ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ଧ୍ରୁବରାଜଙ୍କୁ କାହିଁକି ହତ୍ୟା କଲା ଦୁର୍ବୃତ୍ତ, ସାମ୍ନାକୁ ଆସିଲା ସତ

0

ଭୁବନେଶ୍ୱର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତିଙ୍କ ହତ୍ୟା ପଛର ପ୍ରକୃତ କାରଣ ଏବେ ସାମନାକୁ ଆସିଛି । ଅଭିଯୁକ୍ତ ପ୍ରବୀଣ ଧରୁଆକୁ ଗିରଫ ପରେ ଏବେ ପ୍ରକୃତ ସତ ଜଣାପଡିଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ଧ୍ରୁବରାଜ ନାଏକଙ୍କୁ ୧୦୦ ଟଙ୍କା ପାଇଁ ନୁହେଁ ମାଛ ଚାଷକୁ କେନ୍ଦ୍ର କରି ହତ୍ୟା କରିଛି ପ୍ରବୀଣ । ହତ୍ୟାକାଣ୍ଡ ପରେ ପ୍ରବୀଣକୁ ଅଟକ ରଖି ପୁଲିସ ପଚରାଉଚରା ପରେ ତାକୁ ଗିରଫ କରିଛି ।

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ଧ୍ରୁବରାଜ ନାଏକ ନିଜ ପୋଖରୀକୁ କିଛି ବର୍ଷ ତଳେ ଜଣେ ବ୍ୟକ୍ତିଙ୍କୁ ଲିଜ ଦେଇଥିଲେ । ହେଲେ ପ୍ରବୀଣ ଓ ଆଉ କିଛି ଜଣ ମିଶି ପୋଖରୀରୁ ମାଛ ଚୋରି କରୁଥିଲେ । ଏହା ଜଣାପଡିବା ପରେ ଲିଜ ନେଇଥିବା ବ୍ୟକ୍ତି ପ୍ରବୀଣ ନାଁରେ ଥାନାରେ ଲଇକେରା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପ୍ରବୀଣ ଆଉ ଦୁଇ ଜଣ ଗିରଫ ହୋଇ ପରେ ଜାମିନରେ ଆସିଥିଲେ । ହେଲେ ପ୍ରଫେସର ଧ୍ରୁବରାଜ ନାଏକଙ୍କ ପାଇଁ ସେ ଜେଲ ଯାଇଥିବା ଭାବି ରାଗ ରଖିଥିଲ। ।

ରବିବାର ଦିନ ଝାରସୁଗୁଡା କୁଆଁରମାଳ ସରଗିଗୁଡ଼ା ଘରେ ପ୍ରଫେସର ଧ୍ରୁବରାଜ ନାୟକଙ୍କ ଘରକୁ ଏକ ଟାଙ୍ଗିଆ ଧରି ପଶି ଯାଇଥିଲା । ପ୍ରଫେସରଙ୍କ ଘରେ ପଶି ଗାଳିଗୁଲଜ କରିବା ପରେ ଧ୍ରୁବରାଜ ନାଏକ ଟାଙ୍ଗିଆ ଧରି କାହିଁକି ଘର ଭିତରକୁ ଆସିଛୁ ବୋଲି ଅଭିଯୁକ୍ତକୁ ପଚାରି ଥିଲେ। ଏହା ସହିତ ତାକୁ ପ୍ରଥମେ ଘରୁ ବାହାରିବାକୁ କହିଥିଲେ। ଏହା ପରେ ଉତ୍ତ୍ୟକ୍ତ ପ୍ରବୀଣ ତାଙ୍କୁ ଟାଙ୍ଗିଆରେ ହାଣି ଦେଇଥିଲା।

ଘଟଣା ପରେ ଫେରାର ହୋଇଯାଇଥିବା ଅଭିଯୁକ୍ତ ପ୍ରବୀଣକୁ ଲଇକେରା ଥାନା ପୁଲିସ୍ ଗତକାଲି ହିଁ ଧରିଥିଲା। ତେବେ ତାକୁ ଥାନାରେ ଅଟକ ରଖି ପୁଲିସ୍ ପଚରାଉଚରା କରୁଥିବା ବେଳେ ଶେଷରେ ଗିରଫ କରିଛି। ଜେରା ବେଳେ ଅଭିଯୁକ୍ତ ପ୍ରବୀଣ ମାଛ ପୋଖରୀ ଲିଜକୁ ନେଇ ହତ୍ୟା କରିଥିବା କହିଛି ।

Leave A Reply

Your email address will not be published.