ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

୧୧ କୋଟିର ମାନହାନି ମାମଲା କଲେ ନିତିନ୍ ଗଡ଼କରୀ

0

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ୍ ଗଡ଼କରୀ ପେଟ୍ରୋଲରେ ଇଥାନଲ୍ ମିଶ୍ରଣ କାର୍ଯ୍ୟକ୍ରମକୁ ନେଇ ତାଙ୍କ ଓ ପରିବାର ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ବିଭ୍ରାନ୍ତକର ତଥ୍ୟ, ଆପତ୍ତିଜନକ ପୋଷ୍ଟ ଏବଂ ଏଆଇ-ପ୍ରସ୍ତୁତ ଡିପ୍‌ଫେକ୍ ଭିଡିଓ ବିରୋଧରେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

ଗଡ଼କରୀ ଦାଖଲ କରିଥିବା ୮୬ ପୃଷ୍ଠାର ଆବେଦନରେ ଏହି ସବୁ ପୋଷ୍ଟ ଓ ଭିଡିଓ ତାଙ୍କ ବ୍ୟକ୍ତିଗତ ସୁନାମକୁ କ୍ଷତି ପହଞ୍ଚାଇଥିବା ଦର୍ଶାଇ ୧୧ କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିବା ସହ ସମସ୍ତ ଆପତ୍ତିଜନକ ସାମଗ୍ରୀକୁ ତୁରନ୍ତ ହଟାଇବାକୁ ଅନୁରୋଧ କରିଛନ୍ତି। ଓକିଲ ସନ୍ଦୀପ ଲଡ୍ଡାଙ୍କ ମାଧ୍ୟମରେ ଦାଖଲ ଆବେଦନରେ ଗଡ଼କରୀ ସ୍ପଷ୍ଟ କରିଛନ୍ତି ଯେ, ପେଟ୍ରୋଲରେ ଇଥାନଲ୍ ମିଶ୍ରଣ ନୀତି ପ୍ରସ୍ତୁତି କିମ୍ବା ଏହାର କାର୍ଯ୍ୟକାରିତାରେ ତାଙ୍କ ମନ୍ତ୍ରଣାଳୟର କୌଣସି ଭୂମିକା ନାହିଁ। ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ହେଉଛି। ୨୦୦୩ରେ ଆରମ୍ଭ ହୋଇଥିବା ଇଥାନଲ୍ ମିଶ୍ରଣ କାର୍ଯ୍ୟକ୍ରମ ଅନୁଯାୟୀ, ୨୦୨୫-୨୬ ସୁଦ୍ଧା ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ୍ ମିଶ୍ରଣର ଲକ୍ଷ୍ୟ ରଖାଯାଇଛି।

ଏହି ମାମଲାରେ ଗଡ଼କରୀ ମେଟା (ଫେସବୁକ୍ ଓ ଇନ୍‌ଷ୍ଟାଗ୍ରାମ୍), ଏକ୍ସ, ଗୁଗୁଲ୍, ୟୁଟ୍ୟୁବ୍, କେନ୍ଦ୍ର ଆଇଟି ମନ୍ତ୍ରଣାଳୟ, ଟେଲିକମ୍ ବିଭାଗ ଏବଂ ଜାଲ୍ ପୋଷ୍ଟ ପ୍ରସାରଣ କରୁଥିବା ଅଜ୍ଞାତ ବ୍ୟକ୍ତିମାନଙ୍କୁ ପକ୍ଷଭୁକ୍ତ କରିଛନ୍ତି। ହାଇକୋର୍ଟଙ୍କୁ ସେ ଏହି ସମସ୍ତ ବିଭ୍ରାନ୍ତକର ଓ ଆପତ୍ତିଜନକ ବିଷୟବସ୍ତୁ ଅପସାରଣ ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.