ପ୍ରମୁଖ ଖବର

ଇ-୨୦ ଇନ୍ଧନ ନେଇ ନିତିନ ଗଡ଼କରୀଙ୍କ ସ୍ପଷ୍ଟୀକରଣ
ରାଜ୍ୟସଭାରେ ପାରିତ ହେଲା ‘ବନ୍ଦେ ମାତରମ୍’ ସୁରକ୍ଷା ବିଲ୍, ଅପମାନ କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍
ବନ୍ୟା ପ୍ରଭାବିତ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଓଟିଆଣ୍ଡଏଏସ୍ କ୍ୟାଡର୍‌ରେ ରଦବଦଳ, ୧୯୮ ଅଧିକାରୀଙ୍କୁ ନୂଆ ଦାୟିତ୍ୱ
ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାର ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ୪ ମୃତ
କୋଇଲା ବ୍ଲକ ମାମଲାରେ ମନମୋହନ ସିଂଙ୍କୁ ସୁପ୍ରିମକୋର୍ଟଙ୍କ କ୍ଲିନ୍‌ଚିଟ୍
ଲୋକସଭାରେ ପାରିତ ହେଲା ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍, ୨୦୨୬

ରାଜ୍ୟସଭାରେ ପାରିତ ହେଲା ‘ବନ୍ଦେ ମାତରମ୍’ ସୁରକ୍ଷା ବିଲ୍

0

ଅପମାନ କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍
ନୂଆଦିଲ୍ଲୀ: ‘ବନ୍ଦେ ମାତରମ୍’କୁ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଭଳି ଆଇନଗତ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ଆଗତ ‘ପ୍ରିଭେନ୍ସନ ଅଫ୍ ଇନସଲ୍ଟ୍ସ ଟୁ ନ୍ୟାସନାଲ୍ ଅନର୍ (ସଂଶୋଧନ) ବିଲ୍–୨୦୨୬’ ବୁଧବାର ରାଜ୍ୟସଭାରେ ପାରିତ ହୋଇଛି। ବିଲ୍ ଆଇନରେ ପରିଣତ ହେଲେ ‘ବନ୍ଦେ ମାତରମ୍’ର ଜାଣିଶୁଣି ଅପମାନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିବ।

ବିଲ୍‌ ଉପରେ ଆଲୋଚନାର ଉତ୍ତର ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଥିଲେ ଯେ, ଏହି ସଂଶୋଧନ କେବଳ ଏକ ଆଇନଗତ ପରିବର୍ତ୍ତନ ନୁହେଁ, ବରଂ ଦେଶର ସାଂସ୍କୃତିକ ଐତିହ୍ୟ, ସ୍ୱାଧୀନତା ସଂଗ୍ରାମର ଆଦର୍ଶ ଏବଂ ଜାତୀୟ ସମ୍ମାନ ପ୍ରତି ଭାରତର ପ୍ରତିବଦ୍ଧତାର ପ୍ରତୀକ। ସେ କହିଥିଲେ, ନୂତନ ବ୍ୟବସ୍ଥା ଅନୁଯାୟୀ ‘ବନ୍ଦେ ମାତରମ୍’କୁ ଜାଣିଶୁଣି ଅପମାନ କରୁଥିବା ବ୍ୟକ୍ତିଙ୍କୁ ସର୍ବାଧିକ ୩ ବର୍ଷ କାରାଦଣ୍ଡ, ଜରିମାନା କିମ୍ବା ଉଭୟ ଦଣ୍ଡ ହୋଇପାରିବ।

ବିଲ୍‌ ଉପରେ ଆଲୋଚନା ଆରମ୍ଭ କରି ବିଜେପି ସାଂସଦ ଡା. ରାଧା ମୋହନ ଦାସ ଅଗ୍ରୱାଲ କହିଥିଲେ ଯେ, ସ୍ୱାଧୀନତା ସଂଗ୍ରାମ ସମୟରେ ‘ବନ୍ଦେ ମାତରମ୍’ ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲା। ୱାଇଏସଆରସିପି ସାଂସଦ ଗୋଲ୍ଲା ବାବୁରାଓ ମଧ୍ୟ ବିଲ୍‌କୁ ସମର୍ଥନ କରି କହିଥିଲେ ଯେ, ‘ବନ୍ଦେ ମାତରମ୍’ କେବଳ ଏକ ଗୀତ ନୁହେଁ, ବରଂ ଏହା ଦେଶଭକ୍ତି ଓ ଜାତୀୟ ଚେତନାର ଅମର ପ୍ରତୀକ। ବିଭିନ୍ନ ଦଳର ସାଂସଦମାନଙ୍କ ଆଲୋଚନା ପରେ ବିଲ୍‌ଟିକୁ ରାଜ୍ୟସଭାର ମଞ୍ଜୁରି ମିଳିଛି। ବର୍ତ୍ତମାନ ବିଲ୍‌ଟି ଆଇନରେ ପରିଣତ ହେବା ପାଇଁ ପରବର୍ତ୍ତୀ ସାମ୍ବିଧାନିକ ପ୍ରକ୍ରିୟା ଅନୁସରଣ କରାଯିବ।

Leave A Reply

Your email address will not be published.