ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

କିଛି ସମୟ ପାଇଁ ଦୁର୍ବଳ ହୋଇଗଲା ମୌସୁମୀ

0

ନୂଆଦିଲ୍ଲୀ: ହଠାତ୍ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ଦୁର୍ବଳ ହୋଇଯାଇଛି। ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଏହା ଆଉ ଆଗକୁ ବଢ଼ିବା ସମ୍ଭବ ନୁହେଁ। ବିଭିନ୍ନ ମଡେଲ୍ ଚିତ୍ର ବିଶ୍ଳେଷଣ କରିବା ପରେ ପାଣିପାଗ ବିଜ୍ଞାନୀ ଏଭଳି ମତ ରଖୁଛନ୍ତି।

ଭାରତର ପାଣିପାଗ ବିଭାଗ ଆକଳନ କରୁଛି, ଜୁନ ୧୮ ତାରିଖ ପର୍ଯ୍ୟନ୍ତ ମୌସୁମୀ ବର୍ଷା ସ୍ବାଭାବିକ ଠାରୁ ୪୦ ପ୍ରତିଶତ ଅଧିକ ଥିଲା। ହେଲେ ଏହା ଏବେ ହ୍ରାସ ପାଇଛି। ଜୁଲାଇ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସ୍ଥିତିରେ ବିଶେଷ ଉନ୍ନତି ପରିଲକ୍ଷିତ ହେବ ନାହିଁ। ଗୁରୁବାର ସୁଦ୍ଧା ଯଦିଓ ଭାରତରେ ୧୫୨ ମିମି ( ୧୨୧.୨ ମିଲିମିଟର ତୁଳନାରେ) ହୋଇଛି, ଏହା କିନ୍ତୁ ଚିନ୍ତାଜନକ ବୋଲି କୁହାଯାଉଛି।

ଆଇଏମଡି କହିଛି ଯେ ଭାରତରେ ଏବେ ମୌସୁମୀ ଅପେକ୍ଷାକୃତ ଦୁର୍ବଳ ସ୍ଥିତିରେ ରହିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ଏପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ – ରାଜସ୍ଥାନ, ଦିଲ୍ଲୀ, ହରିୟାଣା ଏବଂ ପଞ୍ଜାବର କିଛି ଅଂଶକୁ ଏଯାଏ ମୌସୁମୀ ଛୁଇଁନାହିଁ। ଏହା ବ୍ୟତୀତ ଦେଶର ଅଧିକାଂଶ ଅଂଶକୁ ଆଚ୍ଛାଦନ କରିସାରିଲାଣି। ଅସ୍ୱାଭାବିକ ଭାବରେ, ମୌସୁମୀ ପୂର୍ବ, କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ଭାରତରେ ୭-୧୦ ଦିନ ପୂର୍ବରୁ ଅଗ୍ରଗତି କରିଛି। ତେବେ ଜୁନ୍ ମାସର ଶେଷ ସପ୍ତାହରେ ଦେଶର ଅବଶିଷ୍ଟ ଅଂଶ ଉପରେ ଅଧିକ ଅଗ୍ରଗତି ଆଉ ସମ୍ଭବ ନୁହେଁ ।

ଏହା ସତ୍ତ୍ବେପ୍ରାୟ ଅଧିକାଂଶ ସବଡ଼ିଭିଜନରେ ସାଧାରଣ ବୃଷ୍ଟିପାତ ଠାରୁ ଅଧିକ ବର୍ଷା ହୋଇଛି। ଜୁନ୍ ୨୩ ତାରିଖ ସୁଦ୍ଧା ତଥ୍ୟ ଅନୁଯାୟୀ, ପୂର୍ବ ଏବଂ ଉତ୍ତର ପୂର୍ବ ଭାରତରେ ୮ % ଅତିରିକ୍ତ, ଉତ୍ତର-ପଶ୍ଚିମ ଭାରତ୫୮%, କେନ୍ଦ୍ରୀୟ ଭାରତ ୪୬% ଏବଂ ଦକ୍ଷିଣ ଉପଦ୍ୱୀପ ୧୫% ଅଧିକ ବର୍ଷା ହୋଇଛି। ଜୁଲାଇର ପ୍ରଥମ ସପ୍ତାହ ପରେ ବିଶେଷ କରି ଉପଦ୍ୱୀପ ଏବଂ କେନ୍ଦ୍ରୀୟ ଭାରତରେ ବର୍ଷା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏସବୁ ସ୍ଥାନ ଭାରତର ମୂଳ କୃଷି କ୍ଷେତ୍ରର ଅଂଶ ଏବଂ ଜଳସେଚନ ପାଇଁ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ।

ଜୁନ୍ ପହିଲାରେ ଭାରତ ପାଣିପାଗ ବିଭାଗ (ଆଇଏମଡି) କହିଥିଲା ଯେ ଏପ୍ରିଲ ମାସର ପୂର୍ବ ଆକଳନ ଅପେକ୍ଷା ଜୁନ୍-ସେପ୍ଟେମ୍ବରର ମୌସୁମୀ ମାସରେ ଅଧିକ ବର୍ଷା ହେବାର ଆଶଙ୍କା ରହିଛି।

Leave A Reply

Your email address will not be published.