ପ୍ରମୁଖ ଖବର

ଗଜପତି: ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ
ଏପ୍ରିଲ୍‌ ୧୫ ମଙ୍ଗଳବାର ଠାରୁ, ଓଡ଼ିଶାର ଉପକୂଳରେ ବାର୍ଷିକ ୬୦ ଦିନିଆ ଅର୍ଥାତ୍ ୨ ମାସିଆ ମାଛ ଧରିବା ନିଷେଧ
ଓଡ଼ିଶାର କାଗଜବିହୀନ ବିଧାନସଭା ପ୍ରକ୍ରିୟା ଅଧ୍ୟୟନ କରିବା ପାଇଁ ଦିଲ୍ଲୀ ବାଚସ୍ପତି ଭୁବନେଶ୍ୱର ଆସିବେ
ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ଥିବା ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ
ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ
ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ,ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ

କିଛି ସମୟ ପାଇଁ ଦୁର୍ବଳ ହୋଇଗଲା ମୌସୁମୀ

0

ନୂଆଦିଲ୍ଲୀ: ହଠାତ୍ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ଦୁର୍ବଳ ହୋଇଯାଇଛି। ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଏହା ଆଉ ଆଗକୁ ବଢ଼ିବା ସମ୍ଭବ ନୁହେଁ। ବିଭିନ୍ନ ମଡେଲ୍ ଚିତ୍ର ବିଶ୍ଳେଷଣ କରିବା ପରେ ପାଣିପାଗ ବିଜ୍ଞାନୀ ଏଭଳି ମତ ରଖୁଛନ୍ତି।

ଭାରତର ପାଣିପାଗ ବିଭାଗ ଆକଳନ କରୁଛି, ଜୁନ ୧୮ ତାରିଖ ପର୍ଯ୍ୟନ୍ତ ମୌସୁମୀ ବର୍ଷା ସ୍ବାଭାବିକ ଠାରୁ ୪୦ ପ୍ରତିଶତ ଅଧିକ ଥିଲା। ହେଲେ ଏହା ଏବେ ହ୍ରାସ ପାଇଛି। ଜୁଲାଇ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସ୍ଥିତିରେ ବିଶେଷ ଉନ୍ନତି ପରିଲକ୍ଷିତ ହେବ ନାହିଁ। ଗୁରୁବାର ସୁଦ୍ଧା ଯଦିଓ ଭାରତରେ ୧୫୨ ମିମି ( ୧୨୧.୨ ମିଲିମିଟର ତୁଳନାରେ) ହୋଇଛି, ଏହା କିନ୍ତୁ ଚିନ୍ତାଜନକ ବୋଲି କୁହାଯାଉଛି।

ଆଇଏମଡି କହିଛି ଯେ ଭାରତରେ ଏବେ ମୌସୁମୀ ଅପେକ୍ଷାକୃତ ଦୁର୍ବଳ ସ୍ଥିତିରେ ରହିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ଏପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ – ରାଜସ୍ଥାନ, ଦିଲ୍ଲୀ, ହରିୟାଣା ଏବଂ ପଞ୍ଜାବର କିଛି ଅଂଶକୁ ଏଯାଏ ମୌସୁମୀ ଛୁଇଁନାହିଁ। ଏହା ବ୍ୟତୀତ ଦେଶର ଅଧିକାଂଶ ଅଂଶକୁ ଆଚ୍ଛାଦନ କରିସାରିଲାଣି। ଅସ୍ୱାଭାବିକ ଭାବରେ, ମୌସୁମୀ ପୂର୍ବ, କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ଭାରତରେ ୭-୧୦ ଦିନ ପୂର୍ବରୁ ଅଗ୍ରଗତି କରିଛି। ତେବେ ଜୁନ୍ ମାସର ଶେଷ ସପ୍ତାହରେ ଦେଶର ଅବଶିଷ୍ଟ ଅଂଶ ଉପରେ ଅଧିକ ଅଗ୍ରଗତି ଆଉ ସମ୍ଭବ ନୁହେଁ ।

ଏହା ସତ୍ତ୍ବେପ୍ରାୟ ଅଧିକାଂଶ ସବଡ଼ିଭିଜନରେ ସାଧାରଣ ବୃଷ୍ଟିପାତ ଠାରୁ ଅଧିକ ବର୍ଷା ହୋଇଛି। ଜୁନ୍ ୨୩ ତାରିଖ ସୁଦ୍ଧା ତଥ୍ୟ ଅନୁଯାୟୀ, ପୂର୍ବ ଏବଂ ଉତ୍ତର ପୂର୍ବ ଭାରତରେ ୮ % ଅତିରିକ୍ତ, ଉତ୍ତର-ପଶ୍ଚିମ ଭାରତ୫୮%, କେନ୍ଦ୍ରୀୟ ଭାରତ ୪୬% ଏବଂ ଦକ୍ଷିଣ ଉପଦ୍ୱୀପ ୧୫% ଅଧିକ ବର୍ଷା ହୋଇଛି। ଜୁଲାଇର ପ୍ରଥମ ସପ୍ତାହ ପରେ ବିଶେଷ କରି ଉପଦ୍ୱୀପ ଏବଂ କେନ୍ଦ୍ରୀୟ ଭାରତରେ ବର୍ଷା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏସବୁ ସ୍ଥାନ ଭାରତର ମୂଳ କୃଷି କ୍ଷେତ୍ରର ଅଂଶ ଏବଂ ଜଳସେଚନ ପାଇଁ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ।

ଜୁନ୍ ପହିଲାରେ ଭାରତ ପାଣିପାଗ ବିଭାଗ (ଆଇଏମଡି) କହିଥିଲା ଯେ ଏପ୍ରିଲ ମାସର ପୂର୍ବ ଆକଳନ ଅପେକ୍ଷା ଜୁନ୍-ସେପ୍ଟେମ୍ବରର ମୌସୁମୀ ମାସରେ ଅଧିକ ବର୍ଷା ହେବାର ଆଶଙ୍କା ରହିଛି।

Leave A Reply

Your email address will not be published.