ପ୍ରମୁଖ ଖବର

ଆସିଲା ବିଜେଡିର ସପ୍ତମ ତାଲିକା: ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା
ଆସନ୍ତା ୨୪ରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଜୟପୁର ବିଧାନସଭା ଲାଗି ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନିପତି, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି
ପ୍ରଚାର ବେଳେ ଅସୁସ୍ଥ ହୋଇପଡିଲେ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ
ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ

୨୦ ଯାଏ କେଉଁଠି ପାଣିପାଗ କିଭଳି ରହିବ, ଜାଣନ୍ତୁ

0

ଭୁବନେଶ୍ବର: ଜୁନ୍ ୧୮ ଓ ୧୯ ତାରିଖରେ ଝାଡଖଣ୍ଡ ଓ ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ତେବେ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ନାହିଁ। ପାଣିପାଗ ଚିତ୍ର ସଂପର୍କରେ ପୂର୍ବାନୁମାନ କରି ଏଭଳି କହିଛନ୍ତି ଡ. ସୁରେନ୍ଦ୍ର ନାଥ ପଶୁପାଳକ।

ତାଙ୍କ ପୂର୍ବାନୁମାନ କହୁଛି, ନିମ୍ନ ବାୟୁମଣ୍ଡଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପଞ୍ଜାବ ଠାରୁ ବାଂଲାଦେଶ ପର୍ଯ୍ୟନ୍ତ ବର୍ତ୍ତମାନ ଲମ୍ବି ଅଛି। ଆକଳନ କରାଯଉଛି ଯେ ୧୮ ଓ ୧୯ ତାରିଖରେ ଏହାର ପୂର୍ବ ଭାଗ ଭିତରେ ଏକ ସାଇକ୍ଲୋନିକ୍ ସର୍କୁଲେସନ୍ ସୃଷ୍ଟି ହେବ। ଏହା ୧୮ ତାରିଖରେ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ବାଂଲାଦେଶ ଏବଂ ୧୯ ତାରିଖରେ ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ରହିବ। ଏହାର ପ୍ରଭାବରେ ୧୮ ଓ ୧୯ ତାରିଖରେ ରାଜ୍ୟରେ ବର୍ଷା ହେବ। ୧୭ ଅର୍ଥାତ୍ ଆଜି ରାଜ୍ୟର ସମଗ୍ର ଉପକୂଳ ଓ ସଂଲଗ୍ନ ଜିଲ୍ଲାମାନଙ୍କରେ ବିକ୍ଷିପ୍ତ ସ୍ବଳ୍ପ ବର୍ଷା (୧୫ମିମିରୁ କମ୍) ହୋଇପାରେ।

ତେବେ ୧୮ ଓ ୧୯ ତାରିଖରେ ମୟୂରଭଂଜ, କେନ୍ଦୁଝର, ଅବିଭକ୍ତ ବଲାଙ୍ଗୀର, ଅବିଭକ୍ତ ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼ରେ ଭାରି ବର୍ଷା (୬୫ ମିମିରୁ ଅଧିକ) ହୋଇପାରେ। ସେହିଭଳି ୧୯ ତାରିଖରେ ଅବିଭକ୍ତ କଳାହାଣ୍ଡି, ଅବିଭକ୍ତ କୋରାପୁଟ ଓ ଅବିଭକ୍ତ ଗଞ୍ଜାମରେ ମଧ୍ୟମ ଧରଣର (୩୫ ମିମି) ପର୍ଯ୍ୟନ୍ତ ଏବଂ ସ୍ଥାନେ ସ୍ଥାନେ ପ୍ରାୟତଃ ଭାରି (୩୫ରୁ ୬୨ମିମି) ବର୍ଷା ହେବାର ସମ୍ଭାବନା ରହିଛି।

୨୦ ତାରିଖରେ ଉତ୍ତର ଓଡ଼ିଶାର କେତେକ ସ୍ଥାନ ଏବଂ ୨୧ରେ ସାରା ଓଡ଼ିଶାରେ ପାଗ ଶୁଖିଲା ଓ ଖରାଟିଆ ରହିବ।

Leave A Reply

Your email address will not be published.