ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ

0

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ରତ୍ନ ଅଳଙ୍କାର ଗଣତିମଣତି ପ୍ରକ୍ରିୟାର ୧୭ତମ ଦିନର କାର୍ଯ୍ୟ ଶେଷ ହୋଇଛି। ଆଜି ଦୀର୍ଘ ସମୟ ଧରି ରତ୍ନ ଅଳଙ୍କାରର ଗଣନା, ଚିହ୍ନଟ ଓ ଡକ୍ୟୁମେଣ୍ଟେସନ୍‌ କାର୍ଯ୍ୟ ଚାଲିଥିଲା। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ସକାଳ ୧୧ଟା ୧୫ରେ ଆରମ୍ଭ ହୋଇଥିବା ପ୍ରକ୍ରିୟା ସନ୍ଧ୍ୟା ୭ଟା ୩୮ରେ ଶେଷ ହୋଇଥିଲା। ଅର୍ଥାତ୍‌ ଆଜି ମୋଟ ୮ ଘଣ୍ଟା ୨୩ ମିନିଟ୍‌ ଧରି ଗଣତିମଣତି କାର୍ଯ୍ୟ ଚାଲିଥିଲା, ଯାହା ଏପର୍ଯ୍ୟନ୍ତର ଦୀର୍ଘତମ ସମୟ ବୋଲି ଜଣାପଡ଼ିଛି।

ଆଜି ରତ୍ନଭଣ୍ଡାରର ପଞ୍ଚମ ଆଲମିରାରେ ରଖାଯାଇଥିବା ରତ୍ନ ଅଳଙ୍କାରର ଗଣନା ଆରମ୍ଭ ହୋଇଥିଲା। ଏଥିରେ ଅନେକ ଅଳଙ୍କାରରେ ବିଭିନ୍ନ ପ୍ରକାରର ରତ୍ନ ଖଚିତ ଥିବାରୁ ସେଗୁଡ଼ିକୁ ଗଣନା ସହ ଠିକ୍‌ ଭାବେ ଚିହ୍ନଟ କରିବାକୁ ଅଧିକ ସମୟ ଲାଗୁଛି। ଅଳଙ୍କାରଗୁଡ଼ିକର ବିବରଣୀ ସଂରକ୍ଷଣ ପାଇଁ ଭିଡିଓଗ୍ରାଫି ଓ ଫଟୋଗ୍ରାଫି ସହିତ ଥ୍ରୀ-ଡି ମ୍ୟାପିଂ କରାଯାଉଛି। ଏହି ସମସ୍ତ ପ୍ରକ୍ରିୟା ନିର୍ଦ୍ଧାରିତ ପଦ୍ଧତିରେ ସମ୍ପନ୍ନ କରାଯାଉଥିବାରୁ ଗଣତିମଣତିରେ ସମୟ ଅଧିକ ଲାଗୁଥିବା ମୁଖ୍ୟ ପ୍ରଶାସକ କହିଛନ୍ତି।

ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଓ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଆଜିର ଗଣତିମଣତି କାର୍ଯ୍ୟ ସମ୍ପନ୍ନ ହୋଇଛି। ଆଗାମୀ ଦିନରେ ରତ୍ନ ଅଳଙ୍କାର ଗଣତିମଣତି କେଉଁ ଦିନ ହେବ, ସେନେଇ ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯିବ ବୋଲି ଅରବିନ୍ଦ ପାଢ଼ୀ କହିଛନ୍ତି।

Leave A Reply

Your email address will not be published.