ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଦେଓରଂଜନ ଓ ମାଥି ବଦଳିଲେନି

0
  • ରାଜ କୁମାର ଶର୍ମାଙ୍କୁ କୃଷି ଉତ୍ପାଦନ କମିସନର ଦାୟିତ୍ବ
  • ସୁରେନ୍ଦ୍ରଙ୍କୁ ଖଣି, ଅନୁଙ୍କୁ ଜଳସଂପଦ ବିଭାଗ ଦାୟିତ୍ବ

ଭୁବନେଶ୍ବର: ରାଜ୍ୟ ସରକାର ଆଜି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କସ୍ତରରେ ଏକ ଅଦଳବଦଳ କରିଛନ୍ତି। ଖଣି ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ଅଧିକାରୀ ରାଜ କୁମାର ଶର୍ମାଙ୍କୁ କୃଷି ଉତ୍ପାଦନ କମିସନର ଭାବେ ନିଯୁକ୍ତି ମିଳିଛି। ଏହି ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ଅଧିକାରୀ ପ୍ରଦୀପ୍ତ କୁମାର ମହାପାତ୍ରଙ୍କର ବଦଳି ପରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ଅତିରିକ୍ତ ଦାୟିତ୍ବରେ ଥିଲେ।

ଜଳସଂପଦ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାରଙ୍କୁ ସରକାର ଇସ୍ପାତ ଓ ଖଣି ବିଭାଗକୁ ବଦଳି କରିଛନ୍ତି। ଶ୍ରମ ସଚିବ ଅନୁ ଗର୍ଗଙ୍କୁ ଜଳସଂପଦ ଭଳି ବଡ଼ ବିଭାଗର ଗୁରୁ ଦାୟିତ୍ବ ମିଳିଛି। ଏହା ସହିତ ସେ ପୂର୍ବଭଳି ମହିଳା ଓ ଶିଶୁ କଲ୍ୟାଣ ଏବଂ ମିସନ ଶକ୍ତି ଦାୟିତ୍ବରେ ମଧ୍ୟ ରହିବେ। ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଚିତ୍ରା ଅରମୁଗମଙ୍କୁ ଶ୍ରମ ଓ ଏମଏସଏମ୍ଇ ସଚିବ ସତ୍ୟବ୍ରତ ସାହୁଙ୍କୁ ଅତିରିକ୍ତ ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମିଳିଛି।

ଅନ୍ୟପକ୍ଷରେ ଗତ ୭ବର୍ଷରୁ ଅଧିକ ସମୟ ଧରି ପଞ୍ଚାୟତିରାଜ ବିଭାଗର ସଚିବ ଦେଓରଂଜନ ସିଂହଙ୍କୁ ସରକାର ବଦଳି କରିନାହାନ୍ତି। ସେହିଭଲି ନଗର ଉନ୍ନୟନ ବିଭାଗର ସଚିବ ଜି ମାଥିଭାତନନ ଦୀର୍ଘ ୫ବର୍ଷରୁ ଅଧିକ ସମୟ ରହିଥିଲେ ହେଁ ତାଙ୍କର ବଦଳି କରାଯାଇନାହିଁ।

Leave A Reply

Your email address will not be published.