ପ୍ରମୁଖ ଖବର

ସୁଜାତାଙ୍କୁ ଅର୍ଥ ବିଭାଗକୁ ବଦଳି, ମିଶନଶକ୍ତି ବିଭାଗ ଦାୟିତ୍ୱରେ ଶାଳିନୀ ପଣ୍ଡିତ
ସୁଜାତାଙ୍କ ପାଖରେ ଥିବା ଦୁଇ ବିଭାଗର ଦାୟିତ୍ୱ ଶାଳିନୀ ପଣ୍ଡିତଙ୍କୁ ଦିଆଯାଇଛି
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ତଥା କମିଶନର ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ
ଆସନ୍ତା ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ପ୍ରାର୍ଥିପତ୍ର ପତ୍ର ଦାଖଲ କରିବେ
ଶନିବାର ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଘସିପୁରା ବିଧାନସଭା ଆସନରେ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ

ନିଷ୍ପତ୍ତି ନେବେ ମୋଦୀ, ଚାପରେ ରହିବେ ଧର୍ମେନ୍ଦ୍ର

0
  • କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ନେଇ ଓଡ଼ିଶା ରାଜନୀତିରେ କମ୍ପନ
  • ପ୍ରତାପଙ୍କ ପ୍ରତି ବିପଦ, ଚର୍ଚ୍ଚାରେ ଜୁଏଲ, ସଙ୍ଗୀତା, ବୈଜୟନ୍ତ ପଣ୍ଡାଙ୍କ ନାଁ
  • ଅପରାଜିତା, ଅଶ୍ବିନୀ ,ସୁରେଶ ପୂଜାରୀଙ୍କୁ ନେଇ ବି କଳ୍ପନାଜଳ୍ପନା ଜାରି

ଭୁବନେଶ୍ବର: ଖୁବ୍ ଶୀଘ୍ର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ, ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ, ପୂର୍ବତନ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖଙ୍କ ଲାଗି ଏହି ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ଜରୁରୀ ହୋଇପଡ଼ିଛି। ଏମିତିରେ ବି କେନ୍ଦ୍ର ସରକାର ଦୁଇବର୍ଷ ପରେ ଭଲ ପ୍ରଦର୍ଶନ କରୁନଥିବା ମନ୍ତ୍ରୀମାନଙ୍କୁ ବିଦା କରିବା ସମୟ ଆସିଗଲାଣି।ଏହା ମୋଦୀଙ୍କ ଭାବମୂର୍ତିରେ କିଛିଟା ସୁଧାର ଆଣିପାରେ ବୋଲି କୁହାଯାଉଛି।

ଏହି କ୍ରମରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ (ଏମ୍‌ଏସ୍‌ଏମ୍ଇ) ପ୍ରତାପ ଷଡ଼ଙ୍ଗୀ ବିପଦରେ। ନା ସେ ମନ୍ତ୍ରୀ ଭାବେ ଭଲ ପ୍ରଦର୍ଶନ କରିପାରିଛନ୍ତି କି ନିଜ ଜିଲ୍ଲାରେ ଉପନିର୍ବାଚନରେ ବିଜେପି ପାଇଁ ସଫଳତା ଗୋଟାଇ ବିଜେପି କେନ୍ଦ୍ରୀୟ ନେତୃତ୍ବର ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛନ୍ତି। ବରଂ ପ୍ରତାପଙ୍କ ବିଫଳ ଗୋଟିଚାଳନା କାରଣରୁ ବିଜେପି ସଦସ୍ୟଙ୍କ ସଂଖ୍ୟା ବିଧାନସଭାରେ ୨୩ରୁ ୨୨କୁ ଖସିଆସିଛି। ଏହି ସମୟ ମଧ୍ୟରେ ଏମ୍‌ଏସ୍‌ଏମ୍ଇ କ୍ଷେତ୍ରରେ ମଧ୍ୟରେ ଓଡ଼ିଶା ପାଇଁ ତାଙ୍କର ଅବଦାନ କମ୍।

ଏବେ ପ୍ରଶ୍ନ ଉଠୁଛି, ଯଦି ପ୍ରତାପ ମନ୍ତ୍ରୀ ପଦରୁ ଯାନ୍ତି, ତେବେ ଆଉ କେଉଁମାନଙ୍କୁ ପ୍ରଧାନମନ୍ତ୍ରୀ ବିଶ୍ବାସକୁ ନେଇପାରନ୍ତି। ଏହି ତାଲିକାରେ ଅନେକ ନାଁ ଚର୍ଚ୍ଚାକୁ ଆସୁଛି। ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ନାମ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛି। ତାଙ୍କୁ ଛାଡି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ,ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବଙ୍କ ନାମକୁ ନେଇ କଳ୍ପନାଜଳ୍ପନା ଚାଲିଛି। ଅନ୍ୟ ଏକ ସୂତ୍ରରୁ ମିଳୁଥିବା ଖବର ଅନୁସାରେ ସାଂସଦ ସୁରେଶ ପୂଜାରୀ ବି ଚର୍ଚ୍ଚାରେ ପଛରେ ନାହାନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତାଙ୍କ ଉପରେ ଅନ୍ୟ ଏକ ସମୀକରଣରେ ନଜର ରଖିଛି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ଯୁକ୍ତି ହେଉଛି, ପଶ୍ଚିମବଙ୍ଗର ବିଫଳତା ପରେ ଓଡ଼ିଶାରେ ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି କରିବା ଲାଗି ପ୍ରଧାନମନ୍ତ୍ରୀ ଅଧିକ ମନ୍ତ୍ରୀ ପଦ ଦେଇପାରନ୍ତି। ଯଦିଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରୁ ରାଜ୍ୟସଭାକୁ ଯାଇନାହାନ୍ତି, ତଥାପି ଓଡ଼ିଶା କୋଟାରେ ଦୁଇ ମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ଶ୍ରୀ ଷଡ଼ଙ୍ଗୀ ଅଛନ୍ତି। ପଶ୍ଚିମବଙ୍ଗ ବିଫଳତା ପରେ ମୋଦୀଙ୍କ ପୂର୍ବ୍ୟୋଦୟ ବିକାଶ ଲାଗି ଓଡ଼ିଶାକୁ ଅଧିକ ମନ୍ତ୍ରୀ ପଦ ମିଳିବା ଉଚିତ୍। କିନ୍ତୁ ସ୍ଥିତି ଏମିତି ଯେ ଯାହାକୁ ମନ୍ତ୍ରୀ ପଦ ଦେଲେ ବି ଗୋଷ୍ଠୀ ବିବାଦ ବଢ଼ିବ ସିନା ବିଜେପି ସଂଗଠନରେ କିନ୍ତୁ ଏହାର ବିଶେଷ କିଛି ପ୍ରଭାବ ପଡ଼ିବ ନାହିଁ। ଟ

କାରଣ ଜୁଏଲ ଓରାମ ଗତ ସରକାରରେ ସମୟରେ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍ ପାହ୍ୟାରେ ଥିଲେ ହେଁ, ଆଉ କେଉଁ କଥା ଶୁଣିବା ତ ଦୂରର କଥା ନିଜ ବିଭାଗ ଅର୍ଥାତ୍ ଅନୁସୂଚିତ ଜନଜାତି ବର୍ଗର ବିଶ୍ବାସ ଜିଣିପାରିଲେ ନାହିଁ। ରାଜ୍ୟ ରାଜନୀତିରେ ଆଜି ଦିନରେ ବି ଜୁଏଲଙ୍କର ସେଭଳି ପତିଆରା ନାହିଁ ବା ସେ ସେତିକି ଆକ୍ରମଣାତ୍ମକ ନାହାନ୍ତି, ଯେମିତି ବାଜପେୟୀ ସରକାର ସମୟରେ ଥିଲେ। ସଙ୍ଗୀତା ସିଂହଦେଓ ରାଜ୍ୟ ରାଜନୀତିରେ ବିଶେଷ ପ୍ରଭାବ ରଖନ୍ତି ନାହିଁ। ନିଜ ନିର୍ବାଚନମଣ୍ଡଳୀରେ ସେ ସୀମିତ।

ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବେ ଖୋର୍ଧା ଜିଲ୍ଲାରେ ବେଶ ସକ୍ରିୟ ଅଛନ୍ତି ଓ ସାରା ରାଜ୍ୟରେ ତାଙ୍କର ଗ୍ରହଣୀୟତା ଅଛି। ହେଲେ ଉଭୟ ଧର୍ମେନ୍ଦ୍ର ଏବଂ ଅପରାଜିତା ଯଦି କେନ୍ଦ୍ରମନ୍ତ୍ରୀ ରୁହନ୍ତି, ତେବେ ସଂଗଠନ ଦୁଇଟି ସମାନ୍ତରାଳ ରାସ୍ତାରେ ଚାଲିବା ସମ୍ଭାବନା ଅଧିକ। କାରଣ ଅପରାଜିତାଙ୍କ କାର୍ଯ୍ୟଶୈଳୀ ଓ ଧର୍ମେନ୍ଦ୍ରଙ୍କ ରଣନୀତି ଭିତରେ ଯୋଜନ ଯୋଜନ ଦୂରତ୍ବ ରହିଛି। ଅଶ୍ବିନୀ ବୈଷ୍ଣବ କେନ୍ଦ୍ରମନ୍ତ୍ରୀ ପଦ ପାଇଲେ ଓଡ଼ିଶା ଖାତାରେ କେବଳ ନାମ ଗଡ଼ିପାରେ। କିନ୍ତୁ ରାଜ୍ୟ ରାଜନୀତିରେ ବହୁତ ବଡ଼ ପ୍ରଭାବ ପଡିବ ନାହିଁ।

ଅନ୍ୟପକ୍ଷରେ ସୁରେଶ ପୂଜାରୀ କେନ୍ଦ୍ରମନ୍ତ୍ରୀ ହେଲେ ପଶ୍ଚିମ ଓଡ଼ିଶାରେ କିନ୍ତୁ ବିଜେପିର ଦବ୍‌ଦବା ବଢ଼ିବ। ଯଦି ଚର୍ଚ୍ଚା ଅନୁସାରେ, ବୈଜୟନ୍ତଙ୍କୁ ମନ୍ତ୍ରୀ ପଦ ମିଳେ,ତେବେ ଓଡ଼ିଶା ରାଜନୀତି ଓ ବିଜେପି ଗଣିତ ସବୁ ନୂଆ ଧାରାରେ ଓ ନୂଆ ରାସ୍ତାରେ ଯିବ। ଅତଏବ ମୋଦୀଙ୍କ ରଣକୌଶଳ କେଉଁଠି ନା କେଉଁଠି ଧର୍ମେନ୍ଦ୍ରଙ୍କ ହାତକୁ ସଶକ୍ତ କରିବା ସମ୍ଭାବନା କ୍ଷୀଣ।

ସବୁଠାରୁ ବଡ଼ କଥା ହେଲା,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୋଦୀ ୨୦୨୪କୁ ଦୃଷ୍ଟିରେ ରଖି ଓଡ଼ିଶା ପଠାଇବେ କି? ଏମିତି ଏକ ଚର୍ଚ୍ଚା ବି ରାଜନୈତିକ ମହଲରେ ଚାଲିଛି। ଏକଥା ବି ହୋଇପାରେ, ଧର୍ମେନ୍ଦ୍ରଙ୍କ ଠାରୁ ପେଟ୍ରୋଲିୟମ୍ ବିଭାଗ କାଢି଼ ମୋଦୀ ତାଙ୍କୁ ଆଉ କୌଣସି ବଡ଼ ବିଭାଗ ଦେଇପାରନ୍ତି। ହେଲେ ସେଥିରେ ଓଡ଼ିଶା ପାଇଁ ତାଙ୍କର କେତେ ଅଧିକ କାମ କରିବା ଲାଗି ସୁଯୋଗ ରହିଥିବ, ତାହା ବି ଦେଖିବାର କଥା।

ମୋଟାମୋଟି ଭାବେ ପ୍ରଧାନମନ୍ତ୍ରୀଙ୍କର ଏଥର ମନ୍ତ୍ରିମଣ୍ଡଳ ଅଦଳବଦଳ କାହା ପାଇଁ ଲାଭ ଆଣିପାରେ, ଆଉ କାହାକୁ କ୍ଷତି ପହଞ୍ଚାଇବ ତାହା ଯେତେ ବଡ଼ କଥ ନୁହେଁ, ଅତି ଗୁରୁତ୍ବପୂର୍ଣ୍ଣ କଥା ହେଲା ମୋଦୀଙ୍କ ନିଷ୍ପତ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କିନ୍ତୁ ଅନେକ କାରଣରୁ ଚାପରେ ରଖିବ। ୨୦୨୪ ପର୍ଯ୍ୟନ୍ତ ଶ୍ରୀ ପ୍ରଧାନଙ୍କ ମୁଣ୍ଡରୁ ଏ ଚାପ ଖସିବା ସମ୍ଭାବନା କମ୍। ୨୦୧୪ ମସିହାରୁ ଶ୍ରୀ ପ୍ରଧାନ କ୍ରମାଗତ ଭାବେ ମନ୍ତ୍ରୀ ରହି ଆସିଛନ୍ତି। କିଛି ଦିନ ପାଇଁ ସେ ରାଷ୍ଟ୍ରମନ୍ତ୍ରୀ ଥିଲେ ଓ ପରେ ମୋଦୀ ତାଙ୍କୁ କ୍ୟାବିନେଟ୍ ପାହ୍ୟାକୁ ଉନ୍ନୀତ କରିଥିଲେ। ୨୦୧୯ ନିର୍ବାଚନ ପରେ ପେଟ୍ରୋଲିୟମ୍ ସହିତ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ଇସ୍ପାତ ବିଭାଗ ବି ମିଳିଛି। ଭାରତ ରାଜନୀତି ଇତିହାସରେ ସେ ସବୁଠାରୁ ଅଧିକ ସମୟ ପେଟ୍ରୋଲିୟମ୍ ବିଭାଗ ନିଜ ହାତରେ ରଖିଛନ୍ତି। ଏବେ ବି କେନ୍ଦ୍ରରେ ତାଙ୍କର ଦବଦବା ରହିଛି। ଏଣୁ ୨୦୨୪ ନିର୍ବାଚନରେ ବିଜେପିର ସଫଳତାର ଚାପ ଶ୍ରୀ ପ୍ରଧାନଙ୍କୁ ମୁଣ୍ଡାଇବାକୁ ପଡ଼ିବ ହିଁ ପଡ଼ିବ।

Leave A Reply

Your email address will not be published.