ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଦୀପାବଳି ପୂର୍ବରୁ ବଢ଼ିଲା ବ୍ୟବସାୟିକ ଗ୍ୟାସ୍ ଦର

0

କେନ୍ଦ୍ରକୁ ଘେରିଲା କଂଗ୍ରେସ
ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ବ୍ୟବସାୟିକ ଏଲ୍‌ପିଜି ସିଲିଣ୍ଡର ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛି କଂଗ୍ରେସ। ନଭେମ୍ବର ୧ରୁ ୧୯ କିଲୋଗ୍ରାମ ବିଶିଷ୍ଟ ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡର ଦର ବଢ଼ିଥିବାରୁ ଦଳ ମୋଦି ସରକାରଙ୍କୁ ସମାଲୋଚନା କରିଛି। ରବିବାର ‘ଏକ୍ସ’ରେ ଏକ ପୋଷ୍ଟ କରି କଂଗ୍ରେସ କହିଛି, ଦୀପାବଳି ପୂର୍ବରୁ ‘ମହଙ୍ଗା ମଣିଷ’ ପୁଣି ଆକ୍ରମଣ କରିଛନ୍ତି।

ଦଳ ଅନୁଯାୟୀ, ଚଳିତ ବର୍ଷର ପ୍ରଥମ ୧୦ ମାସରେ ବ୍ୟବସାୟିକ ଏଲ୍‌ପିଜି ସିଲିଣ୍ଡର ଦର ମୋଟ ୧,୨୮୭ ଟଙ୍କା ବଢ଼ିଛି। ବର୍ଷ ଆରମ୍ଭରେ ୧,୬୮୪ ଟଙ୍କା ଥିବା ସିଲିଣ୍ଡର ମୂଲ୍ୟ ଏବେ ୨,୯୭୧ ଟଙ୍କାରେ ପହଞ୍ଚିଥିବା ଦଳ ଦାବି କରିଛି। ଦିଲ୍ଲୀରେ ନଭେମ୍ବର ୧ରୁ ବ୍ୟବସାୟିକ ସିଲିଣ୍ଡର ଦର ୨,୮୧୦ ଟଙ୍କାରୁ ବଢ଼ି ୨,୮୨୦ ଟଙ୍କା ହୋଇଛି। ତେବେ ୧୪.୨ କିଲୋଗ୍ରାମ ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ୯୪୨ ଟଙ୍କାରେ ଅପରିବର୍ତ୍ତିତ ରହିଛି। ଅନ୍ୟ ସହରଗୁଡ଼ିକରେ ମଧ୍ୟ ଦର ବୃଦ୍ଧି ହୋଇଛି। ବେଙ୍ଗାଲୁରୁରେ ସିଲିଣ୍ଡର ମୂଲ୍ୟ ୧୦ ଟଙ୍କା ବଢ଼ି ୨,୯୦୮ ଟଙ୍କା, ପାଟନାରେ ୩,୧୧୦.୫୦ ଟଙ୍କା ଏବଂ ଲକ୍ଷ୍ନୌରେ ୧୦ ଟଙ୍କା ବଢ଼ି ୨,୯୪୨.୫୦ ଟଙ୍କା ହୋଇଛି। ବ୍ୟବସାୟିକ ଗ୍ୟାସ୍ ଦର ବୃଦ୍ଧି ହୋଟେଲ, ରେସ୍ତୋରାଁ, ଢାବା ଓ କ୍ୟାଟରିଂ ବ୍ୟବସାୟର ଖର୍ଚ୍ଚ ବଢ଼ାଇପାରେ।

Leave A Reply

Your email address will not be published.