ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

କବି ନିତ୍ୟାନନ୍ଦ ନାୟକଙ୍କୁ ୪୧ତମ ଶାରଳା ପୁରସ୍କାର

0

ଭୁବନେଶ୍ୱର: ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତି ବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ବରିଷ୍ଠ କବି ନିତ୍ୟାନନ୍ଦ ନାୟକଙ୍କୁ ପ୍ରଦାନ କରାଯାଇଛି । ୨୦୧୭ ମସିହାରେ ଫ୍ରେଣ୍ଡସ୍ ପବ୍ଲିସର୍ସ ଦ୍ୱାରା ପ୍ରକାଶିତ ତାଙ୍କ କବିତା ପୁସ୍ତକ ‘ସେତେବେଳକୁ ନଥିବି’ ପାଇଁ ସେ ଏହି ସମ୍ମାନ ଲାଭ କରିଛନ୍ତି। କରୋନାଜନିତ କଟକଣାକୁ ଗୁରୁତ୍ୱ ଦେଇ ଏକ ନିରାଡ଼ମ୍ବର ଓ ସଂକ୍ଷିପ୍ତ
ସମାବେଶରେ ଶ୍ରୀ ନାୟକଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହିତ ପାକ୍ତଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ବିଶିଷ୍ଟ ଚିତ୍ରକର ଶ୍ୟାମସୁନ୍ଦର ପଟ୍ଟନାୟକଙ୍କୁ ଇଲା ପଣ୍ଡା ଚିତ୍ରକଳା ସମ୍ମାନ ଓ ସଙ୍ଗୀତଜ୍ଞ ରଞ୍ଜିତ୍ କୁମାର ନାଗଙ୍କୁ ଇଲା ପଣ୍ଡା ସଙ୍ଗୀତ ସମ୍ମାନ ପ୍ରଦାନ କରାଯାଇଥିଲା । ଉଭୟଙ୍କୁ ମାନପତ୍ର ଓ ଫଳକ ସହ ଦେଢ଼ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଟ୍ରଷ୍ଟି ପାରମିତା ପଣ୍ଡା କହିଥିଲେ ଯେ ଚଳିତ ବର୍ଷର ଉତ୍ସବରେ ଆମର କୌଣସି ସଭାମକ୍ତ ନାହିଁ, ପୁରସ୍କାର ପ୍ରଦାନ ପାଇଁ ନିମନ୍ତ୍ରିତ ଅତିଥି ମଧ୍ୟ ନାହାନ୍ତି । କିନ୍ତୁ ଆମେ ଅତିଥିବିହୀନ ହୋଇଛୁ ବୋଲି ମନେ କରୁନାହୁଁ । କାରଣ ସାହିତ୍ୟ ଓ କଳା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଆମେ ଯେଉଁ ତିନିଜଣ ସୁଖ୍ୟାତ ପ୍ରତିଭାଙ୍କୁ ଏଥର ପୁରସ୍କୃତ କରୁଛୁ, ସେମାନେ ହିଁ ଆମ ପାଇଁ ବରେଣ୍ୟ ଅତିଥି।

ପ୍ରକାଶ ଥାଉ କି, ଓଡିଶାର ବିଶିଷ୍ଟ ଶିଳ୍ପପତି ସ୍ୱର୍ଗତ ଡଃ ବଂଶୀଧର ପଣ୍ଡା ଏବଂ ସ୍ୱର୍ଗତ ଇଲା ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ “ଶାରଳା ପୁରସ୍କାର ‘ ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ୍‌ ମେଟାଲସ୍ ଆଣ୍ଡ୍ ପବ୍ଳିକ୍ ∙ରିଟେବଲ୍ ଟ୍ରଷ୍ଟ୍ (ଇମ୍ପାକ୍ଟ୍‌) ଆନୁକୂଲ୍ୟରେ ୧୯୮୦ ମସିହାଠାରୁ ପ୍ରତିବର୍ଷ ପ୍ରଦାନ କରାଯାଇଆସୁଅଛି । ଇମ୍ପାକ୍ଟ୍‌ର ଅନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ମୁଖ୍ୟ ହେଲା “ଏକଲବ୍ୟ ପୁରସ୍କାର’, ଯାହାକି ପ୍ରତିବର୍ଷ ଓଡିଶାର ଯୁବ କ୍ରୀଡା ପ୍ରତିଭାମାନଙ୍କୁ କ୍ରୀଡା କ୍ଷେତ୍ରରେ ଉତ୍କର୍ଷ ନିମନ୍ତେ ପ୍ରୋତ୍ସାହନ ସ୍ୱରୂପ ପ୍ରଦାନ କରାଯାଇଥାଏ ।

Leave A Reply

Your email address will not be published.