ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କୃଷକ ପିଲାଙ୍କ ଛାତ୍ରବୃତ୍ତି ଦୁଇଗୁଣ କଲେ ଯୋଗୀ ସରକାର

0

ଉତ୍ତରପ୍ରଦେଶ: କୃଷକ ଓ କୃଷି ଶ୍ରମିକଙ୍କ ପିଲାଙ୍କ ଉଚ୍ଚଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ଛାତ୍ରବୃତ୍ତି ଆସନ ସଂଖ୍ୟା ଦୁଇଗୁଣ କରିଛନ୍ତି ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର। ମୁଖ୍ୟମନ୍ତ୍ରୀ କୃଷକ ଛାତ୍ରବୃତ୍ତି ଯୋଜନାରେ ଏଣିକି ମନୋନୀତ ଛାତ୍ରଛାତ୍ରୀ ବାର୍ଷିକ ୬୦ ହଜାର ଟଙ୍କା ପାଇବେ। ପୂର୍ବରୁ ଏହି ରାଶି ୩୬ ହଜାର ଟଙ୍କା ଥିଲା।

ରାଜ୍ୟ କୃଷି ଉତ୍ପାଦନ ବିପଣନ ବୋର୍ଡ ଦ୍ୱାରା ପରିଚାଳିତ ଏହି ଯୋଜନାରେ ପ୍ରତ୍ୟେକ କୃଷି ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନରେ ଛାତ୍ରବୃତ୍ତି ଆସନ ୪୫ରୁ ୯୦କୁ ଏବଂ କୃଷି ମହାବିଦ୍ୟାଳୟରେ ୧୫ରୁ ୩୦କୁ ବୃଦ୍ଧି କରାଯାଇଛି। ରାଜ୍ୟର ୧୧ଟି କୃଷି ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନ ସହ ୬୧ଟି କୃଷି ମହାବିଦ୍ୟାଳୟର ଯୋଗ୍ୟ ଛାତ୍ରଛାତ୍ରୀ ଏହାର ଲାଭ ପାଇବେ। କୃଷି ସହ ଉଦ୍ୟାନ କୃଷି, ବନୀକରଣ ଓ ପଶୁପାଳନ ଭଳି ବିଷୟରେ ପଢ଼ୁଥିବା ଛାତ୍ରଛାତ୍ରୀ ମଧ୍ୟ ଏହି ଯୋଜନାରେ ସାମିଲ ହୋଇପାରିବେ। ୨୦୧୭-୧୮ରୁ ୨୦୨୫-୨୬ ମଧ୍ୟରେ ୬,୪୫୪ ଜଣ ଛାତ୍ରଛାତ୍ରୀ ଏହି ଯୋଜନାରେ ପ୍ରାୟ ୨୨.୯୦ କୋଟି ଟଙ୍କାର ଛାତ୍ରବୃତ୍ତି ପାଇଛନ୍ତି।

Leave A Reply

Your email address will not be published.