ଏସଜି ପ୍ରତିନିଧି ଭାବେ ପ୍ରମିଳାଙ୍କୁ ମିଳିଲା ଟିକେଟ୍
ସିଦ୍ଧାନ୍ତକୁ ଟିକେଟ ମିଳିଲାନି, ଅଚ୍ୟୁତ ପ୍ରାର୍ଥୀ ହେବେ
ମାଲକାନଗିରି, ଝରିଗାଁ, ଲାଞ୍ଜିଗଡ, ପଟ୍ଟାଙ୍ଗୀ ପ୍ରାର୍ଥୀ ଘୋଷଣା ନୋହିଲା
ତିନି ମହିଳା ପ୍ରାର୍ଥୀ ଆସିଲେ ସାମ୍ନାକୁ, ସୁନୀତାଙ୍କୁ ଥଇଥାନ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୯ ଲୋକସଭା ଓ ୫୪ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ନିଜେ ଉଭୟ ବିଜେପୁର ଓ ହିଞ୍ଜିଳିରୁ ଲଢିବେ । ତେବେ ସାଂସଦ କଳିକେଶ ସିଂହଦେଓଙ୍କୁ ଛାଡିଦେଲେ ଅନ୍ୟ ଆସନରେ ସାଂସଦ ପ୍ରାର୍ଥୀ ବଦଳାଇ ଦିଆଯାଇଛି । ଏ ମଧ୍ୟରେ ୩ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । କଳାହାଣ୍ଡିରେ ପୁଷ୍ପେନ୍ଦ୍ର ସିଂହଦେଓ, ଆସ୍କାରୁ ପ୍ରମିଳା ବିଶୋୟୀ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ, ବ୍ରହ୍ମପୁରରୁ ଚନ୍ଦ୍ରଶେଖର ସାହୁ, କୋରାପୁଟରୁ କୌଶଲ୍ୟା ହିକକା, ନବରଙ୍ଗପୁରରେ ରମେଶ ମାଝୀ, ସୁନ୍ଦରଗଡରୁ ସୁନୀତା ବିଶ୍ୱାଳ ଓ ବରଗଡରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରାଯାଇଛି ।
ଅନ୍ୟପକ୍ଷରେ ଛତ୍ରପୁରରେ ପ୍ରିୟାଂଶୁ ପ୍ରଧାନଙ୍କ ସ୍ଥାନରେ ସୁବାସ ବେହେରା, ଗୋପାଳପୁରରେ ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁରରେ ବିକ୍ରମ ପଣ୍ଡା, ଖଲ୍ଲିକୋଟରେ କେ କେ ସୂର୍ଯ୍ୟମଣି, ଦିଗପହଣ୍ଡି ସୂର୍ଯ୍ୟ ନାରାୟଣ ପାତ୍ର, ପାରଳାରେ କଲ୍ୟାଣୀ ଗଜପତି, ଖରିଆର ଲମ୍ୱୋଧର ନିହାଲ, ଜି ଉଦୟଗିରି ସାଲୁଦା ପ୍ରଧାନ, ରାୟଗଡା ଲାଲ ବିହାରୀ ହିମିରିକା, ସୁନ୍ଦରଗଡ ଯୋଗେଶ କୁମାର ସିଂହ, ରାଜଗାଙ୍ଗପୁରରେ ମଙ୍ଗଳା କିଷାନ, ତଳସରାରେ ଷ୍ଟିଫେନ ସୋରେନ, ରାଉରକେଲାରେ ଶାରଦା ପ୍ରସାଦ ନାୟକ, ରଘୁନାଥପାଲିରେ ସୁବ୍ରତ ତରାଇ,ବଣାଇରେ ରଞ୍ଜିତ କିଷାନ ପ୍ରାର୍ଥୀ ହୋଇଛନ୍ତି ।
ଅତାବିରାରୁ ସ୍ନେହାଙ୍ଗିନି ଛୁରିଆ, ଭଟଲି ସୁଶାନ୍ତ ସିଂହ, ପଦ୍ମପୁରରେ ବିଜୟ ରଂଜନ ସିଂହ ବରିହା, ଝାରସୁଗୁଡା ନବ କିଶୋର ଦାସ, ବରଗଡ ଦେବେଶ ଆଚାର୍ଯ୍ୟ, ଟିଟିଲାଗଡ ଟୁକୁନି ସାହୁ, ପାଟଣାଗଜ ସରୋଜ ମେହେର, ସୋନପୁର ନିରଞ୍ଜନ ପୁଜାରୀ, କଣ୍ଟାବାଞ୍ଝିରେ ଅଜୟ ଦାସ ଓ ବୀରମହାରାଜପୁରରୁ ପଦ୍ମନାଭ ବେହେରା ବିଜେଡି ପ୍ରାର୍ଥୀ ହୋଇଛନ୍ତି ।
ସେହିପରି ଆସ୍କାରେ ମଞ୍ଜୁଳା ସ୍ୱାଇଁ, ସୋରଡାରେ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସାନଖେମୁଣ୍ଡିରେ ନନ୍ଦିନୀ ଦେବୀ, ପୋଲସରାରେ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗରରେ ଲତିକା ପ୍ରଧାନ, ବାଲିଗୁଡାରେ ଚକ୍ରଧର କହଁର, କଣ୍ଟାମାଳ ମହୀଧର ରଣା, ବୌଦ୍ଧରେ ପ୍ରଦୀପ ଅମାତ, ଭଞ୍ଜନଗରରେ ବିକ୍ରମ କେଶରୀ ଆରୁଖ, ଦଶପଲ୍ଲାରେ ରମେଶ ବେହେରା, ଭବାନୀପାଟଣାରେ ଦୁଷ୍ମନ୍ତ ନାୟକ, ନର୍ଲାରେ ଭୂପିନ୍ଦର ସିଂହ, ଜୁନାଗଡରେ ଦିବ୍ୟଶଙ୍କର ମିଶ୍ର, ନୂଆପଡା ରାଜେନ୍ଦ୍ର ଢୋଲକିଆ, ବିଷମ କଟକରେ ଜଗନ୍ନାଥ ସାରକା, ଗୁଣୁପୁର ରଘୁନାଥ ଗମାଙ୍ଗ, କୋରାପୁଟ ରଘୁନାଥ ପୋଡାଲ, ଲକ୍ଷ୍ମୀପୁର ପ୍ରଭୁ ଜାନି, ଜୟପୁର ରବି ନାରାୟଣ ନନ୍ଦ, ନବରଙ୍ଗପୁର ସଦାଶିବ ପ୍ରଧାନୀ, ଉମରକୋଟରେ ସୁବାସ ଗଣ୍ଡ, ଡାବୁଗାଁ ମନୋହର ରନ୍ଧାରୀ, କୋଟପାଡ ପଦ୍ମିନୀ ଦିଆନ, ଚିତ୍ରକୋଣ୍ଡାରେ ପୂର୍ଣ୍ଣଚନ୍ଦ୍ର ସାକା ପ୍ରାର୍ଥୀ ହୋଇଛନ୍ତି ।
ଚଳଚ୍ଚିତ୍ର ତାରକା ସିଦ୍ଧାନ୍ତ ମହାପାତ୍ରଙ୍କ ଟିକେଟ ଦିଆଯାଇନାହିଁ । ସେହିପରି ଲାଞ୍ଜିଗଡ, ଝରିଗାଁ, ପଟ୍ଟାଙ୍ଗି,ମାଲକାନଗିରି ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇନାହିଁ ।
ପ୍ରମୁଖ ଖବର
କମନୱେଲ୍ଡ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଦେ’, ଜୁଡୋରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ
ଉମରକୋଟ ଆଶ୍ରମ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ
୩ ମାସ ପରେ କାଲିଠୁ ଖୋଲିବ ଭିତରକନିକା
‘ପ୍ରଶ୍ନପତ୍ର ଲିକ୍ ନୁହେଁ, ମାଲ୍ପ୍ରାକ୍ଟିସ୍’— ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି
ହୀରାକୁଦରେ ବଢୁଛି ଜଳସ୍ତର, ଖୋଲିଲା ୨୨ ଗେଟ
ରୁଷିଆ-ୟୁକ୍ରେନ ଯୁଦ୍ଧ: ମୃତ ଭାରତୀୟଙ୍କ ପରିବାରକୁ ସହାୟତା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଦିଲ୍ଲୀରେ ଅମିତ ଶାହ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଇ-୨୦ ପେଟ୍ରୋଲରେ ୨–୬% କମିବ ମାଇଲେଜ୍, କିନ୍ତୁ ଇଞ୍ଜିନ୍କୁ କ୍ଷତିର ପ୍ରମାଣ ନାହିଁ