ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ରାମ ମନ୍ଦିରର ନୂଆ ସିଇଓ ହେଲେ ଜିତେନ୍ଦ୍ର ମିଶ୍ର

0

ନୂଆଦିଲ୍ଲୀ: ରାମ ମନ୍ଦିରର ପ୍ରଶାସନିକ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ପ୍ରଥମ ଥର ପାଇଁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ନିଯୁକ୍ତି କରାଯାଇଛି। ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ଏହି ଦାୟିତ୍ୱ ପାଇଁ ଚୟନ ହୋଇଥିବା ଜଣାପଡ଼ିଛି। ୫ ହଜାରରୁ ଅଧିକ ଆବେଦନ ମଧ୍ୟରୁ ତାଙ୍କୁ ବଛାଯାଇଛି।

ଭାରତୀୟ ବାୟୁସେନାରେ ଦୀର୍ଘ କାର୍ଯ୍ୟଜୀବନ ମଧ୍ୟରେ ଜିତେନ୍ଦ୍ର ମିଶ୍ର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କମାଣ୍ଡର ନେତୃତ୍ୱ ନେଇଛନ୍ତି। ‘ଅପରେସନ ସିନ୍ଦୂର’ ସମୟରେ ସେ ପଶ୍ଚିମ କମାଣ୍ଡର ମୁଖ୍ୟ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ଦୀର୍ଘ ପ୍ରଶାସନିକ ଓ ନେତୃତ୍ୱ ଅଭିଜ୍ଞତାକୁ ଏହି ନିଯୁକ୍ତିରେ ଗୁରୁତ୍ୱ ଦିଆଯାଇଥିବା କୁହାଯାଉଛି।
ନୂଆ ସିଇଓଙ୍କ ଦାୟିତ୍ୱକୁ ସ୍ପଷ୍ଟ କରିବା ପାଇଁ ଟ୍ରଷ୍ଟ ଡିଡ୍‌ରେ ସଂଶୋଧନ ଆଣିବା ନେଇ ମଧ୍ୟ ଆଲୋଚନା ହେବ। ପ୍ରଶାସନିକ କାର୍ଯ୍ୟ ସହ ଆର୍ଥିକ ଓ ଆଇନଗତ ବ୍ୟବସ୍ଥାର ତଦାରଖ, ଭବିଷ୍ୟତର ଯୋଜନା ପ୍ରସ୍ତୁତି ଏବଂ ସଂସ୍ଥାର କାର୍ଯ୍ୟପ୍ରଣାଳୀରେ ଅଧିକ ସ୍ୱଚ୍ଛତା ଆଣିବା ସିଇଓଙ୍କ ଦାୟିତ୍ୱ ମଧ୍ୟରେ ରହିବ। ସେହିପରି ରାମ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ସ୍ଥାୟୀ ସ୍ଥାନୀୟ ସୁରକ୍ଷା ସମନ୍ୱୟ କମିଟି ଗଠନ ନେଇ ବୈଠକରେ ବିଚାର କରାଯିବ। ଟ୍ରଷ୍ଟର ପକ୍ଷରୁ ଜଣେ ଅଧିକାରିକ ପ୍ରେସ୍‌ ମୁଖପାତ୍ର ନିଯୁକ୍ତ କରିବା ପ୍ରସ୍ତାବ ମଧ୍ୟ ଆଲୋଚନା ପାଇଁ ରହିଛି।

ଅନ୍ୟପଟେ ମନ୍ଦିର ଦାନରେ ଅନିୟମିତତା ଓ ଚୋରି ସମ୍ପର୍କିତ ଅଭିଯୋଗର ତଦନ୍ତ କରୁଥିବା SITର ତଦନ୍ତ ପ୍ରଗତି ମଧ୍ୟ ସମୀକ୍ଷା କରାଯିବ। ଏହି ପ୍ରସଙ୍ଗକୁ ନେଇ ଟ୍ରଷ୍ଟର ପୂର୍ବତନ ସାଧାରଣ ସମ୍ପାଦକ ଚମ୍ପତ ରାୟ ଓ ଟ୍ରଷ୍ଟି ଅନିଲ ମିଶ୍ର ପୂର୍ବରୁ ପଦ ଛାଡ଼ିଛନ୍ତି। ଏଭଳି ପରିସ୍ଥିତିରେ ଜଣେ ପୂର୍ଣ୍ଣକାଳୀନ ସିଇଓଙ୍କ ନିଯୁକ୍ତି ମନ୍ଦିର ଟ୍ରଷ୍ଟର ପ୍ରଶାସନକୁ ଅଧିକ ସୁସଂଗଠିତ ଓ ପେସାଦାର କରିବା ଦିଗରେ ଏକ ନୂଆ ପଦକ୍ଷେପ ବୋଲି ବିବେଚନା କରାଯାଉଛି।

Leave A Reply

Your email address will not be published.