ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ

0

ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା

ଭୁବନେଶ୍ବର: ରାଜ୍ୟରେ ଆସନ୍ତା ଏପ୍ରିଲ ଓ ମେ’ ମାସରେ ପଞ୍ଚାୟତ ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି। ଶୁକ୍ରବାର ରାଜ୍ୟ ନିର୍ବାଚନ ଆୟୋଗର ସଚିବ ସନ୍ତୋଷ ଦାସ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଏଥର ପଞ୍ଚାୟତ ନିର୍ବାଚନ ସାମାନ୍ୟ ବିଳମ୍ବରେ ଅନୁଷ୍ଠିତ ହେବ। ସ୍ୱତନ୍ତ୍ର ନିବିଡ଼ ସଂଶୋଧନ (SIR) କାର୍ଯ୍ୟ ମାର୍ଚ୍ଚର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବାକୁ ଥିବାରୁ ନିର୍ବାଚନ କାର୍ଯ୍ୟସୂଚୀରେ କିଛି ପରିବର୍ତ୍ତନ ହୋଇଛି। ପଞ୍ଚାୟତ ଏବଂ ପୌର ନିର୍ବାଚନ ପ୍ରସ୍ତୁତି ନେଇ ଆରଡିସି ଓ ଜିଲ୍ଲାପାଳମାନଙ୍କ ସହ ବୈଠକ ହୋଇଥିବା ବେଳେ ଆସନ୍ତା ୨୧ ତାରିଖରେ ଆଉ ଏକ ନିୟମିତ ବୈଠକ ଅନୁଷ୍ଠିତ ହେବ। ଏଥର ଘରକୁ ଘର ବୁଲି ଯାଞ୍ଚ କରି ଭୋଟର ତାଲିକା ପ୍ରସ୍ତୁତ କରାଯିବ ବୋଲି ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି। ରାଜ୍ୟର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ମୋଟ ୯୧,୯୩୦ଟି ୱାର୍ଡ ବୁଥ୍ ରହିଛି। ନିର୍ବାଚନକୁ ସୁଚାରୁ ଓ ସ୍ୱଚ୍ଛ ଭାବେ ପରିଚାଳନା କରିବା ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି।

Leave A Reply

Your email address will not be published.