ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌

0

ନୂଆଦିଲ୍ଲୀ: ଫୁକେଟ୍‌-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନ ଭୟଙ୍କର ଟର୍ବୁଲାନ୍ସର ସମ୍ମୁଖୀନ ହେବା ପରେ ପାଇଲଟ୍‌ମାନଙ୍କ ଡ୍ରଗ୍‌ ଟେଷ୍ଟକୁ କଡ଼ାକଡ଼ି କରାଯାଇଛି। ଏହି ଯାଞ୍ଚରେ ଏୟାର ଇଣ୍ଡିଆର ଦୁଇଜଣ ପାଇଲଟ୍‌ଙ୍କ ପ୍ରାଥମିକ ଡ୍ରଗ୍‌ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ତେବେ ଚୂଡ଼ାନ୍ତ ରିପୋର୍ଟ ଆସିନଥିବାରୁ ସୁରକ୍ଷା ଦୃଷ୍ଟିରୁ ଦୁଇ ପାଇଲଟ୍‌ଙ୍କୁ ତୁରନ୍ତ ଡ୍ୟୁଟିରୁ ହଟାଇ ଦିଆଯାଇଛି।

ଏୟାର ଇଣ୍ଡିଆର ନୂଆ ମାନକ କାର୍ଯ୍ୟ ପ୍ରଣାଳୀ ଅନୁଯାୟୀ, ସମସ୍ତ ପାଇଲଟ୍‌ଙ୍କ ପାଇଁ ଡ୍ରଗ୍‌ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଏପର୍ଯ୍ୟନ୍ତ ୩୦୦ରୁ ଅଧିକ ପାଇଲଟ୍‌ଙ୍କ ଡ୍ରଗ୍‌ ଟେଷ୍ଟ ହୋଇଥିବା ସୂଚନା ମିଳିଛି। ପ୍ରାଥମିକ ପରୀକ୍ଷାରେ ପଜିଟିଭ୍‌ ଆସିଥିବା ଦୁଇ ପାଇଲଟ୍‌ଙ୍କ ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସ୍ପଷ୍ଟ ହେବ। ଚୂଡ଼ାନ୍ତ ଡ୍ରଗ୍‌ ଟେଷ୍ଟ ରିପୋର୍ଟ ପାଇଁ ସାଧାରଣତଃ ୨୪ରୁ ୪୮ ଘଣ୍ଟା ସମୟ ଲାଗିଥାଏ। ରିପୋର୍ଟ ଆସିବା ପର୍ଯ୍ୟନ୍ତ ଦୁଇ ପାଇଲଟ୍‌ଙ୍କୁ ବିମାନ ଉଡ଼ାଇବାର ଅନୁମତି ଦିଆଯିବ ନାହିଁ।

ଡିଜିସିଏ ନିୟମ ଅନୁଯାୟୀ, କୌଣସି ପାଇଲଟ୍‌ କିମ୍ବା ଉଡ୍ଡୟନ କର୍ମଚାରୀଙ୍କ ଡ୍ରଗ୍‌ ଟେଷ୍ଟ ପଜିଟିଭ୍‌ ଆସିଲେ ତାଙ୍କୁ ନିଶାମୁକ୍ତି କାର୍ଯ୍ୟକ୍ରମକୁ ପଠାଯାଇପାରେ। ଦ୍ୱିତୀୟ ଥର ପଜିଟିଭ୍‌ ଆସିଲେ ଲାଇସେନ୍ସ ୩ ବର୍ଷ ପର୍ଯ୍ୟନ୍ତ ନିଲମ୍ବନ ହୋଇପାରେ। ତୃତୀୟ ଥର ନିୟମ ଉଲ୍ଲଂଘନ ହେଲେ ଲାଇସେନ୍ସ ସମ୍ପୂର୍ଣ୍ଣ ରଦ୍ଦ ହୋଇପାରେ।

ସୂଚନାଯୋଗ୍ୟ, ଅଗଷ୍ଟ ୪ରେ ଫୁକେଟ୍‌ରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏଆଇ୨୩୭୯ ବିମାନ ଭୟଙ୍କର ଟର୍ବୁଲାନ୍ସର ସମ୍ମୁଖୀନ ହୋଇଥିଲା। ବିମାନଟି ହଠାତ୍‌ ପ୍ରାୟ ୩୦୦ ଫୁଟ୍‌ ତଳକୁ ଖସିଥିବା ବେଳେ ୧୩୭ ଯାତ୍ରୀ ଓ ୮ ଜଣ କ୍ରୁ ସଦସ୍ୟଙ୍କ ସମେତ ମୋଟ ୧୪୫ ଜଣ ଯାତ୍ରା କରୁଥିଲେ। ଘଟଣାରେ ପ୍ରାୟ ୨୪ ଜଣ ଆହତ ହୋଇଥିଲେ। ଏହାପରେ ବିମାନ ସୁରକ୍ଷାକୁ ନେଇ ପାଇଲଟ୍‌ମାନଙ୍କ ଯାଞ୍ଚ ପ୍ରକ୍ରିୟାକୁ ଆହୁରି କଡ଼ା କରାଯାଇଛି।

Leave A Reply

Your email address will not be published.