ପ୍ରମୁଖ ଖବର

ସ୍ୱିଡେନରେ ପ୍ରଧାନମନ୍ତ୍ରୀ ମୋଦୀ; ‘ରୟାଲ ଅର୍ଡର ଅଫ୍ ପୋଲାର ଷ୍ଟାର’ ସମ୍ମାନରେ ସମ୍ମାନିତ
ହର୍ମୁଜ ଅତିକ୍ରମ କରି ଗୁଜରାଟରେ ପହଞ୍ଚିଲା ୨୦ ହଜାର ଟନ୍‌ ଏଲପିଜି ବୋଝେଇ ଟ୍ୟାଙ୍କର
ଇସ୍ତଫା ଦେବେ ବ୍ରିଟେନ ପ୍ରଧାନମନ୍ତ୍ରୀ କେର୍‌ ଷ୍ଟାର୍ମର!
ଶୁଭେନ୍ଦୁ ଅଧିକାରୀଙ୍କୁ ହତ୍ୟା ଧମକ; କଲକାତାରୁ ଜଣେ ଗିରଫ

‘ରୟାଲ ଅର୍ଡର ଅଫ୍ ପୋଲାର ଷ୍ଟାର’ ସମ୍ମାନରେ ସମ୍ମାନିତ

0

ନ୍ୟୁଜ୍ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପଞ୍ଚରାଷ୍ଟ୍ରୀୟ ବିଦେଶ ଗସ୍ତ କ୍ରମରେ ରବିବାର ସ୍ୱିଡେନ ଗସ୍ତ କରିଛନ୍ତି। ମୋଦୀ ଗୋଥେନବର୍ଗ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସ୍ୱିଡେନର ପ୍ରଧାନମନ୍ତ୍ରୀ ଉଲ୍ଫ କ୍ରିଷ୍ଟରସନ ସ୍ୱୟଂ ବିମାନବନ୍ଦରରେ ଉପସ୍ଥିତ ରହି ମୋଦୀଙ୍କୁ ସ୍ୱାଗତ କରିଥିଲେ।

ମୋଦୀଙ୍କ ବିମାନ ସ୍ୱିଡେନ ଆକାଶସୀମାରେ ପ୍ରବେଶ କରିବା ସମୟରେ ସ୍ୱିଡେନ ବାୟୁସେନାର ‘ଗ୍ରିପେନ୍’ ଯୁଦ୍ଧବିମାନ ତାଙ୍କ ବିମାନକୁ ଏସକର୍ଟ କରି ବିମାନବନ୍ଦର ପର୍ଯ୍ୟନ୍ତ ନେଇଥିଲା। ବିମାନବନ୍ଦର ବାହାରେ ଭାରତୀୟ ବଂଶୋଦ୍ଭବ ଓ ପ୍ରବାସୀ ଭାରତୀୟମାନେ ମଧ୍ୟ ମୋଦୀଙ୍କୁ ଉତ୍ସାହର ସହ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱିଡେନର ପ୍ରତିଷ୍ଠିତ ‘ରୟାଲ ଅର୍ଡର ଅଫ୍ ପୋଲାର ଷ୍ଟାର କମାଣ୍ଡର ଗ୍ରାଣ୍ଡ କ୍ରସ୍’ ସମ୍ମାନ ପ୍ରଦାନ କରାଯାଇଛି। ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା, ଗ୍ରୀନ୍ ଆଲାଇନ୍ସ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଆଲୋଚନା ହେବ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ନେଦରଲାଣ୍ଡସ୍‌ ଗସ୍ତ କରିଥିଲେ। ସେଠାରେ ନେଦରଲାଣ୍ଡସ୍ ପ୍ରଧାନମନ୍ତ୍ରୀ ରବ ଜେଟେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରି ବାଣିଜ୍ୟ, ପୁଞ୍ଜିନିବେଶ, ସାଇବର ସୁରକ୍ଷା, ସେମିକଣ୍ଡକ୍ଟର, ମହାକାଶ, ସ୍ୱାସ୍ଥ୍ୟ, କୃଷି, ଜଳ ପରିଚାଳନା, ଜଳବାୟୁ ପରିବର୍ତ୍ତନ ଓ ଶକ୍ତି ପରିବର୍ତ୍ତନ ସହ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ବୁଝାମଣା କରିଥିଲେ।

Leave A Reply

Your email address will not be published.