ପ୍ରମୁଖ ଖବର

ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବଡ଼ ବିଜୟ, ବିଜେପିକୁ ଝଟକା
ଦୁର୍ବଳ ହେଲା ବାତ୍ୟା ଅକୱାନ, ୧୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
୫୦ ହଜାର ଛାତ୍ରଛାତ୍ରୀଙ୍କୁ ଟାବ୍‌ଲେଟ୍‌ ବାଣ୍ଟିଲେ ଯୋଗୀ

ହାତୀ ଆକ୍ରମଣରେ ମାହୁନ୍ତଙ୍କ ମୃତ୍ୟୁ

0

ଧନୁଯାତ୍ରା ପାଇଁ ଆସିଥିଲା ହାତୀ

ବରଗଡ: ବଙ୍ଗୋମୁଣ୍ଡାରେ ଆୟୋଜିତ ୪୦ତମ ଧନୁଯାତ୍ରା ମହୋତ୍ସବରେ ଅଘଟଣ। ହାତୀ ଆକ୍ରମଣରେ ଜଣେ ମାହୁନ୍ତଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉତ୍ତରପ୍ରଦେଶର ଆହ୍ଲାବାଦ ଅଞ୍ଚଳର କଳ୍ପନା ଦୁବେ।

ସୂଚନା ଅନୁଯାୟୀ, ମହୋତ୍ସବ ପାଇଁ ହାତୀ ଆଣିଥିବା କଳ୍ପନାଙ୍କୁ ହାତୀଟି ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବଙ୍ଗୋମୁଣ୍ଡା ଡାକ୍ତରଖାନା ଏବଂ ପରେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ବନ ବିଭାଗ ଓ ବଙ୍ଗୋମୁଣ୍ଡା ପୁଲିସ ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟେ ଜନସାଧାରଣଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଟିଟିଲାଗଡ଼ ଉପଜିଲ୍ଲାପାଳ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଧନୁଯାତ୍ରାକୁ ସ୍ଥଗିତ ରଖିବାକୁ ଆଦେଶ ଦେଇଛନ୍ତି। ଏନେଇ ବଙ୍ଗୋମୁଣ୍ଡା ତହସିଲଦାର, ଥାନା ଅଧିକାରୀ ଓ ସମ୍ପୃକ୍ତ ଅଧିକାରୀଙ୍କୁ ଚିଠି ଜାରି ହୋଇଛି।

Leave A Reply

Your email address will not be published.