ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ବିଧାନସଭା ନିର୍ବାଚନ ଲଢ଼ିବ ଚିରାଗଙ୍କ ଏଲ୍‌ଜେପି

0

ଉତ୍ତରପ୍ରଦେଶ: ଆସନ୍ତାବର୍ଷ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶ୍ବାନଙ୍କ ନେତୃତ୍ୱାଧୀନ ଲୋକ ଜନଶକ୍ତି ପାର୍ଟି (ରାମ ବିଳାଶ) ପ୍ରତିଦ୍ୱନ୍ଦ୍ୱିତା କରିବ। ଏ ସମ୍ପର୍କରେ ରବିବାର ଚିରାଗ ପାଶ୍ବାନ ଆନୁଷ୍ଠାନିକ ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ ନିର୍ବାଚନରେ ଆସନ ବୁଝାମଣା ଓ ଅନ୍ୟାନ୍ୟ ରଣନୀତିଗତ ପ୍ରସଙ୍ଗରେ ଦଳର ଉତ୍ତରପ୍ରଦେଶ ଶାଖା ଆବଶ୍ୟକ ନିଷ୍ପତ୍ତି ନେବ। ପରେ ଦଳର ସଂସଦୀୟ ବୋର୍ଡ ସେହି ନିଷ୍ପତ୍ତିକୁ ଅନୁମୋଦନ କରିବ। ଆଗାମୀ ଦିନରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ ଓ ବିସ୍ତୃତ କରାଯିବ। କେବଳ ବିହାରରେ ସୀମିତ ନ ରହି ଦେଶବ୍ୟାପୀ ଏକ ଶକ୍ତିଶାଳୀ ସଂଗଠନ ଗଢ଼ି ତୋଳିବା ଦଳର ଲକ୍ଷ୍ୟ ହେବ।

ଏହାସହ ଚିରାଗ ସୂଚନା ଦେଇଛନ୍ତି ଯେ ଆସନ୍ତା ବର୍ଷ ଦଳର ପ୍ରତିଷ୍ଠାତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶ୍ବାନଙ୍କ ଜନ୍ମଜୟନ୍ତୀ ଲକ୍ଷ୍ନୌରେ ପାଳନ କରାଯିବ। ଉତ୍ତରପ୍ରଦେଶରେ ଦଳର ସଂଗଠନ ବିସ୍ତାର ଓ ରାଜନୈତିକ ସକ୍ରିୟତା ବଢ଼ାଇବା ଦିଗରେ ଏହି ଘୋଷଣାକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।

Leave A Reply

Your email address will not be published.