ପ୍ରମୁଖ ଖବର

ଉଚ୍ଚଶିକ୍ଷାରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ, ୩ ବର୍ଷରେ ୧୭ ହଜାରରୁ ଅଧିକ ଡ୍ରପ୍‌ଆଉଟ୍‌
ସାମ୍ବାଦିକଙ୍କ ପାଇଁ ଖୋଲିଲା ‘ଶୀଶ ମହଲ’, ୫୮ କୋଟି ଖର୍ଚ୍ଚର ହିସାବ ଦେଲେ ମନ୍ତ୍ରୀ
ବାଲିଯାତ୍ରାରେ ଅଘଟଣ: ଆଜି ବନ୍ଦ ରହିବ ସମସ୍ତ ଦୋଳି
ଲୋକସଭା ଆସନ ୫୦% ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି

ଭାଇଙ୍କ ବାହାଘରରେ ନାଚୁ ନାଚୁ ଚାଲିଗଲା ଜୀବନ

0

ଉତ୍ତରପ୍ରଦେଶ: ବିବାହ ଉତ୍ସବରେ ନାଚଗୀତରେ ମାତିଥିଲେ ସମସ୍ତେ। ପତ୍ନୀଙ୍କ ସହ ଡିଜେ ଗୀତରେ ନାଚୁଥିଲେ ଭାରତୀୟ ସେନାର ଜଣେ କର୍ମଚାରୀ। ହେଲେ କ୍ଷଣକ ମଧ୍ୟରେ ବଦଳିଗଲା ଦୃଶ୍ୟ। ହଠାତ୍‌ ଛାତିରେ ଯନ୍ତ୍ରଣା ହେବାରୁ ତଳେ ପଡ଼ିଗଲେ। ହସ୍ପିଟାଲରେ ଆଖି ବୁଜିଦେଲେ। ଉତ୍ତରପ୍ରଦେଶର ସାହାରନପୁର ଜିଲ୍ଲାରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ମୃତକ ହେଉଛନ୍ତି ୩୨ ବର୍ଷୀୟ ଦୁଷ୍ୟନ୍ତ କୁମାର।

ଦୁଷ୍ୟନ୍ତ ଭାରତୀୟ ସେନାରେ କିରାଣି ଭାବେ ନିଯୁକ୍ତ ଥିଲେ। ସମ୍ପର୍କୀୟ ଭାଇ ଦେବକରଣଙ୍କ ବିବାହ ପାଇଁ ନଭେମ୍ବର ୫ ତାରିଖରେ ଛୁଟି ନେଇ ଘରକୁ ଆସିଥିଲେ। ମଙ୍ଗଳବାର ରାତିରେ ନାଗଲ ଅଞ୍ଚଳର ପନିୟାଲି କାସିମପୁର ଗାଁର ଏକ ବ୍ୟାଙ୍କ୍ୱେଟ୍‌ ହଲ୍‌ରେ ବିବାହ ଉତ୍ସବ ଚାଲିଥିଲା। ରାତି ପ୍ରାୟ ୨ଟା ୩୦ରେ ବରଯାତ୍ରୀଙ୍କ ଘୋଡ଼ାଚଢ଼ି କାର୍ଯ୍ୟକ୍ରମ ବେଳେ ପତ୍ନୀଙ୍କ ସହ ନାଚୁଥିଲେ ଦୁଷ୍ୟନ୍ତ। ଏହି ସମୟରେ ହଠାତ୍‌ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ପ୍ରଥମେ ନିକଟସ୍ଥ ସିଏଚ୍‌ସି ଏବଂ ପରେ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଇ ହୋଇନଥିଲା। ହୃଦ୍‌ଘାତ ଯୋଗୁଁ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିବା ଜଣାପଡ଼ିଛି।

ଦୁଷ୍ୟନ୍ତ ବାପା-ମାଆଙ୍କ ଏକମାତ୍ର ପୁଅ ଥିଲେ। ପାଞ୍ଚ ବର୍ଷ ତଳେ ବିବାହ କରିଥିବା ଦୁଷ୍ୟନ୍ତଙ୍କ କୌଣସି ସନ୍ତାନ ନଥିଲେ। ତାଙ୍କ ମୃତ୍ୟୁରେ ପତ୍ନୀ ଓ ବାପା-ମାଆ ଗଭୀର ଭାବେ ଭାଙ୍ଗିପଡ଼ିଛନ୍ତି। ଥାନା ଅଧିକାରୀ ରାଧେଶ୍ୟାମ ଯାଦବଙ୍କ ସୂଚନା ଅନୁଯାୟୀ, ଦାଦାଙ୍କ ଅଭିଯୋଗ ପରେ ପୋଲିସ ମୃତଦେହର ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାରେ ଆଇନଗତ ପ୍ରକ୍ରିୟା ଜାରି ରହିଛି।

Leave A Reply

Your email address will not be published.