ପ୍ରମୁଖ ଖବର

ସ୍ୱଚ୍ଛ ସର୍ବେକ୍ଷଣରେ ଓଡ଼ିଶାକୁ ୩ ପୁରସ୍କାର, ପୁରୀ ଦେଶରେ ପ୍ରଥମ
ନଭେମ୍ବର ୧୨ରୁ ଅମୂଲ ଓ ମଦର ଡାଏରୀ କ୍ଷୀର ଦର ଲିଟର ପିଛା ୨ରୁ ୪ ଟଙ୍କା ବୃଦ୍ଧି ପାଇବ
କେନ୍ଦ୍ର କ୍ୟାବିନେଟର ୫ ବଡ଼ ନିଷ୍ପତ୍ତି, ୭୫ ହଜାର କୋଟିରୁ ଅଧିକ ଅନୁଦାନକୁ ମଞ୍ଜୁରି
ଓଡ଼ିଶା-ଜାପାନ ସମ୍ପର୍କରେ ନୂଆ ଅଧ୍ୟାୟ, ତୋତ୍ତୋରି ସହ ମୈତ୍ରୀ ଚୁକ୍ତି ସ୍ୱାକ୍ଷର
ବେଙ୍ଗାଲୁରୁରେ ୧୬୦ କୋଟିର ବାୟୋଗ୍ୟାସ୍‌ ପ୍ଲାଣ୍ଟ ଶିଳାନ୍ୟାସ କରିବେ ମୋଦୀ
ବାଲିଯାତ୍ରା ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ମୁର୍ମୁ
ନାଟମଣ୍ଡପ ଧାଡ଼ି ଦର୍ଶନ ବ୍ୟବସ୍ଥାରେ ହେବ ସଂଶୋଧନ
ଝରିଗାଁ କୋର୍ଟରେ ତୁମୁଳକାଣ୍ଡ, ଲୁହା ରଡ୍‌ରେ ବିଚାରପତିଙ୍କୁ ଆକ୍ରମଣ

ବାଲିଯାତ୍ରା ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ମୁର୍ମୁ

0

କଟକ: ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରାର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ୨୪ ତାରିଖ ସନ୍ଧ୍ୟାରେ ସେ କଟକରେ ପହଞ୍ଚି ବାଲିଯାତ୍ରା ମହୋତ୍ସବର ଆନୁଷ୍ଠାନିକ ଉଦ୍‌ଘାଟନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କରେ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ମହାନଦୀ କୂଳରେ ଆୟୋଜିତ ବାଲିଯାତ୍ରା ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଇତିହାସ, ପ୍ରାଚୀନ ବାଣିଜ୍ୟ ପରମ୍ପରା ଓ ଗୌରବମୟ ସଂସ୍କୃତିର ପ୍ରତୀକ। ପ୍ରାଚୀନ କାଳରେ ଓଡ଼ିଆ ସାଧବମାନେ ବୋଇତରେ ଇଣ୍ଡୋନେସିଆ, ଜାଭା, ସୁମାତ୍ରା ଓ ବାଲି ଭଳି ଦେଶକୁ ବାଣିଜ୍ୟ ପାଇଁ ଯାତ୍ରା କରୁଥିଲେ। ସେହି ଐତିହାସିକ ପରମ୍ପରାକୁ ସ୍ମରଣ କରି ପ୍ରତିବର୍ଷ କଟକରେ ମହାଆଡ଼ମ୍ବରରେ ବାଲିଯାତ୍ରା ଆୟୋଜନ କରାଯାଉଛି। ଚଳିତବର୍ଷ ରାଷ୍ଟ୍ରପତିଙ୍କ ଯୋଗଦାନ ଯୋଗୁଁ ବାଲିଯାତ୍ରାର ଉଦ୍‌ଘାଟନୀ ଉତ୍ସବର ଗୁରୁତ୍ୱ ଆହୁରି ବୃଦ୍ଧି ପାଇଛି।

Leave A Reply

Your email address will not be published.