କରୋନା ସଂକ୍ରମଣ ଏବଂ ତଦ୍ଜନିତ ଲକ୍ଡାଉନ ଓ ସଟ୍ଡାଉନ ଗରିବ ଲୋକଙ୍କ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି। ତେଣୁ ଗରିବ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ମାନଙ୍କୁ ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ୫ ମାସ ମାଗଣାରେ ଡାଲି ଓ ଚାଉଳ ସାଧାରଣ ବଣ୍ଟନ ବ୍ୟବସ୍ଥା ଜରିଆରେ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏହାଦ୍ବାରା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ମାନଙ୍କୁ ପ୍ରତି ମାସରେ ମୁଣ୍ଡପିଛା ୫ କେଜି ଲେଖାଏ ଚାଉଳ ୫ ମାସ ପାଇଁ ମାଗଣା ଯୋଗାଇ ଦିଆଯିବ। ଏହାସହିତ ପ୍ରତି ମାସରେ ପରିବାର ପିଛା ଏକ କେଜି ଲେଖାଏ ଡାଲି ମଧ୍ୟ ନଭେମ୍ବର ପର୍ଯ୍ୟନ୍ତ ମାଗଣାରେ ଯୋଗାଇ ଦିଆଯିବ।
ଏହାଦ୍ବାରା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧାରୁ ବାଦ ପଡିଥିବା ଲକ୍ଷ ଲକ୍ଷ ହିତାଧିକାରୀମାନେ ଉପକାର ପାଇପାରିବେ।
ପ୍ରମୁଖ ଖବର
ଆୟଠୁ ଅଧିକ ସମ୍ପତ୍ତି ଠୁଳ କରି ମହାକାଳପଡା ତହସିଲଦାର୍ ଗିରଫ
୭.୬ ତୀବ୍ରତାର ଭୂମିକମ୍ପରେ ଥରିଲା ଫିଲିପାଇନ୍ସ,
ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାର
ସମୁଦ୍ରରେ ବୁଡ଼ିଲା ମାଛଧରା ଡଙ୍ଗା, ଅଳ୍ପକେ ବଞ୍ଚିଲେ ୮ ମତ୍ସ୍ୟଜୀବୀ
ଓଡିଶା ଫେରିଲେ ନବୀନ ପଟ୍ଟନାୟକ