ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଖୁବ୍ ଶୀଘ୍ର ପ୍ଲାଜ୍‌ମା ଥେରାପି ଚିକିତ୍ସା

0
  • ଦିଲ୍ଲୀ ପରେ ଓଡ଼ିଶାରେ ହେବ, ଏସସିବିରେ ହେବ ଲ୍ୟାଣ୍ଡ ବ୍ୟାଙ୍କ
  • ଅଗଷ୍ଟ ପରେ ଲୋକେ ଉପକୃତ ହେବେ, ବୈଷୟିକ କମିଟି ଗଠନ

ଭୁବନେଶ୍ବର: ରାଜ୍ୟରେ ଖୁବ୍ ଶୀଘ୍ର ଆରମ୍ଭ ହେବ ପ୍ଲାଜ୍‌ମା ଥେରାପି। ଆଡି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହି ସୂଚନା ଦେଇଛନ୍ତି। ଏହାଦ୍ବାରା କରୋନାରୁ ସୁସ୍ଥ ରୋଗୀଙ୍କ ରକ୍ତ ସଂଗ୍ରହ କରାଯାଇ ଗୁରୁତର କରୋନା ରୋଗୀଙ୍କୁ ଦିଆଯିବ। ଫଳରେ ଅନେକ ମୂଲ୍ୟବାନ ଜୀବନ ବଞ୍ଚିପାରିବ।

ରାଜ୍ୟର ୪ଟି ପ୍ରମୁଖ ଚିକିତ୍ସା ଅନୁଷ୍ଠାନ ଯଥା କଟକ ଏସ୍‌ସିବି ମେଡିକାଲ କଲେଜ, ଅଶ୍ବିନୀ ହସ୍ପିଟାଲ, ଆଇଏମ୍‌ଏସ୍ ସମ୍ ହସ୍ପିଟାଲ ଓ କିମ୍‌ସ ହସ୍ପିଟାଲରେ ପ୍ରାଥମିକ ପର୍ଯ୍ୟାୟରେ ଏହାକୁ ଆରମ୍ଭ କରାଯିବ। ତେବେ ଅଗଷ୍ଟ ପରେ ହିଁ ରୋଗୀମାନେ ଏହି ସୁବିଧା ପାଇପାରିବେ। ରାଜ୍ୟରେ ପ୍ଲାଜ୍‌ମା ଥେରାପି କିଭଳି କାର୍ଯ୍ୟ କରିବ, ସେଥିଲାଗି ଡିଏମ୍‌ଇଟି ପ୍ରଫେସର୍‌ ସିବିକେ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଷୟିକ କମିଟି ଗଠନ କରାଯିବ। ଏଥିରେ ଏସ୍‌ସିବି ମେଡିକାଲର ଡିନ୍ ତଥା ଅଧ୍ୟକ୍ଷ, ଏସ୍‌ସିବି ଟ୍ରାନ୍‌ସଫ୍ୟୁଜ୍ ମେଡିସିନ୍‌ର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ, ଆଇଏମଏସ୍ ସମ୍ ହସ୍ପିଟାଲର ଟ୍ରାନ୍‌ସଫ୍ୟୁଜନ୍ ମେଡିସିନ୍‌ର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ, ଅଶ୍ବିନୀ ହସ୍ପିଟାଲର ଡା. ସମ୍ପତ୍ତ ଦାସ, ସମ୍ ହସ୍ପିଟାଲର ଭେଷଜ ବିଭାଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଡା. ସମୀର ସାହୁ ଓ ଏସ୍‌ସିବି ମେଡିକାଲର ଆସୋସିଏଟ୍ ପ୍ରଫେସର ଡା. ସ୍ମିତା ମହାପାତ୍ର ପ୍ରମୁଖ ରହିବେ।

ରାଜ୍ୟରେ ଏବେ ୫୫୦୨ଜଣ କରୋନା ରୋଗୀ ସୁସ୍ଥ ହୋଇ ସାରିଛନ୍ତି। ଏଭଳି ପରିସ୍ଥିତିରେ ସୁସ୍ଥ ହୋଇଥିବା ରୋଗୀଙ୍କୁ ରକ୍ତଦାନ ପାଇଁ ପ୍ରୋତ୍ସାହିତ କରାଯିବ। ସେମାନଙ୍କ ଅନୁମତି ପରେ ରକ୍ତ ସଂଗ୍ରହ କରାଯାଇ ପ୍ଲାଜମା ବ୍ୟାଙ୍କରେ ରଖାଯିବ। ଏସ୍‌ସିବି ମେଡିକାଲ କଲେଜରେ ପ୍ରଥମ‌େ ପ୍ଲାଜ୍‌ମା ବ୍ୟାଙ୍କ ପ୍ରତିଷ୍ଠା ହେବ। ପରବର୍ତୀ ସମୟରେ ଆଇଏମ୍‌ଏସ୍‌ ସମ୍ ହସ୍ପିଟାଲ, କିମ୍‌ସ ହସ୍ପିଟାଲ ଓ କଟକସ୍ଥିତ ଅଶ୍ବିନୀ ହସ୍ପିଟାଲଙ୍କୁ ନିଜ ନିଜର ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରିବା ଲାଗି ପ୍ରୋତ୍ସାହିତ କରାଯିବ। ଏସ୍‌ସିବିରେ ରକ୍ତ ସଂଗ୍ରହ କରାଯିବ ଓ ପରବର୍ତୀ ସମୟରେ ଅନ୍ୟ ହସ୍ପିଟାଲଗୁଡ଼ିକୁ ସଂରକ୍ଷିତ ରଖିବା ଲାଗି ପଠାଯିବ।

ଏହି ବୈଠକ‌ରେ ସୋଆ ବିଶ୍ବବିଦ୍ୟାଳୟର କୁଳପତି ଡା. ଅଶୋକ ମହାପାତ୍ର, କିମ୍‌ସ ମେଡିକାଲ କଲେଜର ନିର୍ଦ୍ଦେଶକ ଡା. ସୁବ୍ରତ ଆଚାର୍ଯ୍ୟ, ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ପ୍ରଫେସର ଡା. ସିବିକେ ମହାନ୍ତି, ଆର୍‌ଏମ୍‌ଆରସିର ନିର୍ଦେଶିକା ଡା. ସଂଘମିତ୍ରା ପତି, ଛାତିରୋଗ ବିଶେଷଜ୍ଞ ପ୍ରଫେସର ଡା. ଏମ୍‌.ଆର ପଟ୍ଟନାୟକ ଓ ଭେଷଜ ବିଶେଷଜ୍ଞ ପ୍ରଫେସର ଡା. ଜୟନ୍ତ ପଣ୍ଡା ପ୍ରମୁଖ ଏହି ଥେରାପି ସଂପର୍କରେ ନିଜର ମତ ରଖିଥିଲେ। ବୈଠକରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀ ଓ ସ୍ବାସ୍ଥ୍ୟ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।



Leave A Reply

Your email address will not be published.