ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ଟିଏମସି ସାଂସଦଙ୍କ ବାପି ହଲଦରଙ୍କ ଅଫିସ ଉପରେ ଆକ୍ରମଣ
ଚେତାବନୀ ସତ୍ତ୍ୱେ କାନାଡାରେ ପୁଣି ଅଦିନିଆ ରଥଯାତ୍ରା, ଇସ୍କନକୁ ନେଇ ବଢ଼ିଲା ବିବାଦ
ମମତାଙ୍କ ବୈଠକକୁ ଆସିଲେନି ଟିଏମସିର ୬୦ ବିଧାୟକ
୩ ମାସ ମଧ୍ୟରେ ୫ ହଜାର ନର୍ସିଂ ପଦବୀ ପୂରଣ, ଖୁବ୍‌ଶୀଘ୍ର ବିଜ୍ଞପ୍ତି: ସ୍ୱାସ୍ଥ୍ୟମନ୍ତ୍ରୀ
ପୁଣି ବଢ଼ିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଦର

ପୁଣି ବଢ଼ିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଦର

0

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ ପଡ଼ିଛି। ତେଲ କମ୍ପାନୀମାନେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ଦର ବୃଦ୍ଧି କରିଛନ୍ତି। ନୂଆ ଦର ଅନୁଯାୟୀ, ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୪୨ ଟଙ୍କା ବୃଦ୍ଧି ପାଇ ୩,୧୧୩.୫୦ ଟଙ୍କାରେ ପହଞ୍ଚିଛି। କଲକାତାରେ ଏହା ୫୩ ଟଙ୍କା ବଢ଼ି ୩,୨୫୫.୫୦ ଟଙ୍କା, ମୁମ୍ବାଇରେ ୩,୦୬୭.୫୦ ଟଙ୍କା ଏବଂ ଚେନ୍ନାଇରେ ୩,୨୮୩ ଟଙ୍କା ହୋଇଛି।

ମଧ୍ୟପ୍ରାଚ୍ୟରେ ଫେବୃଆରୀ ୨୮ରୁ ଯୁଦ୍ଧ ଆରମ୍ଭ ହେବା ପରଠାରୁ ବାଣିଜ୍ୟିକ ସିଲିଣ୍ଡର ଦରରେ ମୋଟ ୧,୩୭୩ ଟଙ୍କା ବୃଦ୍ଧି ଘଟିଛି। ତେବେ ଘରୋଇ ୧୪.୨ କିଲୋଗ୍ରାମ LPG ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଦିଲ୍ଲୀରେ ଏହାର ମୂଲ୍ୟ ୯୧୩ ଟଙ୍କା ଥିବାବେଳେ ଜୟପୁରରେ ୯୧୬.୫୦ ଟଙ୍କା ଓ ଅହମ୍ମଦାବାଦରେ ୯୨୦ ଟଙ୍କା ରହିଛି। ଛୋଟ ୫ କିଲୋଗ୍ରାମ ଅଣ-ଘରୋଇ ସିଲିଣ୍ଡର ଦର ମଧ୍ୟ ୧୧ ଟଙ୍କା ବଢ଼ିଛି। ସେହିପରି ଶିଳ୍ପ ଓ ବଡ଼ ବାଣିଜ୍ୟିକ ଗ୍ରାହକଙ୍କ ପାଇଁ ୪୭.୫ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଦର ୧୦୫ ଟଙ୍କା ବୃଦ୍ଧି ପାଇ ୭,୭୭୯.୫୦ ଟଙ୍କାରେ ପହଞ୍ଚିଛି।

ତେବେ ବାଣିଜ୍ୟିକ ସିଲିଣ୍ଡର ଦର ବୃଦ୍ଧିର ସିଧାସଳଖ ପ୍ରଭାବ ହୋଟେଲ, ରେଷ୍ଟୁରାଣ୍ଟ, ଚା’ ଦୋକାନ ଓ ଖାଦ୍ୟ ବ୍ୟବସାୟ ଉପରେ ପଡ଼ିବ। ଫଳରେ ଖାଦ୍ୟ ଓ ପାନୀୟ ସାମଗ୍ରୀର ଦର ବଢ଼ିପାରେ ଏବଂ ସାଧାରଣ ଗ୍ରାହକଙ୍କ ଉପରେ ଅତିରିକ୍ତ ଆର୍ଥିକ ଭାର ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି।

Leave A Reply

Your email address will not be published.