ପ୍ରମୁଖ ଖବର

ସ୍ୱିଡେନରେ ପ୍ରଧାନମନ୍ତ୍ରୀ ମୋଦୀ; ‘ରୟାଲ ଅର୍ଡର ଅଫ୍ ପୋଲାର ଷ୍ଟାର’ ସମ୍ମାନରେ ସମ୍ମାନିତ
ହର୍ମୁଜ ଅତିକ୍ରମ କରି ଗୁଜରାଟରେ ପହଞ୍ଚିଲା ୨୦ ହଜାର ଟନ୍‌ ଏଲପିଜି ବୋଝେଇ ଟ୍ୟାଙ୍କର
ଇସ୍ତଫା ଦେବେ ବ୍ରିଟେନ ପ୍ରଧାନମନ୍ତ୍ରୀ କେର୍‌ ଷ୍ଟାର୍ମର!
ଶୁଭେନ୍ଦୁ ଅଧିକାରୀଙ୍କୁ ହତ୍ୟା ଧମକ; କଲକାତାରୁ ଜଣେ ଗିରଫ

ଇସ୍ତଫା ଦେବେ ବ୍ରିଟେନ ପ୍ରଧାନମନ୍ତ୍ରୀ କେର୍‌ ଷ୍ଟାର୍ମର!

0

ନ୍ୟୁଜ୍ ବ୍ୟୁରୋ: କେର୍‌ ଷ୍ଟାର୍ମର ନିଜ ପଦରୁ ଇସ୍ତଫା ଦେବାକୁ ଯୋଜନା କରୁଥିବା ନେଇ ବ୍ରିଟେନର ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ନିଜ ନିଷ୍ପତ୍ତି ସମ୍ପର୍କରେ ସେ ତାଙ୍କ ଜଣେ ଘନିଷ୍ଠ ସହଯୋଗୀଙ୍କୁ ସୂଚନା ଦେଇଥିବା ଜଣାପଡ଼ିଛି। ଶାସକ ଲେବର ପାର୍ଟି ମଧ୍ୟରେ ଲାଗି ରହିଥିବା ଅନ୍ତର୍ଦ୍ୱନ୍ଦ୍ୱ ଓ ବରିଷ୍ଠ ନେତାମାନଙ୍କ ଚାପ ମଧ୍ୟରେ ଷ୍ଟାର୍ମର ନିଜ ସର୍ତ୍ତ ଓ ସମ୍ମାନଜନକ ଢଙ୍ଗରେ ପଦ ଛାଡ଼ିବାକୁ ଚାହୁଁଥିବା କୁହାଯାଉଛି। ସରକାରରେ ଚାଲିଥିବା ଅସ୍ଥିରତାକୁ ଦୀର୍ଘ ସମୟ ଧରି ଜାରି ରଖିବାକୁ ସେ ଇଚ୍ଛୁକ ନୁହେଁ ଏବଂ ଖୁବ୍‌ଶୀଘ୍ର ନୂଆ ନେତୃତ୍ୱ ଚୟନ ପାଇଁ ସମୟସୀମା ଘୋଷଣା କରିପାରନ୍ତି।

ନିକଟରେ ବ୍ରିଟେନରେ ହୋଇଥିବା ଆଞ୍ଚଳିକ ନିର୍ବାଚନରେ ଲେବର ପାର୍ଟି ଗୁରୁତର ପରାଜୟ ସହିଥିଲା। ଦଳ ୧୦୦୦ରୁ ଅଧିକ କାଉନସିଲ୍ ଆସନ ହରାଇଥିବା ବେଳେ ତାଙ୍କର ଦୃଢ଼ ଗଡ଼ ଭାବେ ପରିଚିତ ୱେଲ୍ସ ଉପରୁ ମଧ୍ୟ ନିୟନ୍ତ୍ରଣ ଦୁର୍ବଳ ହୋଇଛି। ଏହି ପରାଜୟ ପରେ ବ୍ରିଟେନ ସରକାରରେ ଅସନ୍ତୋଷ ବଢ଼ିଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ୱେସ ଷ୍ଟ୍ରିଟିଙ୍ଗଙ୍କ ସମେତ କ୍ୟାବିନେଟର କେତେକ ପ୍ରମୁଖ ମନ୍ତ୍ରୀ ଇସ୍ତଫା ଦେଇଥିବା ସୂଚନା ମିଳିଛି। ବ୍ରିଟେନର ରାଜନୀତିରେ ଏହି ଘଟଣାକୁ ଏକ ବଡ଼ ପରିବର୍ତ୍ତନର ସଙ୍କେତ ଭାବେ ଦେଖାଯାଉଛି।

Leave A Reply

Your email address will not be published.