ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ବିପଦ ଆଣି ୧୮ରୁ ଆସୁଛି ଦ୍ବିତୀୟ ପର୍ଯ୍ୟାୟ ବର୍ଷା

0

ଭୁବନେଶ୍ବର: ଲଘୁଚାପ ଜନିତ ପ୍ରଥମ ମୌସୁମୀ ବର୍ଷା ଭୀଷଣ ରୂପ ନେଇ ଆସୁଛି। ପାଣିପାଗ ବିଭାଗର ଏଭଳି ପୂର୍ବାନୁମାନ ଆଧାରରେ ସ୍ବତନ୍ତ୍ର ରିଲିଫ୍ କମିସନର ବିଭିନ୍ନ ନଦୀରେ ବନ୍ୟା ଆସିପାରେ ବୋଲି ସତର୍କବାଣୀ ଶୁଣାଇଛନ୍ତି। ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ପଣିପାଗ ବିଜ୍ଞାନୀମାନେ ପୁଣି ଏକ ବଡ଼ ସୂଚନା ଦେଲେଣି। ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ର ନାଥ ପଶୁପାଳକ ପୁର୍ବାନୁମାନ କରିଛନ୍ତି ଯେ ଲଘୁଚାପ ଜନିତ ପ୍ରଥମ ମୈାସୁମୀ ବର୍ଷା ସରିବା ପରେ ପରେ ଜୁନ ୧୮ରୁ ଦ୍ବିତୀୟ ପର୍ଯ୍ୟାୟ ମୈାସୁମୀ ବର୍ଷା ହେବ। ଆକଳନ କରାଯାଉଛି ଯେ,ଦ୍ବିତୀୟ ପର୍ଯ୍ୟାୟ ମୈାସୁମୀ ବର୍ଷା ପ୍ରଥମ ଅପେକ୍ଷା ଅଧିକ ରହିବ। ଅର୍ଥାତ୍ ଜୁନ୍ ମାସରେ ରାଜ୍ୟରେ ବନ୍ୟା ଭୟ ସ୍ଥିତି ଉତ୍କଟ ରୂପ ଧାରଣ କରିପାରେ, ଏଭଳି ଆଶଙ୍କା ବଢ଼ିଗଲାଣି।

ଡ. ପଶୁପାଳକ କହିଛନ୍ତି, ପୂର୍ବ ଆକଳନ ମୁତାବକ ଜୁନ ୧୧ରୁ ଆରମ୍ଭ ହେଉଥିବା ପ୍ରଥମ ପର୍ଯ୍ୟାୟ ମୈାସୁମୀ ଦକ୍ଷିଣ ଓଡିଶାରେ ଅଧିକ ବର୍ଷା କରାଇବ। ଉତ୍ତର ଉପକୂଳର କେନ୍ଦ୍ରାପଡା ଓ ଭଦ୍ରକରେ ସବୁଠାରୁ କମ ବର୍ଷା ହେବ। ଆନ୍ଧ୍ର ଓ ଛତିଶଗଡ ସୀମାନ୍ତବର୍ତ୍ତୀ ଜିଲ୍ଲାରେ ସବୁଠାରୁ ଅଧିକ ବର୍ଷା ହେବ ଏବଂ ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଆନ୍ଧ୍ର ଓ ଛତିଶଗଡ ଅପେକ୍ଷା ଓଡିଶାରେ ଅପେକ୍ଷାକୃତ କମ୍ ବର୍ଷା ହେବ। କାରଣ ସମ୍ଭାବ୍ୟ ଅବପାତ ଆଭ୍ୟନ୍ତରୀଣ ଦକ୍ଷିଣ ଓ ସଂଲଗ୍ନ ପଶ୍ଚିମ ଓଡିଶାରେ ଥିବା ବେଳେ ଏହାର ଦକ୍ଷିଣ ଭାଗରେ ଅଧିକ ମେଘ ସୃଷ୍ଟି ହେବ।

ଜୁନ୍ ୧୮ରୁ ଆରମ୍ଭ ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷା ସାାରା ରାଜ୍ୟରେ ପ୍ରବଳ ବର୍ଷା କରାଇବ। ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛିଯେ ବୁଣାବୁଣି ଓ ଧାନ ତଳି ପକାଇବା ପାଇଁ ଦ୍ବିତୀୟ ପର୍ଯ୍ୟାୟ ମୈାସୁମୀ ପର୍ଯ୍ୟନ୍ତ ଅପେକ୍ଷା କରିବା ଦରକାର।

Leave A Reply

Your email address will not be published.