ପ୍ରମୁଖ ଖବର

ବିଶ୍ୱର ତୃତୀୟ ବୃହତ୍ତମ ଅଟୋମୋବାଇଲ୍ ବଜାର ଭାରତ: ଗଡ଼କରୀ
ଉଚ୍ଚ ସମୁଦ୍ର ମତ୍ସ୍ୟ ଆହରଣକୁ ମିଳିଲା ପ୍ରୋତ୍ସାହନ
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି, ୨୧ରେ ରାଜ୍ୟ ନିର୍ବାଚନ କମିଶନଙ୍କ ଉଚ୍ଚସ୍ତରୀୟ ବୈଠକ
ଖୋଲିଲା ହୀରାକୁଦର ୧୦ଟି ଗେଟ୍ , ମହାନଦୀକୁ ଛଡ଼ାଗଲା ବନ୍ୟାଜଳ
ଭିଡ଼ ନିୟନ୍ତ୍ରଣ ପାଇଁ ରଥଯାତ୍ରାରେ ଅଧା ହେଲା ଭିଆଇପି କର୍ଡନ୍ ପାସ୍

ଏନକାଉଣ୍ଟରରେ ୪ ଗ୍ୟାଙ୍ଗଷ୍ଟର ନିହତ,୩ ପୋଲିସ କର୍ମଚାରୀ ଆହତ

0

ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମରେ ଶୁକ୍ରବାର ଏକ ହାଇ-ଭୋଲ୍ଟେଜ୍ ଏନକାଉଣ୍ଟରରେ ଚାରି ଜଣ ସଶସ୍ତ୍ର ଅପରାଧୀ ନିହତ ହୋଇଥିବା ବେଳେ ଗୁରୁଗ୍ରାମ ପୋଲିସ କ୍ରାଇମ ବ୍ରାଞ୍ଚର ତିନି ଜଣ କର୍ମଚାରୀ ଆହତ ହୋଇଛନ୍ତି। ନିହତ ଅପରାଧୀମାନେ ବିଦେଶରୁ ଗ୍ୟାଙ୍ଗ୍ ଚଳାଉଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଦୀପକ ନନ୍ଦଲଙ୍କ ସହ ସମ୍ପୃକ୍ତ ଶୁଟର ବୋଲି ପୋଲିସ ସୂଚନା ଦେଇଛି।

ସୂଚନା ଅନୁଯାୟୀ, ସୁଶାନ୍ତ ଲୋକ ଫେଜ୍-୨ ଅଞ୍ଚଳରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ବାସଭବନ ଉପରେ ଗୁଳି ଚାଳନା ପରେ ଅପରାଧୀମାନେ ଫେରାର ହେବାକୁ ଚେଷ୍ଟା କରୁଥିଲେ। ସେହି ବ୍ୟବସାୟୀଙ୍କୁ ପୂର୍ବରୁ ଦାଦାବଟି ପାଇଁ ବିଦେଶରେ ଥିବା ଗ୍ୟାଙ୍ଗଷ୍ଟରଙ୍କ ଠାରୁ ଧମକ ମିଳୁଥିବା ଜଣାପଡ଼ିଛି।
ପୋଲିସ କଣ୍ଟ୍ରୋଲ ରୁମ୍‌ରୁ ସୂଚନା ପାଇ କ୍ରାଇମ ବ୍ରାଞ୍ଚ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଅପରାଧୀମାନଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ ମଧ୍ୟ ସେମାନେ ଅତ୍ୟାଧୁନିକ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ରରେ ପାଲଟା ଗୁଳି ଚଳାଇଥିଲେ। ଏହାପରେ ଆତ୍ମରକ୍ଷା ଓ ଅପରାଧୀମାନଙ୍କୁ କାବୁ କରିବା ପାଇଁ ପୋଲିସ ପାଲଟା ଗୁଳି ଚଳାଇଥିଲା।

ଗୁଳି ବିନିମୟରେ ପାଞ୍ଚ ଜଣ ଶୁଟର ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଏକ ବେସରକାରୀ ସୁପର-ସ୍ପେଶାଲିଟି ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚାରି ଜଣଙ୍କୁ ମୃତ ଘୋଷଣା କରାଯାଇଥିବା ବେଳେ ଜଣେ ଆହତ ଅଭିଯୁକ୍ତଙ୍କ ଚିକିତ୍ସା ଚାଲିଛି। ଏହି ଏନକାଉଣ୍ଟର ସମୟରେ କ୍ରାଇମ ବ୍ରାଞ୍ଚର ତିନି ଜଣ ପୋଲିସ କର୍ମଚାରୀ ମଧ୍ୟ ଗୁଳିମାଡ଼ରେ ଆହତ ହୋଇଥିଲେ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଉଛି। ଘଟଣାସ୍ଥଳରୁ ପୋଲିସ ପାଞ୍ଚଟି ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ଜବତ କରିଛି।

Leave A Reply

Your email address will not be published.