ପ୍ରମୁଖ ଖବର

ମହାରାଷ୍ଟ୍ରର ପୁଣେରେ ବିଷାକ୍ତ ମଦ ପିଇ ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଜଣଙ୍କର ମୃତ୍ୟୁ
ତେଲେଙ୍ଗାନା ହାଇକୋର୍ଟ ଆଇନଜୀବୀ ହତ୍ୟା ମାମଲାରେ କଂଗ୍ରେସ ନେତାଙ୍କ ସହ ୭ ଗିରଫ
ଆଇପିଏଲ୍ ଫାଇନାଲ୍ ପୂର୍ବରୁ ବେଙ୍ଗାଲୁରୁ ପୋଲିସର କଡ଼ା ନିର୍ଦ୍ଦେଶ
ସୁରଜିତ ନାଥ ମିତ୍ର ପଶ୍ଚିମବଙ୍ଗର ନୂଆ ଆଡଭୋକେଟ୍ ଜେନେରାଲ୍
‘ଅପରେସନ ସିନ୍ଦୂର’ ଉପରେ ସ୍ମାରକ ପୁସ୍ତକ ଉନ୍ମୋଚନ କଲେ ରାଜନାଥ ସିଂହ
ଆସନ୍ତା ୩ ଦିନ ଯାଏଁ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା, ପବନ ସମ୍ଭାବନା

କେତେ ଭୀଷଣ ବେଗରେ ଆସୁଛି ବାତ୍ୟା, ଜାଣନ୍ତୁ

0

ଭୁବନେଶ୍ବର: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ୨୨ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବ। ଏହା ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ। ୨୬ ତାରିଖ ସନ୍ଧ୍ୟାରେ ଏହା ପଶ୍ଚିମବଙ୍ଗ-ଉତ୍ତର ଓଡିଶା ଉପକୂଳରେ ପହଞ୍ଚିପାରେ।

ଆଜି ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ୨୨ ତାରିଖରେ ଏ ସଂପର୍କରେ ସମ୍ପୂର୍ଣ୍ଣ ଚିତ୍ର ମିଳିପାରିବ। ମଙ୍ଗଳବାର ଆର୍‌ଏନ୍‌ଏ ଯେଉଁ ପୂର୍ବାନୁମାନ କରିଥିଲା, ଆଜି ଆଇଏମ୍‌ଡିର ମତ ପରେ ଏହା ସ୍ପଷ୍ଟ ହୋଇଯାଇଛି।

ପାଣିପାଗ ବିଜ୍ଞାନୀ ମାନଙ୍କ ମତରେ, ସମ୍ଭାବ୍ୟ ବାତ୍ୟା ‘ୟସ୍’ ୨୫ ତାରିଖରେ ଭୀଷଣ ରୂପ ନେବ, ହେଲେ ଉପକୂଳ ଠାରୁ ଅଳ୍ପ ଦୂରରେ ସେ ସମୟରେ ତାର ଅବସ୍ଥିତି ଥିବ, ଏଣୁ ଏହା ଆହୁରି ଅଧିକ ଘନୀଭୂତ ହେବାର ସୁଯୋଗ ନଥିବ। ଭୀଷଣ ବାତ୍ୟା ଅବସ୍ଥାରେ ଏହା ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଧିକ। ସେବେ ପବନର ବେଗ ସର୍ବାଧିକ ୧୨୦ କିଲୋମିଟର ବେଗରେ ପବନ ଛୁଇଁପାରେ। ହେଲେ ବର୍ଷାର ପରିମାଣ ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ହୋଇପାରେ।

ମଙ୍ଗଳବାର ଠାରୁ ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ର ନାଥ ପଶୁପାଳକ କହିସାରିଛନ୍ତି, ଏହା ପାରାଦୀପ ଠାରୁ ଦୀଘା ମଧ୍ୟରେ ଅତିକ୍ରମ କରିବ। ଅର୍ଥାତ୍ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ମୟୂରଭଂଜ ଆଦି ଜିଲ୍ଲାରେ ବଡ଼ ପ୍ରଭାବ ଅନୁଭୂତ। ବାଲେଶ୍ବର ଉପକୂଳ ସବୁଠାରୁ ଅଧିକ କ୍ଷତି ଘଟାଇବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ। ଅନ୍ୟ ଉପକୂଳ ଜିଲ୍ଲାମାନଙ୍କରେ ବର୍ଷା ମଧ୍ୟ ଅଧିକ ହେବ।

ଆଜି ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ଗଭୀର ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ୨୩ ତାରିଖ ସୁଦ୍ଧା ଉପକୂଳକୁ ଫେରିବାକୁ ନିର୍ଦେଶ ଦିଆଯାଇଛି।

Leave A Reply

Your email address will not be published.