଏହି ବିଲ୍‌ ଆଣାଯାଇଛି। ଏହି ସ୍ୱତନ୍ତ୍ର ଅଧିବେଶନକୁ ନେଇ ରାଜନୈତିକ ମହଳରେ ଚର୍ଚ୍ଚା ବଢ଼ିଛି ଓ ବିଲ୍‌ ପାସ୍‌ ହେବାକୁ ନେଇ ସମସ୍ତଙ୍କ ଦୃଷ୍ଟି ଏବେ ସଂସଦ ଉପରେ ରହିଛି।

Leave A Reply

Your email address will not be published.