ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

୨୦୨୭ ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜନ କରିବ ଓଡ଼ିଶା

0

ଭୁବନେଶ୍ବର: ଓଡ଼ିଶା ପାଇଁ ପୁଣି ଆସିଛି ଏକ ବଡ଼ ଗୌରବର ମୁହୂର୍ତ୍ତ। ଆସନ୍ତା ୨୦୨୭ ମସିହାର ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜନ କରିବାର ସୁଯୋଗ ଓଡ଼ିଶାକୁ ମିଳିଛି। ହଂକଂରେ ଅନୁଷ୍ଠିତ ଏସିଆନ୍ ଆଥଲେଟିକ୍ସ କାଉନସିଲ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହିତ ଚଣ୍ଡୀଗଡ଼କୁ ୨୦୨୮ ଏସିଆନ୍ ରିଲେ ପ୍ରତିଯୋଗିତା ଆୟୋଜନର ଦାୟିତ୍ୱ ଦିଆଯାଇଛି। ଓଡ଼ିଶାକୁ ଏହି ଆନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନର ସୁଯୋଗ ମିଳିବା ପରେ ରାଜ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ମୋହନ ଚରଣ ମାଝୀ ଏହି ସଫଳତା ପାଇଁ ଭାରତୀୟ ଆଥଲେଟିକ୍ସ ସଂଘକୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ଏହା ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ।

କଳିଙ୍ଗ ଷ୍ଟାଡିୟମରେ ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେବ। କଳିଙ୍ଗ ଷ୍ଟାଡିୟମ୍‌ର ଆଧୁନିକ କ୍ରୀଡ଼ା ଭିତ୍ତିଭୂମି ଏବଂ ପୂର୍ବରୁ ସଫଳ ଭାବେ ବିଭିନ୍ନ ଆନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ କରିଥିବାରୁ ଓଡ଼ିଶାକୁ ଏହି ସୁଯୋଗ ମିଳିଥିବା କୁହାଯାଉଛି। ଏହି ପ୍ରତିଯୋଗିତା ମାଧ୍ୟମରେ ଓଡ଼ିଶା ବିଶ୍ୱ କ୍ରୀଡ଼ା ମଞ୍ଚରେ ନିଜ ସ୍ଥାନକୁ ଆହୁରି ମଜବୁତ କରିବା ସହ ଦେଶର ଏକ ପ୍ରମୁଖ ସ୍ପୋର୍ଟସ ହବ୍ ଭାବେ ପରିଚିତ ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.