ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ

0

ନୂଆଦିଲ୍ଲୀ: ରୋଗୀଙ୍କୁ ସ୍ୱଚ୍ଛ ଓ ଉତ୍ତରଦାୟୀ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ହସ୍ପିଟାଲଗୁଡ଼ିକରେ ବିଭିନ୍ନ ଚିକିତ୍ସା ଓ ସ୍ୱାସ୍ଥ୍ୟସେବାର ଦର ସ୍ପଷ୍ଟ ଭାବେ ପ୍ରଦର୍ଶନ କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କହିଛନ୍ତି କେନ୍ଦ୍ର ସରକାର। ଏହାଦ୍ୱାରା ରୋଗୀମାନେ ଚିକିତ୍ସା ଖର୍ଚ୍ଚ ସମ୍ପର୍କରେ ଆଗୁଆ ଜାଣିବା ସହ ବିଲ୍‌କୁ ନେଇ ଉପୁଜୁଥିବା ବିବାଦ ହ୍ରାସ ପାଇବ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟସଲୀଳା ଶ୍ରୀବାସ୍ତବ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ପତ୍ର ଲେଖି ଏ ସମ୍ପର୍କିତ ନିୟମଗୁଡ଼ିକର ଠିକ୍‌ ଅନୁପାଳନ ସୁନିଶ୍ଚିତ କରିବାକୁ କହିଛନ୍ତି। ହସ୍ପିଟାଲରେ ଚିକିତ୍ସା ଶୁଳ୍କର ସୂଚନା ଏପରି ସ୍ଥାନରେ ପ୍ରଦର୍ଶିତ ହେବା ଆବଶ୍ୟକ, ଯାହା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ସହଜରେ ଦେଖାଯିବ।ଏହା ସହ ମେଡିକାଲ ଓ ଆୟୁଷ ଭିଜାରେ ଭାରତ ଆସୁଥିବା ବିଦେଶୀ ରୋଗୀଙ୍କ ପାଇଁ ଚିକିତ୍ସା ପ୍ୟାକେଜ୍‌ର ମୂଲ୍ୟ ସ୍ପଷ୍ଟ ଭାବେ ଜଣାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ସେମାନେ ଚିକିତ୍ସା ଖର୍ଚ୍ଚ ତୁଳନା କରି ଉପଯୁକ୍ତ ନିଷ୍ପତ୍ତି ନେଇପାରିବେ।

କେନ୍ଦ୍ର ସରକାରଙ୍କ ମତରେ, ଚିକିତ୍ସା ଦରରେ ସ୍ୱଚ୍ଛତା ରହିଲେ ଅନାବଶ୍ୟକ ବିଲିଂ ବିବାଦ କମିବା ସହ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ପ୍ରତି ରୋଗୀଙ୍କ ବିଶ୍ୱାସ ବଢ଼ିବ। ଏଥିସହ ଭାରତର ଚିକିତ୍ସା ଓ ଆୟୁଷ ସେବା କ୍ଷେତ୍ରର ଅନ୍ତର୍ଜାତୀୟ ପରିଚୟ ଆହୁରି ମଜଭୁତ ହେବ।

Leave A Reply

Your email address will not be published.