ପ୍ରମୁଖ ଖବର

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ସିଏନଜି ମଧ୍ୟ ମହଙ୍ଗା
ଆମେରିକାର ଗୁଇନ୍ଦା ମୁଖ୍ୟ ପଦରୁ ତୁଳସୀ ଗାବାର୍ଡଙ୍କ ଇସ୍ତଫା
କେନ୍ଦ୍ର ସରକାରଙ୍କୁ ୨.୮୭ ଲକ୍ଷ କୋଟି ଲାଭାଂଶ ଦେବ ଆରବିଆଇ: ଯୁଦ୍ଧ ସଙ୍କଟ ମଧ୍ୟରେ ସରକାରଙ୍କୁ ବଡ଼ ଆଶ୍ୱାସନ
ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ
ଚୀନ୍ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୯୦ ଶ୍ରମିକଙ୍କ ମୃତ୍ୟୁ; ଅନେକ ନିଖୋଜ
ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ଆସନ୍ତାକାଲିଠାରୁ ସ୍ଥଗିତ

ପୁରୀରେ ବିନା ଭକ୍ତରେ ରଥଯାତ୍ରା, ଅନ୍ୟଠି ବନ୍ଦ

0

ଭୁବନେଶ୍ବର: ରାଜ୍ୟରେ କରୋନାର ଦ୍ବିତୀୟ ଲହର ପରିପ୍ରେକ୍ଷୀରେ ଏବର୍ଷ ମଧ୍ୟ ରାଜ୍ୟ ସରକାର କଟକଣା ଭିତ୍ତିରେ କେବଳ ପୁରୀରେ ରଥଯାତ୍ରା କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୧୨ ତାରିଖରେ ରଥଯାତ୍ରା ପଡୁଛି। ଆଜି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି। ପୁରୀ ଛଡା ରାଜ୍ୟର ଅନ୍ୟ ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ। ତେବେ ରଥଯାତ୍ରା ସଂପର୍କିତ ନୀତିକାନ୍ତି ମନ୍ଦିର ଭିତରେ ହେବ, ବାହାରେ କିଛି ବି ହେବ ନାହିଁ।

ଶ୍ରୀ ଜେନା କହିଛନ୍ତି, ଗତବର୍ଷ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେବା ପରେ କେବଳ ପୁରୀରେ କଟକଣା ଭିତ୍ତିରେ ରଥଯାତ୍ରା ହୋଇଥିଲା। ଭକ୍ତ ବିନା ମହାପ୍ରଭୁଙ୍କ ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହିତ ସମ୍ପର୍ଣ୍ଣ ହୋଇଥିଲା। ଏଥର ମଧ୍ୟ ପୁରୀରେ ବିନା ଭକ୍ତରେ ରଥଯାତ୍ରା ହେବ ଏହାର ସିଧାସଳଖ ପ୍ରସାରଣ ଗଣମାଧ୍ୟମରେ କରାଯିବ। ରଥଯାତ୍ରା ଦିନ ପୁରୀରେ କର୍ଫ୍ୟୁ ଜାରି ହେବ ଓ ରାଜ୍ୟର ଅନ୍ୟ କୌଣସି ସ୍ଥାନରୁ ପୁରୀକୁ ଯିବା ଆସିବାକୁ ବନ୍ଦ କରିଦିଆଯିବ। ବସ, ଟ୍ରେନ୍ ଚଳାଚଳ ବନ୍ଦ ରହିବ। ଜିଲ୍ଲା ପ୍ରଶାସନ କର୍ଫ୍ୟୁ ଆଦେଶ ଦେବା ବେଳେ କେବଳ ଜରୁରୀ ସେବା ଚାଲିବ।

ସେବକମାନଙ୍କ ଟିକାକରଣ ଉପରେ ସରକାର ଗୁରୁତ୍ବ ଦେଇଛନ୍ତି। ସେବାୟତମାନେ ଦୁଇଡୋଜ୍ ଟିକା ନେଇଥିବେ ବା ନେଗେଟିଭ୍ ପ୍ରମାଣ ପତ୍ର ପ୍ରଦାନ କରିବାକୁ ହେବ। ସେହି ସେବକମାନେ ହିଁ ରଥଯାତ୍ରାରେ ସାମିଲ ହେବେ। ପ୍ରତି ରଥ ଟାଣିବା ଲାଗି ୫୦୦ ସେବକଙ୍କୁ ଅନୁମତି ମିଳିବ।

Leave A Reply

Your email address will not be published.