ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ଆମ ନମ୍ବର କିଏ କାଟିଲା?

0

ମାଟ୍ରିକ ପରୀକ୍ଷା ଫଳକୁ ନେଇ ତାତିଲେ ଛାତ୍ରଛାତ୍ରୀ


ଭୁବନେଶ୍ୱର: ଦଶମ ଶ୍ରେଣୀ ପରୀକ୍ଷା ଫଳ ନେଇ ଅସନ୍ତୋଷ । ମାଟ୍ରିକ ରେଜଲ୍ଟକୁ ନେଇ ତାତିଲ ଛାତ୍ରଛାତ୍ରୀ । ଚଳିତ ବର୍ଷ କରୋନା କାଳରେ ରେକର୍ଡ ପାସହାର ହୋଇଥିଲା । କିନ୍ତୁ ରେଜଲ୍ଟକୁ ନେଇ ଖୁସି ନୁହେଁନ୍ତି ଅନେକ ଛାତ୍ରଛାତ୍ରୀ । କରୋନା ପାଇଁ ପରୀକ୍ଷା ବାତିଲ ହେବା ପରେ ନବମ ଶ୍ରେଣୀ ମାର୍କ ଓ ମାଟ୍ରିକ ପ୍ରି ବୋର୍ଡ ମାର୍କ ଆଧାରରେ ମୂଲ୍ୟାୟନ ହୋଇଥିଲ । ହେଲେ ଯାହା ଆଶା କରାଯାଇଥିଲା ସେହି ଅନୁସାରେ ଫଳ ମିଳିନଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଯୋଗ କରିଛନ୍ତି ।


ମାଟ୍ରିକ ଫଳାଫଳକୁ ନେଇ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପ୍ରତିବାଦ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରେଜଲ୍ଟକୁ ନେଇ ଅଶାନ୍ତି ଦେଖାଦେଇଛି । କଟକ କଲେଜ ଛକ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସଂପୃକ୍ତ ବିଦ୍ୟାଳୟରେ ଚଳିତବର୍ଷ ମାଟ୍ରିକ୍ ଫଳାଫଳ ଅତି ଖରାପ ହୋଇଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇବା ସହ ଘୋର ଅସନ୍ତୋଷ ଦେଖାଦେଇଛି|


ସେହିପରି ଭୁବନେଶ୍ୱର ନିଳାଦ୍ରୀବିହାର ସରସ୍ୱତୀ ଶିଶୁ ମନ୍ଦିରରେ ମଧ୍ୟ ମାର୍କକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସ୍କୁଲ ପରିସରରେ ପ୍ରତିବାଦ କରିବା ସହ ଆତ୍ମହୁତି ଦେବାକୁ ଧମକ ଦେଇଛନ୍ତି । ସେହିପରି ବ୍ରହ୍ମେଶ୍ୱର ହାଇସ୍କୁଲର ଛାତ୍ରଛାତୀ ଓ ଅଭିଭାବକ ମାନେ କମ ମାର୍କ ନେଇ ରାସ୍ତା ଉପରେ ବସି ପ୍ରତିବାଦ କରୁଛନ୍ତି । ଫଳାଫଳ ଅତି ଖରାପ ହୋଇଥିବାରୁ ଆଶାନୁଯାୟୀ ମିଳିନଥିବାରୁ ଘୋର ମାନସିକ ଅବସାଦରେ ଛାତ୍ରଛାତ୍ରୀ ରହୁଛନ୍ତି । ଛାତ୍ରଛାତ୍ରୀମାନେ ପରୀକ୍ଷା ନେଇ ଅଧିକ ପରିଶ୍ରମ କରୁଥିଲେ । ତେଣୁ ପରୀକ୍ଷା ଦେଇଥିଲେ ଅଧିକ ମାର୍କ ରଖିଥାନ୍ତେ । ସେହିପରି ନବମ ଓ ଦଶମ ପ୍ରିବୋର୍ଡ ମାର୍କ ଆଧାରରେ ମୂଲ୍ୟାୟନ କରାଯାଇଥିବା ବେଳେ ଯେତିକି ମାର୍କ ଆଶା କରୁଥିଲେ ତାହାଠୁ କମ ମାର୍କ ମିଳିଛି । ଫଳରେ ଭଳ କଲେଜରେ ଆଡମିସନ ନେଇ ସମସ୍ୟା ଦେଖାଦେବ । ତେଣୁ ଆଉ ଥରେ ଚୂଡାନ୍ତ ମୂଲ୍ୟାୟାନ କରାଯାଇ ଛାତ୍ରଛାତ୍ରୀଙ୍କୁ ଉଚିତ ନ୍ୟାୟ ଦେବାକୁ ଅଭିଭାବକ ମାନେ ଦାବି କରିଛନ୍ତି ।

Leave A Reply

Your email address will not be published.