ପ୍ରମୁଖ ଖବର

କେନ୍ଦୁପତ୍ର ତୋଳାଳିଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଉପହାର; ବୋନସ ଓ ମୂଲ୍ୟବୃଦ୍ଧିକୁ ମଞ୍ଜୁରି
ଜୁଲାଇ ୧୭ରେ ଗଡ଼ିବ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍, ଶୁଭାରମ୍ଭ କରିବେ ମୋଦୀ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଆନ୍ଧ୍ରରେ ୨ କୋଭିଡ୍ ମୃତ୍ୟୁ ପରେ ଓଡ଼ିଶା ସୀମାରେ ହାଇଆଲର୍ଟ
ରୋଡ୍ ରୋଲର ଚଳାଇ ୪୭୨ କୋଟି ଟଙ୍କାର ନିଶାଦ୍ରବ୍ୟ ନଷ୍ଟ କଲେ ହିମନ୍ତ ବିଶ୍ୱ ସର୍ମା

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଦ୍ଦାରାମାୟା

0

କର୍ଣ୍ଣାଟକ: କର୍ଣ୍ଣାଟକ ରାଜନୀତିରେ ବଡ଼ ପରିବର୍ତ୍ତନ ଆସିଛି। ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ବେଙ୍ଗାଲୁରୁ ରାଜଭବନକୁ ଯାଇ ଇସ୍ତଫାପତ୍ର ଦାଖଲ କରିଥିବା ସୂଚନା ଏକ ପ୍ରେସ୍‌ମିଟ୍‌ରେ ଦେଇଛନ୍ତି।

ସିଦ୍ଦାରାମାୟା କହିଛନ୍ତି ଯେ, ରାଜ୍ୟପାଳଙ୍କ ଅନୁପସ୍ଥିତିରେ ସେ ତାଙ୍କ ସଚିବଙ୍କୁ ଇସ୍ତଫାପତ୍ର ଦେଇଛନ୍ତି ଏବଂ ରାଜ୍ୟପାଳ ଫେରିଲେ ଏହାକୁ ଔପଚାରିକ ଭାବେ ଗ୍ରହଣ କରାଯିବ। ସେ ଆହୁରି କହିଛନ୍ତି ଯେ, କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଅନୁସାରେ ସେ ଏହି ନିଷ୍ପତ୍ତି ନେଇଛନ୍ତି।

ଗୁରୁବାର ମନ୍ତ୍ରୀମଣ୍ଡଳୀୟ ବୈଠକରେ ସିଦ୍ଦାରାମାୟା ଇସ୍ତଫା ଘୋଷଣା କରି କହିଥିଲେ ଯେ, “ଦଳ ଏକ ନୂଆ ମୁହଁକୁ ସୁଯୋଗ ଦେବାକୁ ଚାହୁଁଛି। ହାଇକମାଣ୍ଡଙ୍କ ଅନୁରୋଧକୁ ସମ୍ମାନ ଜଣାଇ ମୁଁ ପଦ ଛାଡ଼ୁଛି।”

ଏହି ପଦକ୍ଷେପ ପରେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ମୁଖ୍ୟମନ୍ତ୍ରୀ ହେବା ପଥ ପ୍ରାୟ ସ୍ପଷ୍ଟ ହୋଇଯାଇଛି। କଂଗ୍ରେସ ମଧ୍ୟରେ ପୂର୍ବରୁ ଥିବା ରୋଟେସନ୍ ଫର୍ମୁଲାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ, ଶେଷ ପର୍ଯ୍ୟନ୍ତ ନେତୃତ୍ୱ ଡିକେ ଶିବକୁମାରଙ୍କ ନାମକୁ ଆଗରେ ରଖିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ପ୍ରସଙ୍ଗରେ ସ୍ପଷ୍ଟ ମତ ରଖିଥିଲେ। ସେ ଦଳୀୟ ନେତୃତ୍ୱକୁ ପରାମର୍ଶ ଦେଇଥିଲେ ଯେ, କଷ୍ଟକର ସମୟରେ ଯେଉଁ ନେତା ଦଳ ସହ ଅଟୁଟ ଭାବେ ରହିଛନ୍ତି, ସେମାନଙ୍କୁ ଦଳ ପୁରସ୍କୃତ କରିବା ଉଚିତ୍‌। ଏହାକୁ ଡିକେ ଶିବକୁମାରଙ୍କ ପକ୍ଷରେ ବଡ଼ ସମର୍ଥନ ଭାବେ ଦେଖାଯାଉଛି।

Leave A Reply

Your email address will not be published.