ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଆସାମରେ ସମାନ ନାଗରିକ ସଂହିତା ବିଲ୍ ପାରିତ

0

ଆସାମ: ଆସାମ ସରକାର ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ବିଧାନସଭାରେ ପାରିତ କରାଇଛନ୍ତି। ଉତ୍ତରାଖଣ୍ତ ଏବଂ ଗୁଜୁରାଟ ପରେ ଆସାମ ଦେଶର ତୃତୀୟ ରାଜ୍ୟ ଭାବେ ଏହି ଆଇନକୁ ମଞ୍ଜୁରୀ ଦେଇଛି। ବିରୋଧୀ ଦଳମାନଙ୍କ ହଟ୍ଟଗୋଳ ମଧ୍ୟରେ ସରକାର ବିଲ୍‌ଟିକୁ ସଫଳତାର ସହ ପାସ କରାଇଛନ୍ତି। ନୂତନ ୟୁସିସି ବିଲ୍‌ରେ ବହୁବିବାହକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ସେହିପରି ‘ଲିଭ୍-ଇନ୍ ରିଲେସନସିପ୍’ର ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇଛି। ବିବାହ ପାଇଁ ପୁରୁଷଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ମହିଳାଙ୍କ ପାଇଁ ୧୮ ବର୍ଷ ଧାର୍ଯ୍ୟ କରାଯାଇଛି।

ତେବେ ରାଜ୍ୟର ସାଂସ୍କୃତିକ ବିବିଧତାକୁ ଦୃଷ୍ଟିରେ ରଖି ଏହି ଆଇନକୁ ଅନୁସୂଚିତ ଜନଜାତି (ST) ସମ୍ପ୍ରଦାୟ ପାଇଁ ଲାଗୁ କରାଯିବ ନାହିଁ। ବାକି ସମସ୍ତ ନାଗରିକ ନିଜ ଧାର୍ମିକ ରୀତିନୀତି ଅନୁସାରେ ବିବାହ କରିପାରିବେ, କିନ୍ତୁ ବିବାହ ପଞ୍ଜୀକରଣ ଅନିବାର୍ଯ୍ୟ ରହିବ। ଆଇନ ଉଲ୍ଲଂଘନକାରୀଙ୍କ ପାଇଁ କଠୋର ଦଣ୍ଡ ବ୍ୟବସ୍ଥା ମଧ୍ୟ ରହିଛି। ଗୋଟିଏ ସ୍ତ୍ରୀ କିମ୍ବା ସ୍ୱାମୀ ଥିବା ସତ୍ତ୍ୱେ ଦ୍ୱିତୀୟ ବିବାହ କଲେ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ହେବ। ସେହିପରି ଲିଭ୍-ଇନ୍ ରିଲେସନସିପ୍‌କୁ ଏକ ମାସ ମଧ୍ୟରେ ପଞ୍ଜୀକୃତ ନକଲେ ୩ ମାସ ଜେଲ୍‌, ₹୧୦,୦୦୦ ଜରିମାନା କିମ୍ବା ଉଭୟ ଦଣ୍ଡ ଦିଆଯିବ। ନୂଆ ଉତ୍ତରାଧିକାରୀ ଆଇନ ଅନୁଯାୟୀ, ମୃତ ବ୍ୟକ୍ତିଙ୍କ ସମ୍ପତ୍ତି ଉପରେ ସ୍ତ୍ରୀ, ସନ୍ତାନ ଏବଂ ପିତାମାତାଙ୍କର ସମାନ ଅଧିକାର ରହିବ। ଏହି ବ୍ୟବସ୍ଥାକୁ ଲିଙ୍ଗ ସମାନତା ଆଧାରରେ ପ୍ରସ୍ତୁତ କରାଯାଇଥିବା ସରକାର କହିଛନ୍ତି।

Leave A Reply

Your email address will not be published.