ପ୍ରମୁଖ ଖବର

ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋହନ ମାଝୀ
ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ
ପାତ୍ରପଡ଼ା ହିଟ୍‌ ଆଣ୍ଡ ରନ୍‌ ମାମଲା ଦିଲ୍ଲୀରୁ ଗିରଫ ‌ହେଲେ ଦୁଇ ଅଭିଯୁକ୍ତ
୨ ମାସର ଶିଶୁ ପାଇଁ ଉଛୁଳା ନାଳକୁ ଡେଇଁଲେ ନର୍ସ
ଢେଙ୍କାନାଳ ଏସପିଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ
ଡିସେମ୍ବର ସୁଦ୍ଧା ପୂରଣ ହେବ ଅଗ୍ନିଶମ ବିଭାଗରେ ଖାଲିଥିବା ୩୦୦ ପଦବୀ

ଅଗଷ୍ଟ ଦ୍ବିତୀୟ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷା ଫଳ

0

ଭୁବନେଶ୍ବର: କୋଭିଡ୍ କାରଣରୁ ଉଚ୍ଚ ମାଧ୍ୟମିକ ପରୀକ୍ଷାକୁ ରାଜ୍ୟ ସରକାର ବାତିଲ୍ କରିଥିଲେ। ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମୂଲ୍ୟାୟନ ପଦ୍ଧତି ସଂକ୍ରାନ୍ତ ନିର୍ଦେଶନାମା ଜାରି କରିବା ସହିତ ଘୋଷଣା କରିଛି ଯେ ଆସନ୍ତା ଅଗଷ୍ଟ ଦ୍ବିତୀୟ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ।

ପରିଷଦ ପକ୍ଷରୁ କୁହାଯାଇଛି ଯେ କୋଭିଡ୍ ମହାମାରୀର ପରିସ୍ଥିତିରେ ଛାତ୍ର, ଶିକ୍ଷକମାନଙ୍କ ସ୍ବାସ୍ଥ୍ୟ ଏବଂ ସୁରକ୍ଷାକୁ ବିଚାର କରି ପରୀକ୍ଷା ବାତିଲ୍ କରିଥିଲେ। ପରେ ପରିଷଦ ପକ୍ଷରୁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା। ଏହି କମିଟି ସୁପାରିସକୁ ବିଚାରକୁ ନିଆଯାଇଛି ଏବଂ ମାଟ୍ରିକ୍ ପରୀକ୍ଷା ମାନଦଣ୍ଡ ଆଧାରରେ ଯୁକ୍ତ ଦୁଇ ପରୀକ୍ଷା ମୂଲ୍ୟାୟନ ନିିଷ୍ପତ୍ତି ହୋଇଛି। ତେବେ ଏକ୍ସରେଗୁଲାର ପିଲାଙ୍କ ପାଇଁ ପୂର୍ବଥର ପରୀକ୍ଷାକୁ ଆଧାର ଭାବେ ନିଆଯିବ। ଯେଉଁମାନେ ଅସନ୍ତୁଷ୍ଟ ହେବେ,ସେମାନେ ପରିସ୍ଥିତି ସ୍ବାଭାବିକ ହେବା ପରେ ଆଉଥରେ ପରୀକ୍ଷା ଦେଇପାରିବେ। ଯେହେତୁ ୮୦ଦିନ କଲେଜରେ ପାଠପଢ଼ା ହୋଇଛି, ଏଣୁ ପ୍ରାକ୍ଟିକାଲ ମାର୍କ ସଂପୃକ୍ତ କଲେଜ କର୍ତ୍ତୃପକ୍ଷ ପ୍ରଦାନ କରିବେ।

Leave A Reply

Your email address will not be published.