ପ୍ରମୁଖ ଖବର

ଘୋଷଣା ହେଲା ୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର; ‘ପୁଷ୍କରା’, ‘ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌’ ଓ ‘ଆଶ୍ରମ’ ଶ୍ରେଷ୍ଠ ଚଳଚ୍ଚିତ୍ର
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ତଦନ୍ତ ସରିଲା, ଆଜି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇପାରେ କମିଟି
ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ମାଗଣା ସ୍କୁଲ୍ ବ୍ୟାଗ୍
ରଥଯାତ୍ରାରେ ପିପିଲି ଟୋଲ୍‌ ଫି’ ଛାଡ଼, ଚଳାଚଳ କରିବ ହଜାରେ ବସ୍‌
ବିଜେଡିରେ ସାମିଲ ହେଲେ ସୁଜାତା ଆର୍ କାର୍ତ୍ତିକେୟନ

ନୂଆବର୍ଷରେ ଧର୍ମେନ୍ଦ୍ରଙ୍କୁ ବଡ଼ ସ୍ବୀକୃତି

0
  • ଓଡ଼ିଶାର ରତ୍ନ ବୋଲି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ମ୍ୟାନେଜର ବୋଲି ସଙ୍କେତ ଦେଇ ପରୋକ୍ଷରେ ମର୍ଯ୍ୟାଦା ବଢ଼ାଇଲେ

ଭୁବନେଶ୍ବର: ଓଡ଼ିଶା ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ଆଭାସ ମିଳିଛି। ଦୀର୍ଘ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ରାଜନୀତି ପାଇଁ ଏକ ବଡ଼ ସଙ୍କେତ ଦେଇଛନ୍ତି। ଶନିବାର ଆଇଆଇଏମ୍ ଶିଳାନ୍ୟାସ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନିଜ ଭାଷଣ ଦେଉ ଦେଉ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ବୀକୃତି ଦେଇଛନ୍ତି। ଶ୍ରୀ ପ୍ରଧାନ ଓଡ଼ିଶାର ରତ୍ନ ବୋଲି କହିବାକୁ ଭୁଲିନାହାନ୍ତି। ଏତେ ବଡ଼ ମନ୍ତବ୍ୟ ନୂଆବର୍ଷରେ ଧର୍ମେନ୍ଦ୍ରଙ୍କ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଇପାରେ।

ଅନ୍ୟପଟରେ ୨୦୨୦ରେ ଆଦୌ ପାଖାପାଖି ହୋଇନଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଏକାଠି ଦେଖିବାକୁ ମିଳିଛି। ଶ୍ରୀମତୀ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇଛନ୍ତି। ଏହି ଫଟୋ ସୋସିଆଲ ମିଡ଼ିଆରେ ବୁଲିବା ପରେ ବିଜେପି ଶିବିର ମଧ୍ୟ ହଲଚଲ ହୋଇଛି। ରାଜ୍ୟ ରାଜନୀତିକୁ ଏକ ବଡ ସଙ୍କେତ ଯାଇଛି ଯେ ସମ୍ଭବତଃ ବିଜେପି ଏବେ ବିଭାଜିତ ଢଙ୍ଗରେ ନୁହେଁ, ବରଂ ସମ୍ମିଳିତ ଭାବେ ରାଜ୍ୟ ସରକାରଙ୍କୁ ମୁକାବିଲା କରିପାରନ୍ତି। ପରୀ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଆନ୍ଦୋଳନକୁ ସମର୍ଥନ କରିଥିବା ବେଳେ ଶ୍ରୀମତୀ ଷଡ଼ଙ୍ଗୀ ନିରବ ରହିଥିଲେ।

ଶନିବାର ପ୍ରଧାନମନ୍ତ୍ରୀ ଆଇଆଇଏମ୍ ସ୍ଥାୟୀ କ୍ୟାମ୍ପସ ଶିଳାନ୍ୟାସ ବେଳେ ଧର୍ମେନ୍ଦ୍ରଙ୍କ ଉଜ୍ଡ୍ବଳା ଯୋଜନା ସଂପର୍କରେ କହିଥିଲେ। ୨୦୧୯ ମସିହାରେ ଧର୍ମେନ୍ଦ୍ରଙ୍କର ଏହି ଯୋଜନା ବିଜେପିକୁ ବିଭିନ୍ନ ରାଜ୍ୟରେ ମହିଳା ଭୋଟ ହାତେଇବା ପାଇଁ ଇନ୍ଧନ ଦେଇଥିଲା। ଓଡ଼ିଶାରେ ସେମାନେ ସଫଳ ହୋଇପାରିନଥିଲେ ହେଁ, ଜାତୀୟ ରାଜନୀତିରେ ଧର୍ମେନ୍ଦ୍ରଙ୍କ ପତିଆରା ବୃଦ୍ଧିରେ ଏହା ସହାୟକ ହୋଇଥିବା ଚର୍ଚ୍ଚା ହୋଇଥିଲା।

ଶନିବାର ନିଜେ ମୋଦୀ ଏହାକୁ ସ୍ବୀକାର କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବରୁ ରୋଷେଇ ଗ୍ୟାସ୍‌ ଆଭିଜାତ୍ୟର ପ୍ରତୀକ ଥିଲା। ୨୦୧୪ରେ ଦେଶରେ ମାତ୍ର ୧୪ କୋଟି ଗ୍ୟାସ୍‌ ସଂଯୋଗ ଥିଲା। ୨୦୨୦ରେ ୨୮ କୋଟି ଘରେ ରୋଷେଇ ଗ୍ୟାସ୍‌ ପହଞ୍ଚି ପାରିଛି। ୬୦ ବର୍ଷରେ ୫୫% ଘରେ ପହଞ୍ଚିଥିବା ଗ୍ୟାସ୍‌ ସଂଯୋଗ ମାତ୍ର ୬ ବର୍ଷରେ ୯୮%କୁ ଛୁଇଁଛି। ଉଜ୍ଜ୍ବଳା ଯୋଜନାରେ ଓଡ଼ିଶାରେ ବି ପ୍ରାୟ ୫୦ ଲକ୍ଷ ଗରିବ ଲୋକଙ୍କୁ ଗ୍ୟାସ୍‌ ସଂଯୋଗ ମିଳିଛି। ଏହା ପ୍ରବନ୍ଧନ ଛାତ୍ରଛାତ୍ରୀଙ୍କ ପାଇଁ ଅଧ୍ୟୟନ ଓ ଅନୁଶୀଳନର ପ୍ରସଂଗ। ଆପଣ ଦେଶର ଆବଶ୍ୟକତା ଓ ଆହ୍ବାନକୁ ଯେତେ ଭଲ ଭାବରେ ବୁଝି ପାରିବେ ସେତିକି ଭଲ ମ୍ୟାନେଜର୍‌ ହୋଇ ପାରିବେ। ଦେଶର ବିକାଶରେ ସେତିକି ଭାଗୀଦାର ହୋଇ ପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଉଜ୍ଜ୍ବଳା ଯୋଜନାର ସଫଳତା ସଂପର୍କରେ କହିବା ବେଳେ ସେ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସାରେ ପୋତିବା ସହ ତାଙ୍କୁ ଓଡ଼ିଶାର ରତ୍ନ ବୋଲି ସମ୍ବୋଧିତ କରିଥିଲେ।

ପରୋକ୍ଷରେ ମୋଦୀ ତାଙ୍କ ଭାଷଣରେ ଶ୍ରୀ ପ୍ରଧାନଙ୍କୁ ଭଲ ମ୍ୟାନେଜର ବୋଲି ସାର୍ଟିଫିକେଟ୍ ଦେବାକୁ ମଧ୍ୟ ପଛାଇ ନଥିଲେ। ଦୀର୍ଘ ବର୍ଷ ତଳେ ଅର୍ଥାତ୍ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ପ୍ରମୋଦ ମହାଜନଙ୍କୁ କ୍ରାଇସିସ୍ ମ୍ୟାନେଜର ବୋଲି ବିଜେପି ସଙ୍କେତ ଦେଇଥିଲା। ଏହାର ପାଖାପାଖି ଦୁଇ ଦଶନ୍ଧି ପରେ ଏଭଳି ଏକ ସଙ୍କେତ ଶ୍ରୀ ପ୍ରଧାନଙ୍କୁ ମିଳିଛି।

ଏଠାରେ ଉଲ୍ଲେଖଥାଉକି, ନିର୍ବାଚନର ପାଖାପାଖି ଦେଢ ବର୍ଷ ପରେ ଏବେ ବିଜେପି ଶିବିରରେ ମାତ୍ରାଧିକ ସକ୍ରିୟତା ପ୍ରକାଶ ପାଇଛି। ବିଜେପି ରାଜ୍ୟ ସରକାରଙ୍କୁ ଘେରିବାକୁ ଆରମ୍ଭ କଲାଣି। ହେଲେ ବିଭାଜିତ ଢଙ୍ଗରେ ଘେରୁଥିବା ପରିପ୍ରେକ୍ଷୀରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ବେଶ୍ ସଶକ୍ତ ନଥିଲା। ନୂଆବର୍ଷର ରାଜନୈତିକ ସଙ୍କତ କେଉଁଠି ନା କେଉଁଠି ସୂଚାଇ ଦେଇଛି ଯେ ଓଡ଼ିଶା ରାଜନୀତି ଗଣିତରେ ଧର୍ମେନ୍ଦ୍ର ପୁଣି ବଡ଼ ଗୋଟିଚାଳନା କରିବା ଲାଗି ମୋଦୀଙ୍କ ସଙ୍କେତ ସମ୍ଭବତଃ ମିଳିଯାଇଛି।

Leave A Reply

Your email address will not be published.