ପ୍ରମୁଖ ଖବର

ଘୋଷଣା ହେଲା ୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର; ‘ପୁଷ୍କରା’, ‘ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌’ ଓ ‘ଆଶ୍ରମ’ ଶ୍ରେଷ୍ଠ ଚଳଚ୍ଚିତ୍ର
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ତଦନ୍ତ ସରିଲା, ଆଜି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇପାରେ କମିଟି
ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ମାଗଣା ସ୍କୁଲ୍ ବ୍ୟାଗ୍
ରଥଯାତ୍ରାରେ ପିପିଲି ଟୋଲ୍‌ ଫି’ ଛାଡ଼, ଚଳାଚଳ କରିବ ହଜାରେ ବସ୍‌
ବିଜେଡିରେ ସାମିଲ ହେଲେ ସୁଜାତା ଆର୍ କାର୍ତ୍ତିକେୟନ

ଆମ ନମ୍ବର କିଏ କାଟିଲା?

0

ମାଟ୍ରିକ ପରୀକ୍ଷା ଫଳକୁ ନେଇ ତାତିଲେ ଛାତ୍ରଛାତ୍ରୀ


ଭୁବନେଶ୍ୱର: ଦଶମ ଶ୍ରେଣୀ ପରୀକ୍ଷା ଫଳ ନେଇ ଅସନ୍ତୋଷ । ମାଟ୍ରିକ ରେଜଲ୍ଟକୁ ନେଇ ତାତିଲ ଛାତ୍ରଛାତ୍ରୀ । ଚଳିତ ବର୍ଷ କରୋନା କାଳରେ ରେକର୍ଡ ପାସହାର ହୋଇଥିଲା । କିନ୍ତୁ ରେଜଲ୍ଟକୁ ନେଇ ଖୁସି ନୁହେଁନ୍ତି ଅନେକ ଛାତ୍ରଛାତ୍ରୀ । କରୋନା ପାଇଁ ପରୀକ୍ଷା ବାତିଲ ହେବା ପରେ ନବମ ଶ୍ରେଣୀ ମାର୍କ ଓ ମାଟ୍ରିକ ପ୍ରି ବୋର୍ଡ ମାର୍କ ଆଧାରରେ ମୂଲ୍ୟାୟନ ହୋଇଥିଲ । ହେଲେ ଯାହା ଆଶା କରାଯାଇଥିଲା ସେହି ଅନୁସାରେ ଫଳ ମିଳିନଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଯୋଗ କରିଛନ୍ତି ।


ମାଟ୍ରିକ ଫଳାଫଳକୁ ନେଇ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପ୍ରତିବାଦ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରେଜଲ୍ଟକୁ ନେଇ ଅଶାନ୍ତି ଦେଖାଦେଇଛି । କଟକ କଲେଜ ଛକ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସଂପୃକ୍ତ ବିଦ୍ୟାଳୟରେ ଚଳିତବର୍ଷ ମାଟ୍ରିକ୍ ଫଳାଫଳ ଅତି ଖରାପ ହୋଇଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇବା ସହ ଘୋର ଅସନ୍ତୋଷ ଦେଖାଦେଇଛି|


ସେହିପରି ଭୁବନେଶ୍ୱର ନିଳାଦ୍ରୀବିହାର ସରସ୍ୱତୀ ଶିଶୁ ମନ୍ଦିରରେ ମଧ୍ୟ ମାର୍କକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସ୍କୁଲ ପରିସରରେ ପ୍ରତିବାଦ କରିବା ସହ ଆତ୍ମହୁତି ଦେବାକୁ ଧମକ ଦେଇଛନ୍ତି । ସେହିପରି ବ୍ରହ୍ମେଶ୍ୱର ହାଇସ୍କୁଲର ଛାତ୍ରଛାତୀ ଓ ଅଭିଭାବକ ମାନେ କମ ମାର୍କ ନେଇ ରାସ୍ତା ଉପରେ ବସି ପ୍ରତିବାଦ କରୁଛନ୍ତି । ଫଳାଫଳ ଅତି ଖରାପ ହୋଇଥିବାରୁ ଆଶାନୁଯାୟୀ ମିଳିନଥିବାରୁ ଘୋର ମାନସିକ ଅବସାଦରେ ଛାତ୍ରଛାତ୍ରୀ ରହୁଛନ୍ତି । ଛାତ୍ରଛାତ୍ରୀମାନେ ପରୀକ୍ଷା ନେଇ ଅଧିକ ପରିଶ୍ରମ କରୁଥିଲେ । ତେଣୁ ପରୀକ୍ଷା ଦେଇଥିଲେ ଅଧିକ ମାର୍କ ରଖିଥାନ୍ତେ । ସେହିପରି ନବମ ଓ ଦଶମ ପ୍ରିବୋର୍ଡ ମାର୍କ ଆଧାରରେ ମୂଲ୍ୟାୟନ କରାଯାଇଥିବା ବେଳେ ଯେତିକି ମାର୍କ ଆଶା କରୁଥିଲେ ତାହାଠୁ କମ ମାର୍କ ମିଳିଛି । ଫଳରେ ଭଳ କଲେଜରେ ଆଡମିସନ ନେଇ ସମସ୍ୟା ଦେଖାଦେବ । ତେଣୁ ଆଉ ଥରେ ଚୂଡାନ୍ତ ମୂଲ୍ୟାୟାନ କରାଯାଇ ଛାତ୍ରଛାତ୍ରୀଙ୍କୁ ଉଚିତ ନ୍ୟାୟ ଦେବାକୁ ଅଭିଭାବକ ମାନେ ଦାବି କରିଛନ୍ତି ।

Leave A Reply

Your email address will not be published.