ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

୨୦ ଯାଏ କେଉଁଠି ପାଣିପାଗ କିଭଳି ରହିବ, ଜାଣନ୍ତୁ

0

ଭୁବନେଶ୍ବର: ଜୁନ୍ ୧୮ ଓ ୧୯ ତାରିଖରେ ଝାଡଖଣ୍ଡ ଓ ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ତେବେ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ନାହିଁ। ପାଣିପାଗ ଚିତ୍ର ସଂପର୍କରେ ପୂର୍ବାନୁମାନ କରି ଏଭଳି କହିଛନ୍ତି ଡ. ସୁରେନ୍ଦ୍ର ନାଥ ପଶୁପାଳକ।

ତାଙ୍କ ପୂର୍ବାନୁମାନ କହୁଛି, ନିମ୍ନ ବାୟୁମଣ୍ଡଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପଞ୍ଜାବ ଠାରୁ ବାଂଲାଦେଶ ପର୍ଯ୍ୟନ୍ତ ବର୍ତ୍ତମାନ ଲମ୍ବି ଅଛି। ଆକଳନ କରାଯଉଛି ଯେ ୧୮ ଓ ୧୯ ତାରିଖରେ ଏହାର ପୂର୍ବ ଭାଗ ଭିତରେ ଏକ ସାଇକ୍ଲୋନିକ୍ ସର୍କୁଲେସନ୍ ସୃଷ୍ଟି ହେବ। ଏହା ୧୮ ତାରିଖରେ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ବାଂଲାଦେଶ ଏବଂ ୧୯ ତାରିଖରେ ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ରହିବ। ଏହାର ପ୍ରଭାବରେ ୧୮ ଓ ୧୯ ତାରିଖରେ ରାଜ୍ୟରେ ବର୍ଷା ହେବ। ୧୭ ଅର୍ଥାତ୍ ଆଜି ରାଜ୍ୟର ସମଗ୍ର ଉପକୂଳ ଓ ସଂଲଗ୍ନ ଜିଲ୍ଲାମାନଙ୍କରେ ବିକ୍ଷିପ୍ତ ସ୍ବଳ୍ପ ବର୍ଷା (୧୫ମିମିରୁ କମ୍) ହୋଇପାରେ।

ତେବେ ୧୮ ଓ ୧୯ ତାରିଖରେ ମୟୂରଭଂଜ, କେନ୍ଦୁଝର, ଅବିଭକ୍ତ ବଲାଙ୍ଗୀର, ଅବିଭକ୍ତ ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼ରେ ଭାରି ବର୍ଷା (୬୫ ମିମିରୁ ଅଧିକ) ହୋଇପାରେ। ସେହିଭଳି ୧୯ ତାରିଖରେ ଅବିଭକ୍ତ କଳାହାଣ୍ଡି, ଅବିଭକ୍ତ କୋରାପୁଟ ଓ ଅବିଭକ୍ତ ଗଞ୍ଜାମରେ ମଧ୍ୟମ ଧରଣର (୩୫ ମିମି) ପର୍ଯ୍ୟନ୍ତ ଏବଂ ସ୍ଥାନେ ସ୍ଥାନେ ପ୍ରାୟତଃ ଭାରି (୩୫ରୁ ୬୨ମିମି) ବର୍ଷା ହେବାର ସମ୍ଭାବନା ରହିଛି।

୨୦ ତାରିଖରେ ଉତ୍ତର ଓଡ଼ିଶାର କେତେକ ସ୍ଥାନ ଏବଂ ୨୧ରେ ସାରା ଓଡ଼ିଶାରେ ପାଗ ଶୁଖିଲା ଓ ଖରାଟିଆ ରହିବ।

Leave A Reply

Your email address will not be published.