ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

କୋଭିଡ୍ ଅନୁଧ୍ୟାନ ଲାଗି ଆସୁଛି କେନ୍ଦ୍ରୀୟ ଟିମ୍

0

ନୂଆଦିଲ୍ଲୀ: କୋଭିଡ୍ ସ୍ଥିତି ଅନୁଧ୍ୟାନ ଲାଗି କେନ୍ଦ୍ର ସରକାର ଏକ ବିଶେଷଜ୍ଞ ଦଳ ଗଠନ କରିଛନ୍ତି। କୋଭିଡ-୧୯ ନିୟନ୍ତ୍ରଣ ପାଇଁ ଓଡିଶା ସମେତ ୬ଟି ରାଜ୍ୟକୁ ଏହି ଟିମ୍ ଆସିବେ। ଏହି ରାଜ୍ୟଗୁଡିକ ହେଲେ କେରଳ, ମଣିପୁର, ଓଡ଼ିଶା, ଛତିଶଗଡ, ଅରୁଣାଚଳ ପ୍ରଦେଶ ଓ ତ୍ରିପୁରା।

ଏସବୁ ରାଜ୍ୟରେ କରୋନା ସଂକ୍ରମଣ କମୁନଥିବାରୁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ମିଳୁଛି। ଓଡିଶା ପାଇଁ କେନ୍ଦ୍ରୀୟ ଦଳର ନେତୃତ୍ୱ ନେବେ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ଏ. ଡାନ। ପରିସ୍ଥିତି ସମୀକ୍ଷା କରିବା ସହିତ ପ୍ରତିକାର ପାଇଁ ମଧ୍ୟ ଏହି ଦଳ ପରାମର୍ଶ ଦେବେ। କୋଭିଡ୍ ଶଯ୍ୟା ଠାରୁ ଆରମ୍ଭ କରି ଅମ୍ଳଜାନ, ପ୍ରସ୍ତୁତି ଆଦି ସଂପର୍କରେ ସେମାନେ ଅନୁଧ୍ୟାନ କରିବେ। ଏହି ଟିମ୍ ରାଜ୍ୟ ସରକାରଙ୍କ ସହିତ ମଧ୍ୟ ଆଲୋଚନା କରିବେ ଓ କେଉଁଠି ସବୁ ତ୍ରୁଟି ରହିଛି, ତାହା ଅନୁଧ୍ୟାନ କରିବେ।

ଅନ୍ୟପକ୍ଷରେ ଡିଏମ୍‌ଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଯେ ଜୁଲାଇ ମାସରେ ସଂକ୍ରମଣ କମିବ। ଏବେ ଅବିଭକ୍ତ ପୁରୀ, କଟକ, ବାଲେଶ୍ବର ଓ ମୟୂରଭଂଜ ସଂକ୍ରମଣ ରହିଛି। ତେବେ ତୃତୀୟ ଲହର ଆସିବ କି ନାହିଁ, ତାହା କହିହେବ ନାହିଁ ବୋଲି ଡିଏମ୍‌ଇଟି କହିଛନ୍ତି।

Leave A Reply

Your email address will not be published.