ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

୧୧ କୋଟିର ମାନହାନି ମାମଲା କଲେ ନିତିନ୍ ଗଡ଼କରୀ

0

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ୍ ଗଡ଼କରୀ ପେଟ୍ରୋଲରେ ଇଥାନଲ୍ ମିଶ୍ରଣ କାର୍ଯ୍ୟକ୍ରମକୁ ନେଇ ତାଙ୍କ ଓ ପରିବାର ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ବିଭ୍ରାନ୍ତକର ତଥ୍ୟ, ଆପତ୍ତିଜନକ ପୋଷ୍ଟ ଏବଂ ଏଆଇ-ପ୍ରସ୍ତୁତ ଡିପ୍‌ଫେକ୍ ଭିଡିଓ ବିରୋଧରେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

ଗଡ଼କରୀ ଦାଖଲ କରିଥିବା ୮୬ ପୃଷ୍ଠାର ଆବେଦନରେ ଏହି ସବୁ ପୋଷ୍ଟ ଓ ଭିଡିଓ ତାଙ୍କ ବ୍ୟକ୍ତିଗତ ସୁନାମକୁ କ୍ଷତି ପହଞ୍ଚାଇଥିବା ଦର୍ଶାଇ ୧୧ କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିବା ସହ ସମସ୍ତ ଆପତ୍ତିଜନକ ସାମଗ୍ରୀକୁ ତୁରନ୍ତ ହଟାଇବାକୁ ଅନୁରୋଧ କରିଛନ୍ତି। ଓକିଲ ସନ୍ଦୀପ ଲଡ୍ଡାଙ୍କ ମାଧ୍ୟମରେ ଦାଖଲ ଆବେଦନରେ ଗଡ଼କରୀ ସ୍ପଷ୍ଟ କରିଛନ୍ତି ଯେ, ପେଟ୍ରୋଲରେ ଇଥାନଲ୍ ମିଶ୍ରଣ ନୀତି ପ୍ରସ୍ତୁତି କିମ୍ବା ଏହାର କାର୍ଯ୍ୟକାରିତାରେ ତାଙ୍କ ମନ୍ତ୍ରଣାଳୟର କୌଣସି ଭୂମିକା ନାହିଁ। ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ହେଉଛି। ୨୦୦୩ରେ ଆରମ୍ଭ ହୋଇଥିବା ଇଥାନଲ୍ ମିଶ୍ରଣ କାର୍ଯ୍ୟକ୍ରମ ଅନୁଯାୟୀ, ୨୦୨୫-୨୬ ସୁଦ୍ଧା ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ୍ ମିଶ୍ରଣର ଲକ୍ଷ୍ୟ ରଖାଯାଇଛି।

ଏହି ମାମଲାରେ ଗଡ଼କରୀ ମେଟା (ଫେସବୁକ୍ ଓ ଇନ୍‌ଷ୍ଟାଗ୍ରାମ୍), ଏକ୍ସ, ଗୁଗୁଲ୍, ୟୁଟ୍ୟୁବ୍, କେନ୍ଦ୍ର ଆଇଟି ମନ୍ତ୍ରଣାଳୟ, ଟେଲିକମ୍ ବିଭାଗ ଏବଂ ଜାଲ୍ ପୋଷ୍ଟ ପ୍ରସାରଣ କରୁଥିବା ଅଜ୍ଞାତ ବ୍ୟକ୍ତିମାନଙ୍କୁ ପକ୍ଷଭୁକ୍ତ କରିଛନ୍ତି। ହାଇକୋର୍ଟଙ୍କୁ ସେ ଏହି ସମସ୍ତ ବିଭ୍ରାନ୍ତକର ଓ ଆପତ୍ତିଜନକ ବିଷୟବସ୍ତୁ ଅପସାରଣ ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.