ପ୍ରମୁଖ ଖବର

ଉଚ୍ଚଶିକ୍ଷାରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ, ୩ ବର୍ଷରେ ୧୭ ହଜାରରୁ ଅଧିକ ଡ୍ରପ୍‌ଆଉଟ୍‌
ସାମ୍ବାଦିକଙ୍କ ପାଇଁ ଖୋଲିଲା ‘ଶୀଶ ମହଲ’, ୫୮ କୋଟି ଖର୍ଚ୍ଚର ହିସାବ ଦେଲେ ମନ୍ତ୍ରୀ
ବାଲିଯାତ୍ରାରେ ଅଘଟଣ: ଆଜି ବନ୍ଦ ରହିବ ସମସ୍ତ ଦୋଳି
ଲୋକସଭା ଆସନ ୫୦% ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି

ସୋଆର ପଦାର୍ଥ ବିଜ୍ଞାନ ପ୍ରଫେସରଙ୍କ ଦ୍ୱାରା ଆଣ୍ଡାମାନରେ ଶିକ୍ଷକଙ୍କୁ ଭାରତୀୟ ଜ୍ଞାନ ପରଂପରା ଉପରେ ପ୍ରଶିକ୍ଷଣ

0

ଭୁବନେଶ୍ୱର: ଭାରତୀୟ ଜ୍ଞାନ ପରଂପରା (ଇଣ୍ଡିଆନ ନଲେଜ୍ ସିଷ୍ଟମ୍‌ସ-ଆଇକେଏସ୍‌)ର ଗୁରୁତ୍ୱ ଏବଂ ଆଧୁନିକ ଶିକ୍ଷା ଓ ବୈଜ୍ଞାନିକ ଚିନ୍ତନ କ୍ଷେତ୍ରରେ ଏହାର ପ୍ରାସଙ୍ଗିକତା ସଂପର୍କରେ ଆଣ୍ଡାମାନର ଶ୍ରୀ ବିଜୟ ପୁରମ୍ (ପୂର୍ବତନ ପୋର୍ଟ ବ୍ଲେୟାର) ଠାରେ ଆୟୋଜିତ ତିନି ଦିନିଆ ଅଭିମୁଖୀକରଣ ତଥା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆଲୋକପାତ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ନଚିକେତା କେ. ଶର୍ମା।

କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଅଧିବେଶନରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରଫେସର ଶର୍ମା ଭାରତୀୟ ଜ୍ଞାନ ପରମ୍ପରାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ପରବର୍ତୀ ଅଧିବେଶନଗୁଡ଼ିକରେ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଏହି ଅବସରରେ ସେ ପ୍ରାଚୀନ ଭାରତୀୟ ବୈଜ୍ଞାନିକ ଯନ୍ତ୍ରପାତି ସଂପର୍କରେ ଧାରଣା ଦେବା ସହ ‘ମାନ ଯନ୍ତ୍ର’ ଓ ‘ଧନୁର ଯନ୍ତ୍ର’ ନିର୍ମାଣର ପ୍ରକ୍ରିୟା ପ୍ରଦର୍ଶନ କରିଥିଲେ ଏହି ପ୍ରଦର୍ଶନ ମାଧ୍ୟମରେ ପାରଂପରିକ ଯନ୍ତ୍ରଗୁଡ଼ିକର ରୂପରେଖ, ନିର୍ମାଣ କୌଶଳ ଏବଂ ସେଗୁଡ଼ିକ ପଛରେ ଥିବା ବୈଜ୍ଞାନିକ ନୀତି ସଂପର୍କରେ ଶିକ୍ଷକମାନେ ବ୍ୟବହାରିକ ଜ୍ଞାନ ଆହରଣ କରିଥିଲେ।

ବୁଧବାର ଠାରୁ ଆରମ୍ଭ ହୋଇଥିବା ଏହି କର୍ମଶାଳାକୁ ଶ୍ରୀ ବିଜୟ ପୁରମ୍‌ସ୍ଥିତ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶିକ୍ଷା ମନ୍ତ୍ରଣାଳୟର ଆଇକେଏସ୍ ବିଭାଗ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଶିକ୍ଷା ବିଭାଗ ସହଯୋଗରେ ଆୟୋଜନ କରାଯାଇଥିଲା । ଭାରତର ସମୃଦ୍ଧ ପାରଂପରିକ ବୈଜ୍ଞାନିକ ଜ୍ଞାନ ସଂପର୍କରେ ଶିକ୍ଷକମାନଙ୍କୁ ଅବଗତ କରାଇବା ସହ ଏହାକୁ ଆଧୁନିକ ଶ୍ରେଣୀ ଗୃହର ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟାରେ କିପରି ସାମିଲ କରାଯାଇପାରିବ ସେ ନେଇ ଅନୁସନ୍ଧାନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।

Leave A Reply

Your email address will not be published.