ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି

0

ନ୍ୟୁଜ୍ ବ୍ୟୁରୋ: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୧ ତାରିଖରେ ଓଡିଶା ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ ସେ ରାଉରକେଲାରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଲୋକାର୍ପଣ କରିବେ। ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ରାଉରକେଲା ଦୌରା ହେବାରୁ ଏହାକୁ ନେଇ ସହରରେ ଉତ୍ସାହ ଦେଖାଯାଉଛି।

ସେ ଦିଲ୍ଲୀରୁ ବିଶେଷ ବିମାନରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ। ପରେ ସେଠାରୁ ବିଶେଷ ହେଲିକପ୍ଟରରେ ଯାତ୍ରା କରି ପୂର୍ବାହ୍ନ ୧୧ଟା ୧୦ ମିନିଟ୍ ସମୟରେ ରାଉରକେଲା ବିମାନବନ୍ଦରରେ ଅବତରଣ କରିବେ। ରାଷ୍ଟ୍ରପତିଙ୍କୁ ଆଦିବାସୀ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ନୃତ୍ୟ-ଗୀତ ମାଧ୍ୟମରେ ଭବ୍ୟ ସ୍ୱାଗତ କରାଯିବ।

ଏହାପରେ ସେ ସେକ୍ଟର-୧୩ ମେଲଣ ପଡ଼ିଆକୁ ଯାଇ ସାଧାରଣ ସଭାରେ ଯୋଗଦେବେ। ସେଠାରେ ସେ ଲୋକାର୍ପଣ କରିବାକୁ ଯାଉଥିବା ପ୍ରକଳ୍ପଗୁଡ଼ିକ ହେଲା—୪୨.୪୪ କୋଟି ଟଙ୍କା ବ୍ୟୟରେ କୋଏଲ ନଗର ମନୋରଞ୍ଜନ ପାର୍କ, ୨୭ କୋଟି ଟଙ୍କା ବ୍ୟୟରେ ଛେଣ୍ଡ୍ ସ୍ଥିତ ସାଇନ୍ସ ପାର୍କ ଏବଂ ପ୍ଲାନେଟୋରିୟମ, ୪୮ କୋଟି ଟଙ୍କା ବ୍ୟୟରେ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଓ ୪୦ କୋଟି ଟଙ୍କା ବ୍ୟୟରେ ଆଦିବାସୀ ମ୍ୟୁଜିୟମ୍। ଏହି ପ୍ରକଳ୍ପଗୁଡ଼ିକର ପୂର୍ବ ପରିଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ପରେ ସେ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ଏହି ଗସ୍ତ ସମ୍ବନ୍ଧରେ ସୂଚନା ଦେଇଥିଲେ।

Leave A Reply

Your email address will not be published.