ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ବିପଦ ଆଣି ୧୮ରୁ ଆସୁଛି ଦ୍ବିତୀୟ ପର୍ଯ୍ୟାୟ ବର୍ଷା

0

ଭୁବନେଶ୍ବର: ଲଘୁଚାପ ଜନିତ ପ୍ରଥମ ମୌସୁମୀ ବର୍ଷା ଭୀଷଣ ରୂପ ନେଇ ଆସୁଛି। ପାଣିପାଗ ବିଭାଗର ଏଭଳି ପୂର୍ବାନୁମାନ ଆଧାରରେ ସ୍ବତନ୍ତ୍ର ରିଲିଫ୍ କମିସନର ବିଭିନ୍ନ ନଦୀରେ ବନ୍ୟା ଆସିପାରେ ବୋଲି ସତର୍କବାଣୀ ଶୁଣାଇଛନ୍ତି। ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ପଣିପାଗ ବିଜ୍ଞାନୀମାନେ ପୁଣି ଏକ ବଡ଼ ସୂଚନା ଦେଲେଣି। ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ର ନାଥ ପଶୁପାଳକ ପୁର୍ବାନୁମାନ କରିଛନ୍ତି ଯେ ଲଘୁଚାପ ଜନିତ ପ୍ରଥମ ମୈାସୁମୀ ବର୍ଷା ସରିବା ପରେ ପରେ ଜୁନ ୧୮ରୁ ଦ୍ବିତୀୟ ପର୍ଯ୍ୟାୟ ମୈାସୁମୀ ବର୍ଷା ହେବ। ଆକଳନ କରାଯାଉଛି ଯେ,ଦ୍ବିତୀୟ ପର୍ଯ୍ୟାୟ ମୈାସୁମୀ ବର୍ଷା ପ୍ରଥମ ଅପେକ୍ଷା ଅଧିକ ରହିବ। ଅର୍ଥାତ୍ ଜୁନ୍ ମାସରେ ରାଜ୍ୟରେ ବନ୍ୟା ଭୟ ସ୍ଥିତି ଉତ୍କଟ ରୂପ ଧାରଣ କରିପାରେ, ଏଭଳି ଆଶଙ୍କା ବଢ଼ିଗଲାଣି।

ଡ. ପଶୁପାଳକ କହିଛନ୍ତି, ପୂର୍ବ ଆକଳନ ମୁତାବକ ଜୁନ ୧୧ରୁ ଆରମ୍ଭ ହେଉଥିବା ପ୍ରଥମ ପର୍ଯ୍ୟାୟ ମୈାସୁମୀ ଦକ୍ଷିଣ ଓଡିଶାରେ ଅଧିକ ବର୍ଷା କରାଇବ। ଉତ୍ତର ଉପକୂଳର କେନ୍ଦ୍ରାପଡା ଓ ଭଦ୍ରକରେ ସବୁଠାରୁ କମ ବର୍ଷା ହେବ। ଆନ୍ଧ୍ର ଓ ଛତିଶଗଡ ସୀମାନ୍ତବର୍ତ୍ତୀ ଜିଲ୍ଲାରେ ସବୁଠାରୁ ଅଧିକ ବର୍ଷା ହେବ ଏବଂ ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଆନ୍ଧ୍ର ଓ ଛତିଶଗଡ ଅପେକ୍ଷା ଓଡିଶାରେ ଅପେକ୍ଷାକୃତ କମ୍ ବର୍ଷା ହେବ। କାରଣ ସମ୍ଭାବ୍ୟ ଅବପାତ ଆଭ୍ୟନ୍ତରୀଣ ଦକ୍ଷିଣ ଓ ସଂଲଗ୍ନ ପଶ୍ଚିମ ଓଡିଶାରେ ଥିବା ବେଳେ ଏହାର ଦକ୍ଷିଣ ଭାଗରେ ଅଧିକ ମେଘ ସୃଷ୍ଟି ହେବ।

ଜୁନ୍ ୧୮ରୁ ଆରମ୍ଭ ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷା ସାାରା ରାଜ୍ୟରେ ପ୍ରବଳ ବର୍ଷା କରାଇବ। ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛିଯେ ବୁଣାବୁଣି ଓ ଧାନ ତଳି ପକାଇବା ପାଇଁ ଦ୍ବିତୀୟ ପର୍ଯ୍ୟାୟ ମୈାସୁମୀ ପର୍ଯ୍ୟନ୍ତ ଅପେକ୍ଷା କରିବା ଦରକାର।

Leave A Reply

Your email address will not be published.